ବାନର ମକର କଥା

                ତେବେ ତୁମ୍ଭର ଭାବନା ଗଭୀର ସମୁଦ୍ର ପାର ହୋଇ ସେହି ସ୍ଥାନକୁ ଯିବ କିପରି । ହେ ବଂଧୁ, ତୁମେ ସେଥିଲାଗି କୌଣସି ଚିନ୍ତା କର ନାହିଁ । ତୁମ୍ଭକୁ ମୁଁ ମୋର ପିଠିର ବସାଇ ନିର୍ଭୟର ସହିତ ମୋର ସେହି ସୁନ୍ଦର ଗୃହକୁ ନେଇଯିବି । ମିତ୍ର କରାଳ ମୁଖ କୁମ୍ଭୀର ଠାରୁ ଏକଥା ଶୁଣିବାପରେ ରକ୍ତମୁଖ ବାନର ନିଜର ମନ ମଧ୍ୟରେ ସଂଦେହ ରଖି କହିଲା – ହେ ମିତ୍ର, ଯଦି ଏପରି ସୁନ୍ଦର ବ୍ୟବସ୍ଥା ତୁମେ କରିଛ, ତାହାହେଲେ ଆଉ ବିଳମ୍ବ କରିବାର କାରଣ ତ କିଛି ନାହିଁ । ତେବେ ସେହି କାର୍ଯ୍ୟ ଏବେ ଶିଘ୍ର ହୋଇଯିବା ଦରକାର । ତା’ପରେ ବାନର ଯଥାଶିଘ୍ର ଯାଇ କୁମ୍ଭୀରର ପିଠିରେ ବସିଯାଇ କହିଲା ଆଉ ବିଳମ୍ବନକରି ଶିଘ୍ର ଚାଲନ୍ତୁ । ଭାଉଜ ତେଣେ ଆମରି ପ୍ରତୀକ୍ଷାରେ ବସିରହି ଅନ୍ନଜଳ ମଧ୍ୟ ଗ୍ରହଣ କରିନଥିବେ । ତେଣୁ ଯେତେ ଶିଘ୍ର ଯାଇ ଭାଉଜଙ୍କ ନିକଟରେ ପହଞ୍ଚିବା ଦରକାର ।

                ବାନର କୁମ୍ଭୀରର ପିଠିରେ ବସିବାପରେ କୁମ୍ଭୀର ଖୁବ୍ ଆନନ୍ଦିତ ହୋଇଗଲା। ଆଉ କ୍ଷଣେ ମାତ୍ର ବିଳମ୍ବ ନକରି ଗଭୀର ସମୁଦ୍ର ମଧ୍ୟରେ ସେ ଚାଲିବାରେ ଲାଗିଲା ।

                ଏବେ କୁମ୍ଭୀରର ପିଠିରେ ବସିବାପରେ କୁମ୍ଭୀର ଖୁବ୍ ଆନନ୍ଦ ହୋଇଗଲା । ଆଉ କ୍ଷଣେ ମାତ୍ର ବିଳମ୍ବ ନକରି ଗଭୀର ସମୁଦ୍ର ମଧ୍ୟରେ ସେ ଚାଲିବାରେ ଲାଗିଲା ।

                ଏବେ କୁମ୍ଭୀରର ପିଠିରେ ବସିବାପରେ କୁମ୍ଭୀରର ସମୁଦ୍ର ମଧ୍ୟରେ ଯିବାର ଦୃଶ୍ୟକୁ ଦେଖି ବାନର ମନରେ ଖୁବ୍ ଭୟ କରି କହିଲା, ହେ ମିତ୍ର, ତୁମେ ଟିକେ ଧୀରେ ଧୀରେ ଚାଲ । ଦେଖୁନାହଁ ସମୁଦ୍ର ମଧ୍ୟରୁ ଉତ୍ପନ୍ନ ହେଉଥିବା ବଡ଼ ବଡ଼ ଢ଼େଉର ପାଣିରେ କିପରି ମୋର ଦେହ ଭିଜାଇବାରେ ଲାଗିଛି ।

                ରକ୍ତମୁଖ ବାନର ମନରେ ଏପରି ଭୟର ଆଶଙ୍କା ଦେଖି କରାଳମୁଖ କୁମ୍ଭୀର ହସୁଥାଏ ଓ ଭାବୁଥାଏ, ଇଏତ ମୋର ପିଠିରେ ବସିଥିବାରୁ ତିଳେମାତ୍ର ହଲଚଲ ହୋଇପାରିବ ନାହିଁ । ତା’ ଛଡ଼ା ସ୍ଥଳଭାଗକୁ ଛାଡ଼ି ବହୁଦୂର ଜଳଭାଗରେ ଆଣି ମୁଁ ତାକୁ ପହଞ୍ଚାଇ ଦେଇ ସାରିଛି । ଏଥର ବାନର ସମସ୍ତ ଦିଗରୁ ଉପାୟ ହୀନ, ଏଥର ପ୍ରକୃତ ସତ୍ୟ କଥାଟା ତାକୁ ଜଣାଇ ଦେବା ଭଲ । ତାହା ଭାବି କରାଳମୁଖ କୁମ୍ଭୀର କହିଲା ହେ ମିତ୍ର, ଯେତେ ଗଭୀର ଜଳ ମଧ୍ୟରେ ତୁମ୍ଭର ଯିବାର ଯେଉଁ ଭୟ ଦେଖା ହୋଇଛି, ତୁମ୍ଭେ ଆଉ ସେ କଥା ଲାଗି ଚିନ୍ତା କର ନାହିଁ । ମୃତ୍ୟୁର ସମୟ ହୋଇଯିବାପରେ ଜୀବ ଆଉ ତା’ର ନିଜର ଆୟତରେ ନଥାଏ, ରହିବା ମଧ୍ୟ ଉଚିତ୍ ନୁହେଁ । ଅଗ୍ନିଦ୍ୱାରା ପୋଡ଼ି ହେଉ, ବା ବାୟୁଦ୍ୱାରା କଚାଡ଼ି ହେଉ ଅବା ଜଳଦ୍ୱାରା ବୁଡ଼ି ହେଉ, ମୃତ୍ୟୁ ଯେଣୁ ନିଶ୍ଚୟ ତା’ ପକ୍ଷେ ଏସବୁ ଚିନ୍ତା କରିବାର କୌଣସି କାରଣ ନାହିଁ । ମୁଁ ତୁମକୁ ତୁମ ଭାଉଜଙ୍କର ସ୍ନେହର ଆମନ୍ତ୍ରଣ ରକ୍ଷା କରିବା ନିମନ୍ତେ ତ କହି ତୁମ ମନର ପରିବର୍ତ୍ତନ କରାଇ ଦେଲି, ଆଉ ବଂଧୁ ସହ କିପରି ବିଶ୍ୱାସୀ କରାଇବାକୁ ହୁଏ ସେପରି ଯୋଜନା ମଧ୍ୟ କରାଇଦେଲି । ଏହା କିନ୍ତୁ ମୋର ଥିଲା ତୁମଲାଗି ପ୍ରତାରଣା । ଏବେ ତୁମର ମୃତ୍ୟୁ ସମୟ ଖୁବ୍ ନିକଟତର ହୋଇ ଆସିଲାଣି, ଏବେ ବରଂ ତୁମେ ତୁମର ଇଷ୍ଟଦେବଙ୍କୁ ସ୍ମରଣ କରିବା ଦରକାର । କାରଣ ପତ୍ନୀଙ୍କର ବାକ୍ୟରେ ବିଶ୍ୱାସ ଜନ୍ମାଇ ମୁଁ ତୁମକୁ ମାରିଦେବା ନିମନ୍ତେ ଏଠାକୁ ଘେନି ଆସିଅଛି ।             କୁମ୍ଭୀରର ଏପରି ଏକ ପ୍ରତାରଣାର କଥାଶୁଣି ରକ୍ତମୁଖ ବାନର ଭୟରେ ଥରିଲା । ଆଉ କହିଲା, ହେ ମିତ୍ର, ମୁଁ ତୁମର ଏପରି କି ଅପରାଧ କାର୍ଯ୍ୟକଲି ଯେ ତୁମେ ମୋର ବଧ କରିବାର ଉପାୟ ଚିନ୍ତା କରିଛ ।


ଗପ ସାରଣୀ

ତାଲିକାଭୁକ୍ତ ଗପ