ଯଦୁମଣି ରହସ୍ୟ

ଦୁଇଟି ଆମ୍ବରେ ଦୁଇଟି କୁଆ

                କବି ସୂର୍ଯ୍ୟ ବଳଦେବ ରଥ ନୟାଗଡରେ ରହିବା ଅବସରରେ କବି ଯଦୁମଣିଙ୍କ ନିକଟକୁ ଦୁଇଟି ଆମ୍ବ ପଠାଇଲେ ଏବଂ ତା’ ସହିତ ଲେଖାଟିଏ ମଧ୍ୟ ଦେଲେ ଯେ –

                                                “ଶୁଆ ଦିଆ ଗଲା … ଶାରୀ ଦିଆ ଗଲା ।”

                ଅର୍ଥାତ୍ – ଶୁଆ ଶାରୀ ପରି ଭଲ ଧରଣର ଆମ୍ବ ପଠା ଗଲା । କିନ୍ତୁ ଗୋଟିଏ ଆମ୍ବ ସୁଆଦିଆ ବା ସ୍ୱାଦ ଯୁକ୍ତ ଓ ଅନ୍ୟଟି ଶାରୀ ଦିଆ ଅର୍ଥାତ୍ ପାଣିଚିଆ ଆମ୍ବ ଥିଲା ।

                ଆମ୍ବ ପାଇ କବି ଯଦୁମଣି ଉତ୍ତର ଲେଖିଲେ –

“ଦୁଇଟା ଆମ୍ବରେ ଦୁଇଟି କୁଆ

                                      ଭିତରେ ଯୋଡିଏ କୋଇଲି ଛୁଆ ।”

                ଏହାର ଅର୍ଥ – ଆପଣଙ୍କ ଚିଠି ଅନୁସାରେ ଆମ୍ବ ଦୁଇଟି ଶୁଆ ଶାରୀ ପରି ଉତ୍କୃଷ୍ଟ ନୁହେଁ – ଏହା କୁଆ ପରି ନିକୃଷ୍ଟ । ମାତ୍ର ଦୁଇଟି ଆମ୍ବ ଭିତରେ ଦୁଇଟି କୋଇଲି ଛୁଆ ହୋଇଛି ।

                କବି ଯଦୁମଣି ମଧ୍ୟ କୁଆ, କୋଇଲି ଦୁଇଟି ପକ୍ଷୀର ନାମ ଲେଖି କବି ସୂର୍ଯ୍ୟ ବଳାଦବ ରଥଙ୍କ ପାଖକୁ ପଠାଇ ଦେଲେ ।

                କବି ସୂର୍ଯ୍ୟ ବଳଦେବ ରଥ ସେ ଚିଠି ପାଇ କବି ଯଦୁମଣିଙ୍କ ପାଣ୍ଡିତ୍ୟ ପ୍ରତି ପ୍ରଶଂସା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ