ଭୂତ କୋଠି

ତାପରେ ସେ ସୁରମା ଶେଷ ନିଷ୍ପତି ନେଲା ସେଇ ନିରିମା ଭୂତ କୋଠିକୁ ହିଁ ଯିବ । ଏହିପରି ଭାବି ସୁରମା ନିରିମାର ଘର ଆଡକୁ ଚାଲିଲା । ନିରିମାର ଘର ନିକଟରେ ପହଁଚି ସୁରମା ଦେଖିଲା ଜଣେ ଯୁବକ କବାଟ ବନ୍ଦ କରି ତାଲା ପକାଉଛନ୍ତି । ସୁରମା ଅନୁମାନ କରି ଜାଣିଲା ସେହି ଯୁବକ ଜଣକ ହେଉଛନ୍ତି ପରମାନନ୍ଦ, ଯିଏ କି ନିରିମାର ଏକମାତ୍ର ପୁଅ । ତାପରେ ସୁରମା, ପରମାନନ୍ଦଙ୍କୁ ନମସ୍କାର କରି ତାଙ୍କୁ ନିଜର ସମସ୍ତ ଦୂରବସ୍ଥା ସଂକ୍ଷେପରେ କହିଲା । ସବୁ ଶୁଣି ପରମାନନ୍ଦ କହିଲେ ତୁମେ ଏ ଘରେ ରହିବାକୁ ଚାହୁଁଛ, ହେଲେ ମୋର କିଛି ଆପତ୍ତି ନାହିଁ । ଲୋକେ ତ ମୋର ଏ ଘରକୁ ଭୂତ କୋଠି ବୋଲି କହନ୍ତି । ମୋ ମାଆର ପ୍ରେତ କୁଆଡେ ଏ ଘରେ ଅଛି । ଏକଥା ଶୁଣି ସୁରମା କହିଲା, ତାହା ମଧ୍ୟ ମୁଁ ଜାଣେ କିନ୍ତୁ ମୋର ସେ ଭୂତ ପ୍ରେତରେ ଆଦୌ ବିଶ୍ୱାସ ନାହିଁ । ତେଣୁ ଆପଣ ଦୟାକରି କିଛିଦିନ ଯଦି ଆପଣଙ୍କ ଘର ବଖରାଏ ଆମକୁ ରହିବାପାଇଁ ଦିଅନ୍ତେ, ତେବେ ଆମେ ଆପଣଙ୍କ ସାହାଯ୍ୟକୁ ଚିରଦିନ ଲାଗି ମନେ ରଖିବୁ । ତହୁଁ ପରମାନନ୍ଦ ସେ ସୁରମାର କଥାରେ ଖୁବ୍ ଆନନ୍ଦ ଅନୁଭବ କଲା । ଏଥୁଅନ୍ତେ ପରମାନନ୍ଦ ଖୁବ୍ ଆନନ୍ଦରେ କହିଲେ ତୁମେମାନେ ମୋ ଘରେ ରହିବ ଏହା ତ ମୋପାଇଁ ବଡ ଭାଗ୍ୟର କଥା । ତାଛଡା ତୁମେମାନେ ଏ ଘରେ ରହିଲେ ଏ ଘର, ଏକ ‘ଭୂତ କୋଠି’ ବୋଲି ଅନ୍ୟମାନଙ୍କ ମନରେ ଯେଉଁ ଭ୍ରାନ୍ତ ଧାରଣା ଅଛି ତାହା ତ ନିଶ୍ଚୟ ଦୂରେଇ ଯିବ । ଏହା କହି ସେ ପରମାନନ୍ଦ ସୁରମାକୁ ଚାବି ଦେଇ କହିଲେ, ନିଅ ସେ ଘର ବଖରାଟି ତୁମର । ଏତିକି କହି ପରମାନନ୍ଦ ସୁରମାକୁ ଚାବି ଦେଲେ । ମୋର ଏକ ଜରୁରୀ କାମ ଅଛି ମୁଁ କିଛି ସମୟ ପରେ ଆସିବି ବୋଲି କହି ପରମାନନ୍ଦ ସେଠାରୁ ଚାଲିଗଲେ ।

ସୁରମା ପରମାନନ୍ଦଙ୍କଠାରୁ ଚାବି ନେଇ ଘର ଖୋଲିଲା । ଘର ଦୁଆର ଝାଡୁମାରି ସଫାସୁତୁରା ବି କଲା ସୁରମା । ତା’ପରେ ନିଜର ଜଣେ ପରିଚିତ ଗାଡିବାଲାଦ୍ୱାରା ସୁରମା ତା’ ଘରର ସବୁ ଜିନିଷପତ୍ର ନିରିମାର ଭୂତକୋଠିର ଘରକୁ ନେଇ ଆସିଲା । ଏଣେ ସଂନ୍ଧ୍ୟା ହେଲା ।

କୈଳାସ ତା’ ବେପାର ସାରି ଘରକୁ ଫେରିଲେ । ଘରେ ପହଁଚି ସେ ଜାଣିଲେ ତାଙ୍କ ଝିଅ ସୁରମା ବଳିୟାର ସିଂହର ଘରୁ ଜିନିଷପତ୍ର ଧରି ନିରିମାର ଭୂତକୋଠିକୁ ଚାଲି ଆସିଛି । ତେଣୁ କୈଳାସ ମଧ୍ୟ ନିରିମାର ଭୂତ କୋଠିକୁ ଆସିଲେ । ଘର କବାଟ ଖଡ୍ ଖଡ୍ କଲେ । ସୁରମା କବାଟ ଫିଟେଇବାରୁ କୈଳାସ ସୁରମାକୁ ଦେଖି ସେଠି ନରହିବାର ଅନିଚ୍ଛା ଭାବ ପ୍ରକାଶ କଲେ । ତହୁଁ ସେ ସୁରମା ତା’ ବାପାଙ୍କୁ ବୁଝାଇ ଦେଲା, ଓ କହିଲା ବାପା, ମୁଁ ଆପଣଙ୍କୁ ନ ଜଣାଇ ନ ପଚାରି ଘର ବଦଳାଇ ଦେଇଛି । ତେଣୁ ମୋତେ କ୍ଷମା କରିବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ