ମର୍ତ୍ତ୍ୟ ବୈକୁଣ୍ଠ

ଯାଉଛି ଦେବଦୂତଙ୍କୁ ପଚାରିବି, ସେ ମୋ ଘର କୋଣରେ ବସି କ’ଣ ସବୁ ଲେଖୁଛନ୍ତି । ଶ୍ୟାମସୁନ୍ଦର ଦେବଦୂତଙ୍କ ନିକଟକୁ ଆସିଲେ, ପଚାରିଲେ ମହାଶୟ, ଆପଣ କିଏ? ତହୁଁ ସେ ଦେବଦୂତ ଜଣଙ୍କ କହିଲେ ଶ୍ୟାମସୁନ୍ଦର ଆପଣ ମନରେ ମୋତେ ଯାହା ଚିନ୍ତା କରିଛ ସେଇ ମୋର ପରିଚୟ । ତମେ ମୋତେ ଜାଣିପାରିଛ, ମୁଁ ମୋ ପରିଚୟ ନ ଦେବା ପୂର୍ବରୁ । ତେବେ ଶୁଣ, ଆମେ ସିଧାସଳଖ ଦେବସଭାରୁ ହିଁ ଆସିଛୁ ଦେବଦୂତ । ଦେବତାମାନଙ୍କର ନିର୍ଦ୍ଧେଶ କେଉଁମାନେ ଦେବତାମାନଙ୍କୁ ଭକ୍ତି କରନ୍ତି ସେମାନଙ୍କର ନାଆଁରେ ଏକ ତାଲିକା ପ୍ରସ୍ତୁତ କର । ଆମେ ତୁମ କୋଠରିରେ ବସି ଦେବତାମାନଙ୍କୁ ଭକ୍ତି କରୁଥିବା ମଣିଷମାନଙ୍କର ତାଲିକା ପ୍ରସ୍ତୁତ କରୁଛୁ । ଶ୍ୟାମସୁନ୍ଦର କହିଲେ ମହାଭାଗ ଦେବତାମାନେ ଏହା ଜାଣିବାକୁ କାହିଁକି ଇଚ୍ଛା କରୁଛନ୍ତି? ଶ୍ୟାମସୁନ୍ଦରଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦେବଦୂତ କହିଲେ ଦେବତାମାନେ ଇଚ୍ଛା କରିଛନ୍ତି, ମର୍ତ୍ତ୍ୟକୁ ସ୍ୱର୍ଗରେ ପରିଣତ କରିବେ । ଶ୍ୟାମସୁନ୍ଦର କହିଲେ, ତେବେ ଆପଣ ମୋ ଘରେ ଆବିର୍ଭାବ ହୋଇ ଦେବତାମାନଙ୍କୁ ଭଲ ପାଉଥିବା ମଣିଷମାନଙ୍କ ତାଲିକା ପ୍ରସ୍ତୁତ କରିବାର ଅଭିପ୍ରାୟ କ’ଣ? ଅଭିପ୍ରାୟ ଏହିକି ଯେ ଆମେ ତୁମ ଘରେ ପବିତ୍ରତା ଦେଖିଲୁ, ତମେ ସାଧାରଣ ମଣିଷଟିଏ ହୋଇ ବି ବଂଚିବାକୁ ଇଚ୍ଛା କରିଛ । ତମେ କେବେ ଅସାଧାରଣ ମଣିଷଟିଏ ହେବାକୁ ଚେଷ୍ଟା କରନା । ଧନ ସମ୍ପତ୍ତି ପ୍ରତି ତୁମର ଲୋଭ ନାହିଁ । ତମେ ସବୁବେଳେ ତୁମଭଳି ସାଧାରଣ ମଣିଷର ହିଁ ସେବା କରି ଆସିଛ । ତୁମ ଭଳି ସାଧାରଣ ମଣିଷକୁ ଭଲପାଇ ଆସିଛ । ତୁମେ ଯେଉଁମାନଙ୍କୁ ଭଲ ପାଅ ସେଇ ମଣିଷଙ୍କର ନାଆଁ କୁହ ଆମେ ଏ ତାଲିକାରେ ଲେଖିବୁ ।

                ଶ୍ୟାମସୁନ୍ଦର ଭଲ ପାଉଥିବା ମଣିଷମାନଙ୍କର ନାଆଁ କହିଲେ । ସେ ଦେବଦୂତ ବି ସମସ୍ତଙ୍କର ନାଆଁ ଲେଖିଲେ । ତା’ପରେ ଦେବଦୂତ ଅଦୃଶ୍ୟ ହୋଇଗଲେ । ରାତିପାହି ସକାଳ ହେଲା । ଶ୍ୟାମସୁନ୍ଦର ଆଶ୍ଚର୍ଯ୍ୟ ହେଲେ । ରାତିରେ ଦେଖିଥିବା ସ୍ୱପ୍ନ, ସ୍ୱପ୍ନଟି ବାସ୍ତବ ଆଉ ସତ୍ୟ । ଦେବଦୂତ କାଲି ରାତିରେ ତାଙ୍କ ଘରକୁ ଆସିଥିଲେ । ଅଦୃଶ୍ୟ ହୋଇଗଲେ, ତାଙ୍କୁ କିଛି ବି କହିଲେ ନାହିଁ । ତାପରେ ଶ୍ୟାମସୁନ୍ଦର ନିଜର କର୍ମ ଭିତରେ ନିଜକୁ ହଜାଇ ଦେଲେ । ତା’ପରଦିନ ରାତିରେ ଅର୍ଥାତ୍ ଦ୍ୱିତୀୟ ଦିନ ଶ୍ୟାମସୁନ୍ଦର ଶାନ୍ତିରେ ଶୋଇ ଥାଆନ୍ତି । ହଠାତ୍ ଦେବଦୂତ ଶ୍ୟାମସୁନ୍ଦରଙ୍କର ଶୟନ କୋଠରିରେ ପ୍ରବେଶ କଲେ । ଶ୍ୟାମସୁନ୍ଦର ନିଦରୁ ଉଠିଲେ । ଦେବଦୂତ ପଚାରିଲେ, ଶ୍ୟାମସୁନ୍ଦର, ତୁମେ ଇଚ୍ଛା କରିଛ, ମୁଁ ତୁମକୁ କିଛି କହିବି, ହେଲେ ମୁଁ ତୁମକୁ କ’ଣ କହିବି? ତୁମେ ପଚାରିଲେ ତ କହିବି । ଶ୍ୟାମସୁନ୍ଦର ପଚାରିଲେ ହେ ଦେବ ମହାପୁରୁଷ, ଆପଣଙ୍କ ତାଲିକାରେ ମୋ ନାଆଁ ଅଛି, ଦେବଦୂତ କହିଲେ ନାହିଁ, ତୁମ ନାଆଁ ନାହିଁ । ତୁମେ ତ ଦେବତାଙ୍କୁ ଭଲ ପାଉ ନାହଁ । ତୁମେ ଭଲ ପାଉଥିବା ଯେଉଁ ମଣିଷମାନଙ୍କ ନାଆଁ କହିଛ, ମୁଁ ସେହି ମଣିଷମାନଙ୍କ ନାଆଁକୁ ଲେଖିଛି ଓ ସେମାନଙ୍କର ନାଆଁ ଦେବତାମାନଙ୍କୁ ଦେଇଛି । ସେଇମାନଙ୍କ ନାଆଁ ତାଲିକାରେ ତୁମ ନାଆଁ ଅଛି । ଅନ୍ୟମାନଙ୍କ ନାଆଁ ଅନ୍ୟ ଏକ ତାଲିକାରେ । ଗୋଟିଏ ତାଲିକା ହେଉଛି, ମାନବପ୍ରେମୀ ତାଲିକା ଓ ଅନ୍ୟଟି ଦେବତାପ୍ରେମୀ ତାଲିକା ।       


ଗପ ସାରଣୀ

ତାଲିକାଭୁକ୍ତ ଗପ