ବୁଦ୍ଧିମତୀ ରାଜକୁମାରୀ

ରାଜା କହିଲେ ମାଆ କମଳ କୁମାରୀ, ତୁ ତ ଦେଖିଲୁ ବିଦ୍ୟା ବୁଦ୍ଧି ପରୀକ୍ଷାର ପ୍ରତିଯୋଗିତାରେ ଫଳ କ’ଣ ହେଲା । ତେଣୁ ମୁଁ ଏକ ଉପାୟ ଚିନ୍ତା କରିଛି । ସେହି ଉପାୟରେ ହିଁ ତୋ ବିବାହ କାର୍ଯ୍ୟ ସମାପନ କରାଯିବ । ରାଜକୁମାରୀ ପଚାରିଲେ ତେବେ ସେ ଉପାୟଟି କ’ଣ? ରାଜା କହିଲେ କାଲି ସକାଳେ ମୁଁ ଦୁଇ ରାଜକୁମାରଙ୍କ ନାଆଁ ଦୁଇଟି ପତ୍ରରେ ଲେଖି ରଖିବି । ତୁ ଯାହାଙ୍କର ନାମ ଉଠାଇବୁ ସେ ହିଁ ହେବ ତୋର ସ୍ୱାମୀ । ଆଉ ଏହା ପରିବାରର ସମସ୍ତ ସଭ୍ୟଙ୍କ ସମ୍ମୁଖରେ ହିଁ  କରାଯିବ । ମନ୍ତ୍ରୀ ଓ ପରିଷଦମାନେ ବି ସମସ୍ତେ ଉପସ୍ଥିତ ରହିବେ ।

କିନ୍ତୁ ରାଜକୁମାରୀ କମଳ କୁମାରୀଙ୍କ ଇଚ୍ଛା ଚନ୍ଦ୍ରଶେଖରଙ୍କୁ ବିବାହ କରିବେ । କିନ୍ତୁ ରାଜକୁମାର ଦେବେନ୍ଦ୍ର କୁମାର ତାଙ୍କ ବାଲ୍ୟ ବନ୍ଧୁ ପୁଅ । ତେଣୁ ରାଜାଙ୍କର ଇଚ୍ଛା ରାଜକୁମାର ଦେବେନ୍ଦ୍ର କୁମାରଙ୍କୁ ଜାମାତା କରିବାକୁ । ରାଜକୁମାରୀ କମଳ କୁମାରୀ ଜଣେ ସଖୀଠାରୁ କୌଣସି ଉପାୟରେ ଖବର ପାଇଲେ ଯେ ରାଜା, ରାଜକୁମାର ଦେବେନ୍ଦ୍ର କୁମାରଙ୍କ ନାଆଁ ଦୁଇଟି ପତ୍ରରେ ଲେଖିଛନ୍ତି ।

ତା’ପରଦିନ ସକାଳେ ରାଜା ଏକ ସୁବର୍ଣ୍ଣ କୁମ୍ଭଟିଏ ଆଣିଲେ । ଆଉ ସେ ସୁବର୍ଣ୍ଣ କୁମ୍ଭରେ ନାମ ଲେଖା ପତ୍ର ଦୁଇଟିକୁ ଭାଙ୍ଗି ଦେଇ ପକାଇଦେଲେ । ରାଜକୁମାରୀ କୁମ୍ଭ ମଧ୍ୟରୁ ଗୋଟିଏ ପତ୍ର ଉଠାଇଲେ ଓ ରାଜାଙ୍କୁ କହିଲେ ବାବା, ଆପଣ ଅନ୍ୟ ପତ୍ରଟି କୁମ୍ଭରୁ ବାହାର କର । ସେଥିରୁ ହିଁ ଜଣାଯିବ ଯେ ହାତରେ କେଉଁ ରାଜକୁମାରଙ୍କ ନାଆଁଟି ଅଛି । ସାଧାରଣତଃ ହିନ୍ଦୁ ଧର୍ମରେ ସ୍ୱାମୀଙ୍କ ନାଆଁ ଧରିବା ପାପ । ତେବେ ମୁଁ କାହିଁକି ମୋ ଭାବି ସ୍ୱାମୀଙ୍କ ନାଆଁ ଧରିବି, ସେ ଅନ୍ୟ ପତ୍ରଟିରେ ରାଜକୁମାର ଦେବେନ୍ଦ୍ର କୁମାରଙ୍କ ନାଆଁ ଲେଖାଥିଲା । ରାଜା ନିଜ ଝିଅର ବୁଦ୍ଧିକୁ ମନେ ମନେ ତାରିଫ୍ କରି ଚନ୍ଦ୍ରଶେଖରଙ୍କ ସହିତ ରାଜକୁମାରୀ କମଳ କୁମାରୀଙ୍କର ବିବାହ କଲେ । ରାଜକୁମାର ଚନ୍ଦ୍ରଶେଖରଙ୍କୁ ବିବାହ କରି କମଳ କୁମାରୀ ବେଶ୍ ସୁଖ ଶାନ୍ତିରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ