ଭୀମସେନ ଜାତକ

       ବୋଧିସତ୍ୱଙ୍କ କଥାରେ ଭୀମସେନ ରାଜିହେଲା । ବୋଧିସତ୍ୱ ତାକୁ ବାରାଣସୀର ରାଜାଙ୍କ ପାଖକୁ ନେଇଗଲେ । ଭୀମସେନ ଆଗେ ଆଗେ ଯାଉଥିଲା, ବୋଧିସତ୍ୱ ତା’ର ପଛେ ପଛେ ଧନୁଶର ଧରି ଯାଉଥିଲେ । ଦୁହେଁ ଜଗୁଆଳୀକୁ କହିଲେ ଯେ ସେମାନେ ରାଜାଙ୍କ ପାଖକୁ ଯିବାକୁ ଚାହାଁନ୍ତି । ଜଗୁଆଳୀ ଯାଇ ରାଜାଙ୍କୁ ଜଣାଇଲା । ରାଜା ସେ ଦୁହିଁଙ୍କୁ ଡକାଇଲେ । ରାଜା ଭୀମସେନକୁ ଆସିବାର କାରଣ ପଚାରିଲେ । ଭୀମସେନ କହିଲା – “ ମହାରାଜ! ମୁଁ ଜଣେ ବୀର ପାଇକ । ଧନୁଶର ଚଳାଇବାରେ ବଡ ଧୁରନ୍ଧର । ମୋପରି ଆଉ କେହି ଧନୁଶର ନେଇ ଲଢେଇ କରିପାରିବ ନାହିଁ । ଆପଣ ମତେ ଚାକିରୀରେ ରଖନ୍ତୁ । ମୁଁ ଆପଣଙ୍କର ଶତ୍ରୁମାନଙ୍କୁ ଯୁଦ୍ଧରେ ହରାଇଦେବି । ମୁଁ ଆପଣଙ୍କ ପାଖରେ ଥିଲେ ଆପଣଙ୍କର କାହାକୁ ଭୟ ରହିବନି ।”

       ରାଜା ଭୀମସେନର କଥା ଶୁଣି ଓ ଚେହେରା ଦେଖି ଖୁସିହେଲେ । ତା କଥାରେ ତାଙ୍କର ବିଶ୍ୱାସହେଲା । ସେ ପଚାରିଲେ – “ତୁମେ କେତେ ଦରମା ନେବ?” ଭୀମସେନ ଉତ୍ତର ଦେଲା – “ମାସକୁ ଦୁଇହଜାର ସୁନା ମୁଦ୍ରା ନେବି।” ରାଜା ତା କଥାରେ ରାଜିହୋଇ ତାକୁ କାମରେ ରଖିଲେ ।

       ରାଜା ବୋଧିସତ୍ୱଙ୍କୁ ଦେଖାଇ ଭୀମସେନକୁ ପଚାରିଲେ – “ତୁମ ସାଙ୍ଗରେ ଏ ଯେଉଁ ଲୋକଟି ଆସିଚି, ସେ କିଏ?”

       ଭୀମସେନ ଉତ୍ତର ଦେଲା – “ସେ ମୋର ଚାକର । ମୋ ପାଖେ ବରାବର ଥାଏ । ମୋର ଧନୁଶର ଓ ଅସ୍ତ୍ରଶସ୍ତ୍ର ବହନ କରେ । ମୋର ସବୁ କାମ ଏଇ ଚାକର କରେ । ସେ ମୋ ପାଖରେ ରହିବ ।”

       ରାଜା ଭୀମସେନ ଓ ବୋଧିସତ୍ୱଙ୍କ ରହିବାପାଇଁ ଗୋଟିଏ ଘର ଦେଲେ । ସେ ଭୀମସେନକୁ ଯେଉଁ କାମ ଦେଉଥିଲେ ବୋଧିସତ୍ୱ ତାହା କରିଦେଉଥିଲେ । ମାତ୍ର ରାଜା ତାହା ଜାଣିପାରୁନଥିଲେ । ସେ ଜାଣୁଥିଲେ ଯେ, ଭୀମସେନ ତାଙ୍କ କାମ କରୁଚି । ଭୀମସେନର ବୀରପଣିଆରେ ସେ ଖୁସିହେଉଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ