ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଠେକୁଆ ଏବଂ ଭୂମିକମ୍ପ

       ଏହାପରେ ସିଂହ ସେମାନଙ୍କୁ ଏପରି ଭୟଭୀତ ହୋଇ ଦୌଡିବାର କାରଣ ପଚାରିଲା । ସେ ଜାଣିବାକୁ ପାଇଲା ଯେ ପୃଥିବୀ କୁଆଡେ ଭାଙ୍ଗିଯାଇ ଖଣ୍ଡ ଖଣ୍ଡ ହୋଇଯିବାର ଅଛି । ତେଣୁ ଜୀବଜନ୍ତୁମାନେ ଏପରି ଦୌଡୁଛନ୍ତି । ତା’ପରେ ସେ ସମସ୍ତଙ୍କୁ ଗୋଟି ଗୋଟି କରି କିଏ ଏହି ଦୃଶ୍ୟ ଦେଖିଛି ବୋଲି ପଚାରିଲା । ସମସ୍ତେ କହିଲେ, “ଆମେ କେହି ନିଜ ଆଖିରେ ଦେଖିନାହୁଁ । ଜଣେ ଜଣକଠାରୁ ଏହା ଶୁଣିଛୁ ।” ଶେଷରେ ଯେଉଁ ଠେକୁଆଟି ଏ ପ୍ରକାର ଘଟଣାର କଳ୍ପନା କରୁଥିଲା, ସେ ସିଂହକୁ ସବୁକଥା ବୁଝାଇ ଦେଲା । ଠେକୁଆଠାରୁ ସବୁ କଥା ଶୁଣିସାରିବା ପରେ ସିଂହ ସବୁ କିଛି ବୁଝିପାରିଲା । ଏହାପରେ ସେ କିପରି ଜୀବଜନ୍ତୁମାନଙ୍କ ମନରୁ ଭୟ ଦୂର କରିବ, ସେ ମମ୍ପର୍କରେ ଚିନ୍ତା କଲା । ସେ ସେମାନଙ୍କୁ ଆଉ ଆଗକୁ ନବଢିବା ପାଇଁ ବାରଣ କଲା ଓ ସେହିଠାରେ ଅପେକ୍ଷା କରିବାକୁ କହିଲା । ପ୍ରକୃତ କଥା କ’ଣ ଅନୁଧ୍ୟାନ କରିସାରିଲା ପରେ ଜଣାଇବ ବୋଲି ପ୍ରତିଶ୍ରୁତି ଦେଲା ।

       ଏହାପରେ ଯେଉଁ ଠେକୁଆଟି ଏହି ଘଟଣା ପ୍ରଚାର କରିଥିଲା, ତାକୁ ପିଠି ଉପରେ ବସାଇଲା ଓ ସେହି ସ୍ଥାନକୁ ଚାଲିଲା । ନଡିଆ ଗଛ ପାଖରେ ପହଁଚିବା ପରେ ଠେକୁଆକୁ ପିଠିରୁ ଓହ୍ଲାଇ ଦେଲା ଓ ସେ କେଉଁଠାରେ ଏହି ଶବ୍ଦ ଶୁଣିପାରିଥିଲା ତାକୁ ସେ ସ୍ଥାନ ଦେଖାଇବା ପାଇଁ କହିଲା । ଠେକୁଆ କିନ୍ତୁ ସେହି ଗଛ ପାଖକୁ ଯିବାକୁ ଡରୁଥାଏ । ତେଣୁ ସିଂହ ନିଜେ ସେହି ଗଛ ନିକଟକୁ ଗଲା । ତା’ର ଚାରିପାଖରେ ବୁଲିଲା । କିଛି ସମୟପରେ ଦେଖିଲା ଏକ ନଡିଆ ଗଛ ଠାରୁ କିଛି ଦୂରରେ ପଡିଯାଇ ଫାଟି ଯାଇଛି । ଏହା ଦେଖିବା ପରେ ସିଂହ ନିଶ୍ଚିତ ହେଲା ଯେ, ଭୂମିକମ୍ପର କୌଣସି ଚିହ୍ନବର୍ଣ୍ଣ ନାହିଁ କି ହେବାର ମଧ୍ୟ ନାହିଁ । ଏପରି ଏକ ଭୁଲ୍ ବୁଝାମଣା ଜୀବଜନ୍ତୁମାନଙ୍କ ମଧ୍ୟରେ ହୋଇଯାଇଛି । ଯାହାର ମୁଖ୍ୟ କାରଣ ହେଉଛି ଗଛରୁ ନଡିଆ ପଡିବାର ଶବ୍ଦ । ଏହାପରେ ସିଂହ ଠେକୁଆକୁ ପୁଣି ତା’ପିଠି ଉପରେ ବସାଇଲା । ସମସ୍ତ ଜୀବଜନ୍ତୁଙ୍କ ପାଖକୁ ନେଇ ଚାଲିଲା । ସେଠାରେ ସେ ସେମାନଙ୍କୁ ବୁଝାଇ ସବୁ କଥା କହିଲା ସେ ମନରେ କୌଣସି ପ୍ରକାର ଭୟ ନ ରଖିବାକୁ ସେମାନଙ୍କୁ ପ୍ରବର୍ତାଇଲା । ବୁଦ୍ଧିମାନ ସିଂହ ଯଦି ଠିକ୍ ସମୟରେ ଆସି ପହଁଚିନଥାନ୍ତା ତା’ହେଲେ ନିରୀହ ଜୀବଜନ୍ତୁ ଗୁଡାକ ସବୁ ପଶ୍ଚିମ ସାଗରରେ ବୁଡି ମରିଥାନ୍ତେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ