ସାବାସ୍ ଗୌରବ

ଆସନ୍ତା ରବିବାର ଦିନ ବନ ବିହାର । ତେଣୁ ଗୁରୁଜୀ ସବୁ ପିଲାମାନଙ୍କୁ ସୂଚନା ଦେଲେ । ପିଲାମାନେ କେତେବେଳେ ବିଦ୍ୟାଳୟରେ ପହଁଚିବେ । ସାଙ୍ଗରେ କ’ଣ କ’ଣ ସବୁ ଆଣିବେ । ବିଦ୍ୟାଳୟରୁ କେବେ ବନବିହାର ଗାଡି ବାହାରିବ ଏପରି କେତେ ସୂଚନା ଦେଲେ । ସବୁ ପିଲାମାନଙ୍କ ପରି ଗୌରବର ମନ ମଧ୍ୟ ଅତିଶୟ ଅଧୀର ହେଉଥାଏ । ଆଉ ଦୁଇଦିନ ପରେ ପତୁଡି ଜଳପ୍ରପାତ ଠାରେ ବନବିହାର ହେବ । ଭୋଜିଭାତ ସାଙ୍ଗକୁ ଖେଳାଖେଳି ପୁଣି ଗୁଡାଏ ଚୁଟ୍କୁଲା ଶୁଣିବାକୁ ମିଳିବ ।

ତାପରେ ଗୌରବ ତାଘରକୁ ଯାଇ ବାପା, ମାଆଙ୍କୁ ଏ ବନବିହାର କଥା ଜଣାଇଲା । ସେଦିନ ସକାଳୁ ସକାଳୁ ଗଲାବେଳେ ଗୌରବ ତା ସାଥୀରେ ଭିଡିଓ ଗେମ୍, ବ୍ୟାର୍ଡମିଂଟନ, ଚକୋଲେଟ୍, ଚୁଇଙ୍ଗମ୍ ନେବ ଓ ତା’ ସହ ଶୀତବସ୍ତ୍ର ବି ନେବ । ଏମିତି ଅନେକ କଥା । ରାତିସାରା ବାପା ମାଆଙ୍କର ଚିନ୍ତା ବି ବଢିଗଲା । ଗୌରବଟାତ ଭାରି ଚଗଲା । ନଥିବା କାମରେ ହିଁ ସେ ହାତ ଦେବ । ଯା’ନା କହିଲେ ବି ସେ ଯାଇଥିବ । ବଣ ପାହାଡ ସ୍ଥାନ, ସେଠାରେ ସେ କ’ଣ କରିବ । ବନବିହାରକୁ ଯେତେ ବାରଣ କଲେ ସେ ତ ଆଦୌ ମାନିବା ପିଲା ନୁହେଁ । ହଉ ଦେଖାଯାଉ ଗରୁଜୀଙ୍କୁ ଦାୟିତ୍ୱ ଦେଲେ ସବୁ କିଛି ଠିକ୍ ଠାକ୍ ହୋଇଯିବ । ଏମିତି ବିଚାର କରି ସେମାନେ ରହିଲେ ।

ବନ ବିହାର ଦିନ ସକାଳୁ ଗୌରବ ଗାଧୋଇପାଧୋଇ, ତା ବାପା ଆଣିଥିବା ଚକୋଲେଟ୍, ମୁଣାରେ ଭରିଲା । ମାଆ ପାଣି ବୋତଲ ଓ ଟିଫିନ୍ ସଜାଡି ରଖିଦେଲେ । ଗୌରବ ବି ତା ଖେଳ ଜିନିଷ ସବୁ ରଖିଲା । ତାପରେ ବାପା ନେଇ ବିଦ୍ୟାଳୟରେ ଗୌରବକୁ ଛାଡିବା ସହ ଗୁରୁଜୀଙ୍କୁ ତାଙ୍କ ପୁଅର ସମସ୍ତ ଦାୟିତ୍ୱ ଦେଇ ଫେରିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ