ବିଲୁଆ ମୁହଁରୁ କାଉ ତା’ର ଏମିତି ପ୍ରଶଂସା ଶୁଣି ଶୁଣି କାଉ ଫୁଲି ଫୁଲି ପେଣ୍ଡୁ ପରି ହୋଇ ଗଲା । କିନ୍ତୁ ପରକ୍ଷଣରେ ସେ ଘୁଙ୍ଗା ହେବା କଥା ଶୁଣି ମନେ ମନେ ଭାବିଲା ବିଲୁଆ ମଧ୍ୟ କେତେ ବୁଡବକ୍ ଯେ ମୋତେ ସେ ଘୁଙ୍ଗା ବୋଲି ଭାବିଛି । ଯଦି ମୁଁ ତାକୁ ମୋର ମନୋହର ସ୍ୱର ଶୁଣାଇ ଦିଏ ତେବେ ସେଥିରେ କ୍ଷତି କ’ଣ? ସେ ବି କ’ଣ ୟାଦ୍ କରିବ ମୋର ସ୍ୱର ଶୁଣି ।
ଏହି କଥା ଭାବୁ ଭାବୁ କାଉ ଆରମ୍ଭ କରି ଦେଲା ତାର କା… କା… ରାବ । ଯେମିତି ଥଂଟ ଖୋଲି କା ରାବ ଦେଇଛି ତା’ର ମାଂସ ଟୁକୁଡାଟା ଗଛ ତଳକୁ ଖସି ଗଲା । ଆଉ ବିଲୁଆ ତ ସୁଯୋଗ ଉଣ୍ଡି ଥିଲା ସଂଗେ ସଂଗେ ତାକୁ ଗ୍ରାସ କରି ପକାଇଲା । ବିଲୁଆ ଖାଇ ସାରି ହସି ହସି କହିଲା ବୁଝିଗଲ ତ ଭାଇ । ଆରେ ଭାଇ ତୁମେ ଘୁଙ୍ଗା ନୁହେଁ । ଖୁବ୍ ସୁନ୍ଦର ଭାବେ ତୁମେ କଥା କହି ପାର । କିନ୍ତୁ ତୁମ ପାଖରେ ବୁଦ୍ଧି ରହିଛି ନା ନାହିଁ କୁହ ତ ଦେଖି?
କାଉର ଆଖି ଖୋଲି ଗଲା । ସେ ଦୁଃଖ ପ୍ରକାଶ କରି କହିଲା ସତ କଥା ଭାଇ ! ଯଦି ମୋର ଟିକେ ବି ବୁଦ୍ଧି ଥାଆନ୍ତା ତା ହେଲେ ତୁମେ କେମିତି ମୋ ମାଂସ ଖଣ୍ଡିକ ଖାଇ ପାରି ଥାନ୍ତ । ଯେଉଁ ପ୍ରାଣୀ ପ୍ରଶଂସାର ଭୋକିଲା, ସେ ଏହି ପରି ଭାବେ ଠକେ । ତେଣୁ ପ୍ରାଣୀର ପ୍ରଶଂସାରେ ଭୁଲି ଯିବା ଉଚିତ୍ ନୁହେଁ ।