ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଦୁଇ ବିଦ୍ୟାର୍ଥୀ

ଉଜ୍ଜୟିନୀ ନଗରୀଠାରୁ ଅଳ୍ପ ଦୂରରେ ସିପ୍ରା ନଦୀ କୂଳରେ ଗୁରୁ ପ୍ରଜ୍ଞାସାଗରଙ୍କର ଆଶ୍ରମ ଅବସ୍ଥିତ ଥିଲା । ସେ ବହୁ ବିଦ୍ୟାରେ ଏଭଳି ଜ୍ଞାନୀ ଥିଲେ ଯେ ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିବା ନିମନ୍ତେ ଅନେକ ରାଜ୍ୟରୁ ଆଶାୟୀ ଯୁବକମାନେ ଆସୁଥିଲେ ।

                ଗୁରୁଙ୍କ ଆଶ୍ରମରେ ଆଉ ସ୍ଥାନ ନଥିଲା । ବହୁ ସଂଖ୍ୟକ ଛାତ୍ର ଆଶ୍ରମରେ ରହିଲେ ସମସ୍ତଙ୍କ ପ୍ରତି ଯଥାର୍ଥ ଧ୍ୟାନ ଦେବା ସମ୍ଭବ ହେବ ନାହିଁ ବୋଲି ଗୁରୁ ଆଉ ଅଧିକ ଶିଷ୍ୟ ଗ୍ରହଣ କରିବାକୁ ପସନ୍ଦ କରୁ ନଥିଲେ । ତଥାପି ବିଦ୍ୟାର୍ଥୀମାନେ ଆସି ପହଁଚୁଥିଲେ । ସେମାନଙ୍କ ଆଗରେ ଗୁରୁ ଅଦ୍ଭୁତ ସର୍ତ୍ତ ରଖୁଥିଲେ । କାହାକୁ କହୁଥିଲେ, “ମୋ ଶିଷ୍ୟ ହେବାକୁ ହେଲେ ନଦୀର ଧାରା ବଦଳାଇବାକୁ ପଡିବ । ଯଦି ତାହା କରି ପାରିବ, ତେବେ ତମକୁ ଗ୍ରହଣ କରିବା ।” ଆଉ ପୁଣି କାହାକୁ ସେ କହୁଥିଲେ, “ଏ ବଣ ଭିତରେ ଗୋଟିଏ ସୁନା ଖଣି ଅଛି । ପ୍ରଥମେ ତାହା ବାହାର କର । ତେଣିକି ମୋ ଶିଷ୍ୟ ହେବ ।”

                ଏସବୁ ସର୍ତ୍ତ ଶୁଣି ବିଦ୍ୟାର୍ଥୀମାନେ ଫେରି ଯାଉଥିଲେ ।

                ଥରେ ସୁଭଦ୍ର ନାମକ ନଗରୀରୁ ଦୁଇଜଣ ପରିବ୍ରାଜକ ଆସି ସେଠାରେ ପହଁଚିଲେ । ସେ ଦୁଇଜଣଙ୍କ ଭିତରୁ ଜଣଙ୍କ ନାମ ଆନନ୍ଦ, ଆଉ ଅନ୍ୟ ଜଣଙ୍କର ନାମ ବିଦ୍ୟାଶୀଳ । ଆନନ୍ଦ ଜଣେ ପଣ୍ଡିତ ଭାବରେ ସୁପରିଚିତ ଥିଲେ । ବିଦ୍ୟାଶୀଳ ତାଙ୍କଠୁଁ ନାନା କଥା ଶିଖିବେ ବୋଲି ତାଙ୍କର ସହଯାତ୍ରୀ ହୋଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ