ଏହାକହି ତେନାଲୀରାମା ରାଜଗୁରୁଙ୍କୁ ନିଜ କାନ୍ଧ ଉପରେ ବସାଇ ଚାଲିଲେ । କିଛି ବାଟ ଯାଇଛନ୍ତି କି ନାହିଁ ଦୂରରୁ ରାଜାଙ୍କ କର୍ମଚାରୀମାନେ ଆସୁଥିବାର ଦେଖିପାରିଲେ । କର୍ମଚାରୀମାନେ ସେଠାରେ ପହଁଚିବାକ୍ଷଣି ରାଜାଙ୍କ କହିବା ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିଦେଲେ । କର୍ମଚାରୀମାନେ ସଂଗେ ସଂଗେ ତେନାଲୀରାମାଙ୍କ କାନ୍ଧ ଉପରୁ ରାଜଗୁରୁଙ୍କୁ ତଳକୁ ଓହ୍ଲାଇ ଆଣି ତାଙ୍କୁ ଖୁବ୍ ପିଟିବାକୁ ଲାଗିଲେ । ଶେଷରେ କର୍ମଚାରୀମାନେ ଉଭୟଙ୍କୁ ଧରି ରାଜାଙ୍କ ପାଖକୁ ନେଇଗଲେ । ବିଚରା ଆହତ ରାଜଗୁରୁ ଏ ସବୁ କ’ଣ ହେଉଛି ବୋଲି କିଛି ବି ବୁଝିପାରୁ ନଥାନ୍ତି ।
କର୍ମଚାରୀମାନଙ୍କ ଗହଣରେ ତେନାଲୀରାମାଙ୍କୁ ସୁସ୍ଥ ଦେଖି ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ସଂଗେ ସଂଗେ ରାଜା ତାଙ୍କ କର୍ମଚାରୀମାନଙ୍କୁ ପଚାରିଲେ, “ତୁମ୍ଭେମାନେ ତାଙ୍କୁ ଏଠାକୁ କାହିଁକି ଆଣିଲ? ମୁଁ ତ’ ତୁମକୁ ତେନାଲୀରାମାଙ୍କୁ ପିଟିବାପାଇଁ କହିଥିଲି ।”
ତହୁଁ ସେ କର୍ମଚାରୀ ଦୁଇଜଣ କହିଲେ, “ମହାରାଜ! ଆପଣ ତ’ ଆମକୁ କହିଥିଲେ ଯେ, ଯେଉଁ ବ୍ୟକ୍ତି କାନ୍ଧ ଉପରେ ବସିଥିବେ ତାଙ୍କୁ ହିଁ ଖୁବ୍ ମାଡ ମାରିବ । ଆମେ ଦେଖିଲୁ ଯେ ତେନାଲୀରାମା ରାଜଗୁରୁଙ୍କୁ କାନ୍ଧରେ ବସାଇଛନ୍ତି । ତେଣୁ ରାଜଗୁରୁଙ୍କୁ ଆମେ ଖୁବ୍ ଜୋର୍ରେ ପିଟିଲୁ ।
କର୍ମଚାରୀ ମାନଙ୍କ ଏପରି କଥା ଶୁଣି ରାଜା ପୁରାପୁରି ଆଶ୍ଚର୍ଯ୍ୟ ହୋଇଗଲେ ଓ କହିଲେ, “ତେନାଲୀରାମା ବଡ ଚତୁର ଅଛନ୍ତି । ତାଙ୍କୁ ବୋଧହୁଏ ମୋ କଥା ଆଗରୁ ଜଣା ପଡିଥିଲା ।”
ତେଣୁ ପ୍ରଚଣ୍ଡ ଭାବରେ ରାଜା ରାଗିଯାଇ ତେନାଲୀରାମାଙ୍କୁ ମାରିଦେବାକୁ ଆଦେଶ ଦେଲେ । ପ୍ରକୃତରେ ସେ କର୍ମଚାରୀମାନେ ବି ରାଜଗୁରୁଙ୍କର ରୁକ୍ଷ ବ୍ୟବହାର ପାଇଁ ସେମାନେ ରାଜଗୁରୁଙ୍କ ପ୍ରତି ମୋଟେ ଖୁସି ନଥିଲେ । ତେଣୁ ତେନାଲୀରାମା ସେ କର୍ମଚାରୀ ଦୁଇଜଣଙ୍କ ସଂଗେ ମିତ୍ରତା କରିଦେଲେ ।
ତାପରେ ତେନାଲୀରାମା ସେ କର୍ମଚାରୀ ଦୁଇଜଣଙ୍କୁ କିଛି ସ୍ୱର୍ଣ୍ଣମୁଦ୍ରା ଦେବେ ବୋଲି ମଧ୍ୟ କହିଲେ । ସେହି ସ୍ୱର୍ଣ୍ଣମୁଦ୍ରା ତେନାଲୀରାମା ରାଜାଙ୍କ ଠାରୁ ହିଁ ପାଇଥିଲେ ।
ସେ ଅଙ୍ଗରକ୍ଷୀମାନଙ୍କୁ ତେନାଲୀରାମା କହିଲେ, ତାଙ୍କୁ ସେମାନେ ଛାଡି ଦେଲେ ସେ ସହର ତ୍ୟାଗ କରି ଅନ୍ୟତ୍ର ଚାଲିଯିବେ କିମ୍ବା ନିଜ ଗ୍ରାମରେ ଥିବା ଘରେ ଯାଇ ରହିବେ ।
ଶେଷରେ ତେନାଲୀରାମାଙ୍କ କଥାରେ ଅଙ୍ଗ ରକ୍ଷକମାନେ ନିଜର ସମ୍ମତି ପ୍ରଦାନ କଲେ । ତାପରେ ଅଙ୍ଗରକ୍ଷକମାନେ ନିଜ ଖଣ୍ଡାରେ ସାମ୍ନାରେ ଥିବା ଏକ ଛେଳିକୁ ହାଣି ଦେଇ ରକ୍ତଲଗା ଖଣ୍ଡା ନେଇ ତାଙ୍କର ସେନାପତିଙ୍କୁ ଦେଖାଇଲେ । ସେନାପତି ବି ଅଙ୍ଗରକ୍ଷକର କଥାରେ ବିଶ୍ୱାସ କରି ରାଜାଙ୍କୁ ସବୁ କଥା ଜଣାଇଦେଲେ ।
ତା’ପରଦିନ ତେନାଲୀରାମା ତାଙ୍କର ମାଆ ଓ ପତ୍ନୀଙ୍କୁ ରାଜାଙ୍କ ନିକଟକୁ ପଠାଇ ଦେଲେ । ଦୁଇଜଣ ଯାକ ରାଜାଙ୍କ ସମ୍ମୁଖରେ ପହଁଚିବା ପରେ କାନ୍ଦିବାକୁ ଆରମ୍ଭ କଲେ । ରାଜା ସେମାନଙ୍କୁ ଦେଖି କାନ୍ଦିବାର କାରଣ ଜାଣିବାକୁ ଚାହିଁଲେ ।
ସଂଗେ ସଂଗେ ତେନାଲୀରାମାଙ୍କ ମାଆ କହିଲେ, “ମହାରାଜ! ମୋର ପୁତ୍ର ଏମିତି କ’ଣ ଅପରାଧ କରିଦେଲା ଯେ – ଆପଣ ତାକୁ ମୃତ୍ୟୁଦଣ୍ଡ ଦେଇ ଦେଲେ । ମୋର ଏଇ ବୁଢୀ ବୟସରେ ମୋତେ ଆଉ କିଏ ସାହରା ଦେବ?
ତେନାଲୀରାମାଙ୍କ ପତ୍ନୀ ମଧ୍ୟ କାନ୍ଦି କାନ୍ଦି କହିଲା, “ମୋର ସ୍ୱାମୀ, ମୋର ଏଇ ଛୋଟ ଶିଶୁଟି ପ୍ରତି ପିତାର କର୍ତ୍ତବ୍ୟ ମଧ୍ୟ ଠିକ୍ ଭାବେ କରିପାରିଲେ ନାହିଁ । ଏହି ବିଦେଶରେ ମୋତେ ଆଉ କିଏ ସାହରା ଦେବ ।”
ସେମାନଙ୍କର ଏପରି କାନ୍ଦ ଦେଖି ରାଜାଙ୍କର ସେମାନଙ୍କ ପ୍ରତି ଟିକେ ଦୟା ଆସିଲା । ତେଣୁ ସଂଗେ ସଂଗେ ରାଜା ଘୋଷଣା କଲେ ଯେ – “ଏମାନଙ୍କୁ ପ୍ରତି ମାସରେ ଦଶଟି ସ୍ୱର୍ଣ୍ଣ ମୁଦ୍ରା ଦିଆଯିବ । ଯାହାଦ୍ୱାରାକି ଏମାନଙ୍କର ଆଉ କୌଣସି ବି ଅସୁବିଧା ରହିବ ନାହିଁ ।
ରାଜାଙ୍କ ଠାରୁ ଫେରିବା ପରେ ତେନାଲୀରାମାଙ୍କୁ ତାଙ୍କ ପତ୍ନୀ ଓ ମାଆ ସମସ୍ତ ଘଟଣା ବର୍ଣ୍ଣନା କଲେ । ସବୁ ଶୁଣି ତେନାଲୀରାମା କେବଳ ହସି ହସି କହିଲେ – “ମୁଁ ମୋର ପ୍ରାଣ ରକ୍ଷା କରିବାକୁ ଯେଉଁ କୋଡିଏଟି ସ୍ୱର୍ଣ୍ଣମୁଦ୍ରା ସେ କର୍ମଚାରୀମାନଙ୍କୁ ଦେଇଥିଲି, ତାହା ବର୍ତ୍ତମାନ ଦୁଇ ମାସରେ ପୁଣି ମୋ ପାଖକୁ ଚାଲି ଆସିବ ।”