ସୁବର୍ଣ୍ଣ ହଂସ

ଜଣେ ଲୋକର ତିନୋଟି ପୁଅ ଥିଲେ । ସେ ତିନୋଟି ପୁଅଙ୍କ ମଧ୍ୟରୁ ସବା ସାନ ପୁଅର ନାମ ବୋକାରାମ । ତାର ବୋକାପଣିଆ ଦେଖି ସମସ୍ତେ ତାକୁ ଖାଲି ଉପହାସ ଓ ପ୍ରତ୍ୟେକ କାମରେ ତାକୁ ବିଦ୍ରୂପ କରନ୍ତି । ଥରେ ସେ ବୋକାରାମର ବଡଭାଇ ବଣକୁ କାଠ କାଟିବାକୁ ଯିବାକୁ ସ୍ଥିର କଲା ଓ ଏ କଥା ତା ମା’କୁ ଜଣାଇଲା । ତାର ମା ଏଇ ବଡପୁଅ ପାଇଁ ଖୁବ୍ ସୁଆଦିଆ ପିଠା ତିଆରି କଲା ଓ ସେଇ ପିଠା ଓ ଗୋଟିଏ ବୋତଲ ମଦ ତାକୁ ଦେଇ ମା କହିଲା ବଣରେ କାଠ କାଟିଲା ବେଳେ ଯଦି ଭୋକ କିମ୍ବା ଶୋଷ ହୁଏ ତେବେ ତୁ ଏଇ ପିଠାଖାଇ ଭୋକ ମେଂଟାଇବୁ ଓ ମଦପିଇ ଶୋଷ ମେଂଟାଇବୁ ।

ବୋକାରାମର ବଡଭାଇ ବଣରେ ପହଁଚି କାଠ ସଂଗ୍ରହ କରିବାକୁ ଗଛଟିଏ ହାଣିବାକୁ ଲାଗିଲାବେଳେ ଗୋଟିଏ ଗେଡା ବୁଢାଲୋକଟିଏ ସେଠାରେ ପହଁଚି ତାକୁ ସ୍ୱାଗତ ଜଣାଇ କହିଲା ‘ତୁମ ପିଠା ଆଉ ମଦରୁ ମୋତେ କିଛି ଦିଅ । ମୁଁ ଖୁବ୍ କ୍ଷୁଧାର୍ତ ଓ ତୃଷାର୍ତ ଅଛି ।’

ମାତ୍ର ବୋକାରାମର ଭାଇ କହିଲା ‘ମୁଁ ଯଦି ମୋ ପିଠା ଆଉ ମଦତକ ତୁମକୁ ଦେଇ ଦେବି ତେବେ ମୋତେ ଭୋକ ଆଉ ଶୋଷ ହେଲେ ମୁଁ କ’ଣ କରିବି?’ ଏହା ଶୁଣି ବୁଢାଟି ବଣ ଭିତରକୁ ଚାଲିଗଲା । ବୁଢାଚାଲିଗଲା ପରେ ଲୋକଟି ଯେମିତି ଗଛଟିଏ କାଟିବାପାଇଁ କୁରାଢିରେ ଚୋଟ ମାରିଛି କି ନାହିଁ ତା ହାତରେ କୁରାଢି ବାଜି ଗଭୀର କ୍ଷତ ସୃଷ୍ଟି ହେଲା ଓ ସେ ଘରକୁ ଫେରିବା ପରେ ତା ମା’ ତା କ୍ଷତ ଜାଗାରେ ପଟି ବାନ୍ଧି ଦେଲା ।

ତା ପରଦିନ ବୋକାରାମର ମଝିଆଁ ଭାଇ ବଣକୁ କାଠକାଟିବା ପାଇଁ ଯିବାକୁ ବାହାରିଲା । ସେ ବଣକୁ ଗଲାବେଳେ ତା ମା ମଧ୍ୟ ତାକୁ ସୁସ୍ୱାଦୁ ପିଠା ଓ ବୋତଲେ ମିଠା ମଦ ଦେଲେ । ସେ ବଣରେ ପହଁଚିବା ପରେ ସେଇ ପୂର୍ବ ଗେଡା ବୁଢା ମଣିଷଟି ତା ପାଖରେ ପହଁଚି ତାକୁ ଖଣ୍ଡିଏ ପିଠା ଢୋକେ ମଦ ମାଗିଲା । ମାତ୍ର ବୋକାରାମର ସେଇ ମଝିଆଁ ଭାଇ ସେ ବୁଢାଟିକୁ ପିଠା ଓ ମଦ ଦେବାକୁ ମନାକରିଦେଲା ଓ ଗଛଟି ହାଣିବାକୁ କୁରାଢିରେ ଚୋଟଟିଏ ପକାଉ ପକାଉ କୁରାଢିଟି ତା ଗୋଡରେ ବାଜି କ୍ଷତ ସୃଷ୍ଟି କଲା ଏବଂ ସେ ତତ୍କ୍ଷଣାତ୍ ତା’ ଘରକୁ ଫେରିଆସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ