ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅମୂଲ୍ୟ ହୀରା

ଧନଗିରି ରାଜ୍ୟର ରାଜକନ୍ୟାଙ୍କ ବିବାହ ସ୍ଥିର ହୋଇଗଲା । ବିବାହ ଦିନ ସେ ପିନ୍ଧିବା ନିମନ୍ତେ ରାଜା ଗୋଟିଏ ଅତ୍ୟନ୍ତ ମୁଲ୍ୟବାନ ହାର ଗଢାଇଲେ । ସେ ହାରଟି ଦେଖିବାକୁ ଖୁବ୍ ସୁନ୍ଦର ହୋଇଥାଏ । ଖାଲି ସେଥିରେ ହୀରାର ଲକେଟ୍ ଖଣ୍ଡିଏ ଖଞ୍ଜିବାର ସ୍ଥିର ହେଲା ।

                “ଝିଅ! ତୁ ନିଜେ ହୀରା ଖଣ୍ଡିକ ପସନ୍ଦ କର ।” ଏହା କହି ରାଜା ଧନଗିରି ରାଜ୍ୟର ରାଜଧାନୀରେ ଥିବା ସବୁ ହୀରା ବେପାରୀଙ୍କର ଭଲ ଭଲ ହୀରା ଆଣି ତାଙ୍କୁ ଦେଖାଇଲେ । କିନ୍ତୁ ରାଜକନ୍ୟାଙ୍କ ମନ ଆଦୌ ମାନିଲା ନାହିଁ ।

                ଏ ସମ୍ବାଦ ଯାଇ ଧନଗିରିର ପଡୋଶୀ ସହର ସୂବର୍ଣ୍ଣପୁରରେ ପହଁଚିଲା । ସେଠାରେ ତିନିଜଣ ହୀରା ବେପାରୀ ଥିଲେ । ସେମାନଙ୍କ ନାମ ଜୟଗୁପ୍ତ, ଜୀବନ ଦାସ ଓ ମୟୁରଜୀ । ସେ ତିନିହେଁ ଆସି ପହଁଚିଗଲେ ।

                ପ୍ରଥମେ ଜୟଗୁପ୍ତଙ୍କ ଡାକ ପଡିଲା । ସେ ଯାଇ ରାଜକନ୍ୟାଙ୍କ ଆଗରେ ତାଙ୍କ ହୀରାତକ ଓଜାଡି ଦେଲେ । ତା’ପରେ ସେ କହିଲେ “ରାଜକୁମାରୀ! ଏ ସବୁଗୁଡିକ ଅତ୍ୟନ୍ତ ମୂଲ୍ୟବାନ ହୀରା ।”

                ରାଜକନ୍ୟା ସେ ହୀରାଗୁଡିକ ଆଡେ ଅନେକ ସମୟ ଅନାଇ ରହିଲେ ଓ ତା’ପରେ ସେ ରାଜକନ୍ୟା କହିଲେ, “ଆଚ୍ଛା, ମୁଁ ଅନ୍ୟମାନଙ୍କ ହୀରା ଦେଖେଁ!”

                ତା’ପରେ ଜୀବନଦାସଙ୍କୁ ଭିତରକୁ ଆସିବାକୁ କୁହାଗଲା । ସେ ବି ଆସି ତାଙ୍କ ହୀରାତକ ଓଜାଡି ଦେଲେ । ରାଜକନ୍ୟା ମନକୁ ମନ କହିଲେ, “ବାଃ, କିନ୍ତୁ କେଉଁ ଗୋଟିକ ମୋ ହାରକୁ ମାନିବ, କେଜାଣି!”


ଗପ ସାରଣୀ

ତାଲିକାଭୁକ୍ତ ଗପ