ବିପରୀତ ଫଳ

ତା’ପରେ ରାଜା ଉଦ୍ୟାନ ପଟକୁ ଯାଇ ଦେଖିଲେ ସବୁ ଦାସଦାସୀ ଏକ ପ୍ରକାର ପୋଷାକ ପିନ୍ଧିଛନ୍ତି । ଏହି କାରଣରୁ ସେ ବୁଝିପାରିଲେ ନାହିଁ କିଏ ପୁରୁଷ କିଏ ନାରୀ । ତା’ପରେ ରାଜା ରାଣୀ  ନଅରକୁ ଯାଇ ଦେଖିଲେ ରାଣୀ କିଏ ଓ ଦାସୀ କିଏ ଚିହ୍ନିବା ଅତ୍ୟନ୍ତ କଠିନ । ଫଳରେ ସେ ରାଜାଙ୍କ ମନଟା ବିକଳ ହୋଇଗଲା । ଯେତେ ଯେତେ ଅଧିକ ସଂଖ୍ୟକ ଲୋକ ସେ ଦେଖୁଥା’ନ୍ତି ତାଙ୍କ ମନ ସେତେ ବିକଳ ହୋଇ ଉଠୁଥାଏ । ତାଙ୍କର ମନ ଭ୍ରମ ଓ ପ୍ରମାଦରେ ପୂର୍ଣ୍ଣ ହେଲାପରି ସେ ଅନୁଭବ କଲେ ।

ତା’ପରେ ଦରବାରକୁ ଯାଇ ସେ ଦେଖିଲେ ଅବସ୍ଥା ଆହୁରି ଖରାପ୍ । କିଏ ମନ୍ତ୍ରୀ କିଏ ସୈନ୍ୟ କିଏ କଟୁଆଳ କିଛି ବି ବାରି ହେଉନାହିଁ । ବହୁ କଷ୍ଟରେ ଖୋଜି ଖୋଜି ମନ୍ତ୍ରୀଙ୍କୁ ପାଇ ରାଗରେ ଗର୍ଜ୍ଜି ଉଠି କହିଲେ “ମନ୍ତ୍ରୀ” ।

ପ୍ରତ୍ୟୁତ୍ତରରେ ମନ୍ତ୍ରୀ ମଧ୍ୟ ଗର୍ଜ୍ଜି ଉଠି କହିଲେ, “ମନ୍ତ୍ରୀ” ।

                ଏଣେ ସେ ରାଜା ଗର୍ଜ୍ଜି ଉଠିଲେ “ଆରେ ମୂର୍ଖ ମୁଁ କ’ଣ ମନ୍ତ୍ରୀ?”

                ମନ୍ତ୍ରୀ ମଧ୍ୟ ଗର୍ଜ୍ଜି ଉଠିଲେ “ଆରେ ମୂର୍ଖ ମୁଁ କ’ଣ ମନ୍ତ୍ରୀ?”

                କ୍ରମେ ସେ ରାଜା ଉପଲବ୍ଧି କଲେ କି ନିଜର ମୂର୍ଖତା ଯୋଗୁଁ ଆଜି ଏଇ ପରିଣାମ ହୋଇଛି । ତେଣୁ ସେ ଲଜ୍ଜିତ ହୋଇ ନିଜ ମହଲକୁ ଚୁପ୍ଚାପ୍ ଲେଉଟି ଗଲେ ।

                ପରଦିନ ଡେଙ୍ଗୁରା ଦିଆ ହୋଇ ପ୍ରଚାର କରାଗଲା ଯେ ସମସ୍ତେ ନିଜ ଇଚ୍ଛା ଅନୁସାରେ ଓ ପ୍ରଥା ଅନୁସାରେ ପୋଷାକ ପରିଚ୍ଛଦ ବ୍ୟବହାର କରିବେ । ଏହାପରେ ସମସ୍ତେ ଶାନ୍ତ ହେଲେ । ଏଣିକି ସେ ରାଜା ଆଉ କୌଣସି କଥାରେ ବଦ୍ମିଜାଜ୍ ଓ ଜିଦି ଦେଖାନ୍ତି ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ