ମୁସଲମାନ ରାଜାମାନେ ତାଙ୍କ ଅଧିକୃତ ରାଜ୍ୟକୁ ଆଲ୍ ହିନ୍ଦ୍ ବା ହିନ୍ଦୁସ୍ଥାନ ବୋଲି କହୁଥିଲେ। କିନ୍ତୁ ଇଣ୍ଡିଆ ନାମଟି ଇଉରୋପୀୟ ଦେଶର ଲୋକମାନଙ୍କ ଦ୍ୱାରା ଦତ୍ତ ନାମ। ଯାହା ସିନ୍ଧୁ ନଦୀ ନାମରୁ ଉଦ୍ଧୃତ। ଇଉରୋପୀୟମାନେ ସିନ୍ଧୁକୁ ଇନ୍ଦୁ ବା ଇଣ୍ଡଷ୍ ବା ଇଣ୍ଡସ ବା ଇଂଡିଜ଼୍ ନାମରେ ଜାଣୁଥିଲେ; ଇଉରୋପୀୟ ମାନେ ଆମ ସମୂହ ଭୁଭାଗକୁ ଇଣ୍ଡିଆ କହୁଥିଲେ ତେଣୁ ଏହିନାମରେ ହିଁ ଇଣ୍ଡିଆ ନାମିତ ହୋଇଛି। ଯେତେବେଳେ ବ୍ରିଟିଶ ଆମ ଦେଶକୁ ଆସିଲେ ସେତେବେଳେ ମଧ୍ୟ କିଛି ଅଫିସିଆଲ୍ ନାମ ନଥିଲା ତେଣୁ ସେମାନେ ଇଉରୋପୀୟ ନାମକରଣ ଅନୁଯାଇ ଇଣ୍ଡିଆ ନାମ ରଖିଥିଲେ। ଇଣ୍ଡିଆ ଯେତେବେଳେ ସ୍ୱାଧୀନ ହେବାକୁ ବସିଲା ସେତବେଳେ ଏକ ନୂଆ ନାମ ଜାତିବାଦୀ ବର୍ଗଙ୍କ ଦ୍ୱାରା ଇଣ୍ଡିଆ ସମ୍ବିଧାନରେ ଗୃହୀତ ହେଲା ଯାହାର ନାମ ଥିଲା “ଭାରତ” ଭାରତ ର ଅର୍ଥ କଣ ଏବଂ ଏହାର ଏପରି ନାମ କରଣ କାହିଁକି ହୋଇଛି କେଉଁଠାରେ ମଧ୍ୟ ଲେଖା ନାହିଁ। ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ ଭୂଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା । ଯଦି ଭାରତ ରାମାୟଣ ଚରିତ୍ର ରାମଙ୍କ ସାନ ଭାଇଙ୍କ ନାମରେ ଦିଆଯାଇଥାଏ, ତେବେ ରାମ ଅଯୋଧ୍ୟାର ରାଜା ଥିଲେ ବର୍ତ୍ତମାନର ସମଗ୍ର ଇଣ୍ଡିଆର ନୁହେଁ। ରାଜା ଅଶୋକଙ୍କ ସାମ୍ରାଜ୍ୟ ସର୍ବ ବୃହତ ଥିଲା ଯାହାକି ୫,୦୦୦,୦୦୦ ବର୍ଗ କିଲୋମିଟର ଏକ ଭୂଭାଗ ଥିଲା; କିନ୍ତୁ ଭରତଙ୍କ ରାଜ୍ୟ କେବଳ ବର୍ତ୍ତମାନର ଉତ୍ତର ପ୍ରଦେଶରେ ଥିବା ମାତ୍ର ୨୫ ବର୍ଗ କିଲୋମିଟର ବିସ୍ତୃତ ଏକ ରାଜ୍ୟ। ଅନେକ କହନ୍ତି ଅଯୋଧ୍ୟା କୋଶଳ ରାଜ୍ୟର ରାଜଧାନୀ ଥିଲା; କିନ୍ତୁ କୋଶଳ ରାଜ୍ୟର ଇତିହାସ ବର୍ତ୍ତମାନ ସୁଦ୍ଧା କାଳ୍ପନିକ। ଯଦି ମହାଭାରତ ମହାକାବ୍ୟ ଅନୁଯାଇ ଭାରତ ବଂଶ ପାଣ୍ଡବ ଏବଂ କୌରବଙ୍କ ପୂର୍ବ ପୁରୁଷ ହୁଅନ୍ତି ତେବେ ସେ ଭାରତ କେତେ ଜାଗାର ଅଧିକାରୀ ଥିଲେ ବା ତାଙ୍କର ଅଧିକୃତ ରାଜ୍ୟ କେତେ ବିଶାଳ ଥିଲା ତାହାର କିଛି ପ୍ରମାଣ ନାହିଁ। ଜୈନ୍ୟ ଧର୍ମୀ ଅନୁଗାମୀମାନେ ମଧ୍ୟ କୁହନ୍ତି “ଭାରତ” କୁଆଡେ ପ୍ରଥମ ତୀର୍ଥଙ୍କରଙ୍କ ଜ୍ୟେଷ୍ଠ ପୁତ୍ର ଯିଏ ବର୍ତ୍ତମାନର ଇଣ୍ଡିଆକୁ ଦିନେ ଶାସନକରୁଥିଲେ; କିନ୍ତୁ ଯାହା ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଆଧାର ହୀନ। ଭାରତର ନାମକରଣ ସମ୍ପୂର୍ଣ୍ଣ ଭାବରେ ମିଥ୍ୟା, ଭିତ୍ତିହୀନ ଏବଂ କାଳ୍ପନିକ। ଏପରି କୌଣସି ଆଧାର ନାହିଁ ଯାହାଦ୍ୱାରା ଏହା ପ୍ରମାଣିତ ହୋଇପାରିବାଯେ ବର୍ତ୍ତମାନର ଭୂଭାଗର ନାମ ଭାରତ ରଖିବା ଦରକାର। ଆମଦେଶର ନାମ ଭାରତ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଜାତିବାଦ ପ୍ରଧାନତ୍ଵ ଉପରେ ଆଧାରିତ। ଭାରତ ନାମ ପ୍ରଥମେ ହିନ୍ଦୁ ମହାସଭାର (୧୯୦୬ ଖ୍ରୀଷ୍ଟାବ୍ଦ) ନେତା ବିନାୟକ ଦାମୋଦର ସାବରକାର ଦ୍ୱାରାଙ୍କ ଦ୍ୱାରା ପ୍ରସ୍ତାବିତ ବୋଲି ପ୍ରମାଣ ମିଳେ।
ଯେତେବେଳେ ବ୍ରାହ୍ମଣବାଦୀ ଚିନ୍ତାଧାରା ଇଣ୍ଡିଆରେ ବିକଶିତ ହେଲା ସତେବେଳେ ଶବର ଜାତିର ଠାକୁରମାନେ ମଧ୍ୟ ଭଗବାନର ମର୍ଯ୍ୟାଦା ପାଇଲେ ଏବଂ ସେମାନଙ୍କୁ ବ୍ରାହ୍ମଣବାଦୀ ଧର୍ମ ପ୍ରଚାର ଉଦ୍ଧେଶ୍ୟରେ ବ୍ୟବହାର କରାଗଲା। ପୁରାଣ ଏବଂ ବେଦରେ “ହିନ୍ଦୁ” ବୋଲି କୌଣସି ଶବ୍ଦ ନାହିଁ। ହିନ୍ଦୁ ଶବ୍ଦ ସିନ୍ଧୁ ନଦୀ ଶବ୍ଦରୁ ଉଦ୍ଧୃତ। ପ୍ରାଚୀନ ଇରାନିଆନ୍ ଏବଂ ଆଫଗାନ୍ ଜାତୀୟ ଲୋକମାନେ ସିନ୍ଧୁ ନଦୀ ଉପତ୍ୟକାରେ ବାସ କରୁଥିବା ଲୋକମାନଙ୍କୁ ହିନ୍ଦୁ ବୋଲି କହୁଥିଲେ। ସିନ୍ଧୁ ତଥା ହିନ୍ଦୁ ନାମ ସହ କୌଣସି ଧର୍ମ ବା ଆସ୍ଥାର ସମ୍ପର୍କ ନଥିଲା। ବୈଦିକ ପ୍ରଚାରକ, ସିନ୍ଧୁ ନଦୀ ରୁକ୍ ବେଦରେ ଉଲ୍ଲେଖ ଥିବାରୁ, ହିନ୍ଦୁ ଶବ୍ଦର ସତ୍ତ୍ଵାଧିକାର ବା କପିରାଇଟ୍ ସେମାନଙ୍କ ପାଖରେ ଅଛି ବୋଲି ମନେକରନ୍ତି। କିନ୍ତୁ ରୁକ୍ ବେଦ ପ୍ରଥମ ସୋପାନ “ଅଗ୍ନି” ବ୍ୟାଖ୍ୟାରୁ ଆରମ୍ଭ, ତେବେ କଣ ଅଗ୍ନି, ସୂର୍ଯ୍ୟ, ବାୟୁ କେବଳ ବୈଦିକ ପ୍ରଚରଙ୍କର ସତ୍ତ୍ଵାଧିକାର ବା କପିରାଇଟ୍? ବ୍ରାହ୍ମଣବାଦୀ ଗୋଷ୍ଠୀ ଉତ୍ତର ଭାରତରେ ହିଁ ସୃଷ୍ଟି । ଅନ୍ୟଭାଷାଭାଷୀ ଗୋଷ୍ଠୀଙ୍କ ଜନପ୍ରିୟ ବ୍ୟକ୍ତିତ୍ୱଙ୍କ ଉପରେ ସେମାନଙ୍କର ଅଧିକାର ନଥିଲେ ମଧ୍ୟ ସେମାନଙ୍କ ସାମାଜିକ ପରିଚୟକୁ “ଅବତାର” ନାମକ ଶବ୍ଦରେ ଚୋରିକରି ସେମାନଙ୍କ ଚରିତ୍ରକୁ ନିଜ ଇଛାନୁସାରେ ଲୋକକଙ୍କୁ ଭୂତାଇବା ପାଇଁ ବ୍ୟବହାର କରି ଆସୁଛନ୍ତି। ଏଥିପାଇଁ ରାମ, କୃଷ୍ଣ, ବୁଦ୍ଧ ଇତ୍ୟାଦି ବିଷ୍ଣୁଙ୍କ ଅବତାର ରୂପରେ ବ୍ୟବହାର ହୋଇ ଆସୁଛନ୍ତି । ଏମାନଙ୍କ ଚରିତ୍ର ଏବଂ କାହାଣୀକୁ ସଠିକ ରୂପରେ ତର୍କଭିତ୍ତିକ ଅଧୟନ କଲେ ରାମାୟଣ, ମହାଭାରତ ଇତ୍ୟାଦି କେବଳ କାଳ୍ପନିକ ରଚନା ବୋଲି ହିଁ ଜଣା ପଡେ; କାରଣ ରାମାୟଣ ହନୁମାନ, ଜମ୍ବୁବାନ, ଅଙ୍ଗଦ ଇତ୍ୟାଦି ଚରିତ୍ର ବିନା ଅସମ୍ଭବ । ହନୁମାନ ହନୁ(ମାଙ୍କଡ) ଏବଂ ମାନବ ର ମିଶ୍ରଣ ହନୁ+ମାନବ=ହନୁମାନ । ଆଜିପର୍ଯ୍ୟନ୍ତ ମଣିଷ ମାଙ୍କଡ ମିଶା ଜୀବଙ୍କର ଜୀବାସ୍ମ ନା କୌଣସି ପ୍ରମାଣ ମିଳିଛି ନା କେବେ ମିଳିବ ତେଣୁ ରାମାୟଣ ସମ୍ପୂର୍ଣ୍ଣ କଳ୍ପିତ ରଚନା । ସେହିପରି ଅନ୍ୟ ବୈଦିକ ପ୍ରଚାରରେ ବ୍ୟବହୃତ କିଛି ଚରିତ୍ରମାନଙ୍କ କାହାଣୀ ମଧ୍ୟ ପ୍ରାୟ ଏକା । ୧୩୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରଚିତ ହିନ୍ଦୁ ଧର୍ମ ପୁସ୍ତକ ରଚନା ମାନଙ୍କରେ ମଧ୍ୟ “ହିନ୍ଦୁ” ଶବ୍ଦ ଦେଖିବାକୁ ମିଳେ ନାହିଁ। ଯାହା ଆମେ ଏବେ ହିନ୍ଦୁ ଧର୍ମ ବୋଲି କହୁଛୁ ତାହା ପ୍ରକୃତରେ ବର୍ଣ୍ଣବାଦ/ବ୍ରାହ୍ମଣବାଦ ବା ବୈଦିକ ବା ବେଦାନ୍ତ ବା ସନାତନ ଧର୍ମ । ବୈଦିକ ବ୍ରାହ୍ମଣ ଜାତିପ୍ରଥାକୁ ପ୍ରଶାର କରିବାପପାଇଁ ସମସ୍ତ ଭାଷାଭାଷୀ ମାନ୍ୟତା ଦେବାଦେବୀଙ୍କୁ ନିଜ ଆସ୍ଥାର ପ୍ରଭୁତ୍ତ୍ୱରେ ଏକଛତ୍ରିଭୂତ କରିଥିଲେ । ଖ୍ରୀଷ୍ଟ ପୂର୍ବ ୨୬୩ ରୁ ଖ୍ରୀଷ୍ଟ ପୂର୍ବ ୧୮୫ ପର୍ଯ୍ୟନ୍ତ ବୁଦ୍ଧ ଧର୍ମ ଏକ ସର୍ବ ବୃହତ ଧର୍ମ ଥିଲାବେଳେ, ଖ୍ରୀଷ୍ଟ ପୂର୍ବ ୧୮୫ ପରେ ବିଭିନ୍ନ ଭାଷାଭାଷୀ ଆଦିମ ମୂର୍ତ୍ତିପୂଜନକୁ ବୈଦିକ ପ୍ରଭୁତ୍ୱ ଚିନ୍ତାଧାରାରେ ସାଙ୍ଗଠନିକ ଧର୍ମ ରୂପରେ ପ୍ରଚାରିତ କରି ଇଣ୍ଡିଆରେ ଥିବା ଅନେକ ଭଲ ଧର୍ମର ବିନାଶ କରାଇବାରେ ସଫଳ ହୋଇଆସିଛନ୍ତି । ବୈଦିକ ବେଦାନ୍ତ ଅନେକ ଦର୍ଶନକୁ ଯଥା ନ୍ୟାୟ, ବୈଶେଷିକ, ସାଂଖ୍ୟ, ଯୋଗ, ଏବଂ ମୀମାଂସା ନିଜ ଛତ୍ରଛାୟା ତଳେ ବଶୀଭୂତ କରିଥିଲାବେଳେ, ଅନ୍ୟ ଚାରୋଟି ଇଣ୍ଡିଆନ ପ୍ରମୁଖ ବିଧର୍ମୀକ ଶିକ୍ଷା – ଜୈନ, ବୁଦ୍ଧିଷ୍ଟ, ଅଜୀବିକା ଏବଂ ଲୋକାୟତ/ଚାରୁବାକ କୁ ପୁରାପୁରୀ ମୂଳତ୍ପାଟନ କରିବାରେ ସଫଳ ହୋଇଛନ୍ତି । ବେଦାନ୍ତ ବୁଦ୍ଧ ଧର୍ମକୁ ନଷ୍ଟକରି ଧର୍ମ ନାମରେ ଅନ୍ଧବିଶ୍ୱାସ, ମିଥ୍ୟା, ତର୍କହୀନତା, ଛଳନା, କପଟ, ପ୍ରବଞ୍ଚନା, ହିଂସା, ଆସାମଞ୍ଜଶ୍ୟତା, ଜାତିପ୍ରଥା ତଥା ଭେଦଭାବ ଇତ୍ୟାଦି ଅନେକ ଅସାମାଜିକ ପ୍ରବୃତ୍ତିକୁ ପ୍ରଚାର କରିଆସୁଅଛି। ଶିବ ଲିଙ୍ଗ ହେଉଛି ଏପରି ଏକ ଉଦାହରଣ। ଶିବଙ୍କୁ ଲିଙ୍ଗ ରୂପରେ କାହିଁକି ପୂଜା କରାଯାଏ ୯୯.୯୯% ଲୋକ ଜାଣି ନଥିବେ।