ଅଂଶୁଘାତ ବୁଢା ଭିକାରି

ସେ ବୋତଲରେ ଯେତେକ ପାଣି ଥିଲା ସବୁ ସେ ବୁଢାର ମୁଣ୍ଡରେ ଢାଳିଲା ଘନଶ୍ୟାମ । ଏମିତିକି ସାଙ୍ଗ ପିଲାମାନଙ୍କ ବୋତଲ ପାଣି ବି ସେ ବୁଢାର ଦେହ ମୁଣ୍ଡରେ ଢାଳିଲା ଘନଶ୍ୟାମ । ବୁଢାର ପାଟି ଖୋଲିଲା ଓ ବୁଢାକୁ ପାଣି ପିଆଇଲା । କିଛି ସମୟ ପରେ ସେ ବୁଢା ନିଜର ଚେତା ବି ଫେରି ପାଇଲା । ଏଥର ଆଖି ଖୋଲି ଚାହିଁଲା ସେ ବୁଢା । ତାପରେ ଘନଶ୍ୟାମ ଓ ତା’ର ସାଙ୍ଗମାନେ ସେ ଭିକାରୀ ବୁଢାର ହାତ ଧରି ଘନଶ୍ୟାମ ଘରକୁ ନେଇ ଆସିଲେ । ଘନଶ୍ୟାମ ବି ତା’ ମାଆକୁ ସବୁ କଥା କହିଲା । ଏଥିପାଇଁ ସେ ଘନଶ୍ୟାମର ମାଆ ଘନଶ୍ୟାମକୁ ଧନ୍ୟବାଦ ଦେଲେ । ଭଲ କାମ କରିଛୁ ବୋଲି ମଧ୍ୟ କହିଲେ । ଠାକୁରେ ତୋର ମଙ୍ଗଳ କରନ୍ତୁ ବୋଲି କହି ଆଶୀର୍ବାଦ ବି ଦେଲେ । ଘଂଟାଏ ଦୁଇ ଘଂଟା ପରେ ଘନଶ୍ୟାମର ମାଆ ଅଣ୍ଡା ଭାତ, ଡାଲି ତରକାରୀ ଖାଇବାକୁ ଦେଲେ । ବୁଢା ଖାଉ ଖାଉ କହିଲା, ମାଆ ମୋ ଜୀବନର ଏତେ ଭଲ ଖାଇବା, ପିଇବା, ସେବା ଶୁଶ୍ରୁଷା ଦିନେ ହେଲେ ବି ପାଇ ନଥିଲି । ଆଜି ତୁମ ପୁଅ ଓ ତା’ର ସାଙ୍ଗମାନଙ୍କ ପାଇଁ ମୁଁ ବଂଚିଗଲି ନ ହେଲେ ତ ମରି ଯାଇଥା’ନ୍ତି ।

ଘନଶ୍ୟାମ କହିଲା, ହଉ ଏବେ ଆପଣ ଶୋଇ ପଡନ୍ତୁ । ତହୁଁ ସେ ବୁଢାଟି ବି ଖାଇ ସାରିବା ପରେ ଆରାମ୍ରେ ଶୋଇ ପଡିଲା । ଏଣେ ଖରା ଲେଉଟିଲା । ସଂନ୍ଧ୍ୟା ହେବାକୁ ତ ଅନେକ ସମୟ ବାକି ଥାଏ । ବୁଢା ଏଥର ନିଦରୁ ଉଠିଲା । ଘନଶ୍ୟାମର ମାଆକୁ ଡାକି ସେ ବୁଢା କହିଲା, ମାଆ ମୋତେ ଏବେ ଖୁବ୍ ଭଲ ଲାଗୁଛି । ତେଣୁ ଏବେ ମୁଁ ଗୋଟିଏ ଗୋଟିଏ ପାଦ ପକାଇ ମୋ ଗାଆଁକୁ ଯାଇପାରିବି । ଏହା ଶୁଣି ସେ ଘନଶ୍ୟାମ କହିଲା ନାଇଁ ନାଇଁ ଆଜି ଆପଣ ଏଇଠି ହିଁ ରହିବେ । କାଲି ସକାଳେ ଯାଇ ମୁଁ ଓ ମୋର ସାଙ୍ଗ ପିଲାମାନେ ତୁମକୁ ନେଇ ତୁମ ଘରେ ଛାଡିଦେଇ ଆସିବୁ । ସୂର୍ଯ୍ୟ ଅସ୍ତ ହେଲେ ହିଁ ତୁମେ ଯାଇ ବାହାରକୁ ବାହାରିବ । ତୁମକୁ ପରା ‘ଅଂଶୁଘାତ’ ହୋଇ ଆସୁଥିଲା,  ମାତ୍ର ଅଳ୍ପକେ ରକ୍ଷା ପାଇଗଲ । ଆଗ ଯୁଗଭଳି ଏବେତ ଗଛ ଆଉ ନାହିଁ । ଲୋକେ ଗଛର ଉପକାରିତା ଗୁଣ ନ ଜାଣି ଓଲଟି ଗଛ ସବୁକୁ କାଟି ଦେଉଛନ୍ତି । ତେଣୁ ଏବେକା ଖରା ଅତି ପ୍ରଖର । ତେଣୁ ଘରୁ ବାହାରିବା ବେଳେ ସାଙ୍ଗରେ ଛତା ଓ ପାଣି ବୋତଲ ନେବା ଏକାନ୍ତ ଆବଶ୍ୟକ । ଏହାଛଡା ପ୍ରଚୁର ପାଣି ପିଇବା ମଧ୍ୟ ଆବଶ୍ୟକ ।


ଗପ ସାରଣୀ

ତାଲିକାଭୁକ୍ତ ଗପ