ଥରେ ଦୁଇ ବାଟୋଇ ଜଙ୍ଗଲ ରାସ୍ତାରେ ସହରକୁ ଯାଉଥିଲେ । ଘଂଚ ଜଙ୍ଗଲ ମଝିରେ ସେମାନେ ଯାଉ ଯାଉ ବାଟରେ ଗୋଟିଏ ସୁନାର କୁରାଢୀ ଦେଖିବାକୁ ପାଇଲେ ଏବଂ ପ୍ରଥମ ବାଟୋଇ ଦୌଡି ଯାଇ ସେହି କୁରାଢୀଟିକୁ ଉଠାଇ ନେଇ ଦୀର୍ଘନିଃଶ୍ୱାସ ଛାଡି କହିଲା ଯାହା ହେଉ ଭଗବାନ୍ ମୋ କଥା ଶୁଣିଛନ୍ତି । ଏତେ ଦିନ ପରେ ମୋତେ ଏହି ସୁନା କୁରାଢୀଟି ମିଳି ଗଲା । ଆଉ ଏ କୁରାଢୀ ନେଇ ମୁଁ ବିକ୍ରି କରି ବହୁତ ଧନ ପାଇ ଆରାମ୍ରେ ଖାଇ ପିଇ ମଉଜ ମଜଲିସ୍ରେ ଜୀବନ ବିତାଇବି । ମୋର ଦୁଃଖ ଦୂର ହୋଇ ଗଲା । ଏ କଥା ଶୁଣି ଦ୍ୱିତୀୟ ବାଟୋଇ ଜଣକ କହିଲା କ’ଣ କହୁଛୁ ତୁ? ଏ କୁରାଢୀରେ ମୋର ମଧ୍ୟ ଭାଗ ରହିଛି । କାରଣ ଆମେ ଦୁଇ ଜଣ ସାଙ୍ଗ ହୋଇ ଯାଉ ଥିଲୁ । ତେଣୁ କୁରାଢୀ ଉପରେ ମୋର ମଧ୍ୟ ସମ ପରିମାଣରେ ଅଧିକାର ଅଛି ।
ପ୍ରଥମ ବାଟୋଇ ହସି କରି କହିଲା – ବାଃ ବହୁତ ଭଲ କଥା । କୁରାଢୀଟିକୁ ପ୍ରଥମେ ମୁଁ ଦେଖିଲି ଏବଂ ମୁଁ ତାହାକୁ ଅକ୍ତିଆର କଲି । ତେଣୁ ଯର୍ଥାଥରେ କୁରାଢୀ ଉପରେ କେବଳ ମୋର ଭାଗ ମୁଁ ଏଥିରୁ କାଣି କଉଡିଟିଏ ବି ତୁମକୁ ଦେବି ନାହିଁ ।