ଇଏତ ରାମଦାସ

         ବିରବଲଙ୍କ ମୁଖରୁ ଏପରି କଥାମାନ ଶୁଣି ମୋତିଲାଲ୍ ଅବଶ୍ୟ କିଛି ବୁଝିପାରୁ ନଥିଲେ । କ’ଣ କହିବେ ଚିନ୍ତା କରୁଥିବା ସମୟରେ ବିରବଲ କହିଲେ – ମୁଁ ଜାଣିଥିଲି ଯେ ତୁମ୍ଭର ବିଚାର କରିବାର ଶକ୍ତି ଅଧିକ । ସେହିପରି ତୁମ୍ଭେ ନ୍ୟାୟବନ୍ତ । ଗତକାଲି ରାତିରେ ସମ୍ରାଟଙ୍କ ସହିତ ଗୋଟିଏ କଥା ଗୋପନରେ ଆଲୋଚନା ହୋଇଥିଲା । ଆଉ ମାତ୍ର ଦୁଇ ଦିନ ମଧ୍ୟରେ ପ୍ରସ୍ତାବିତ କାର୍ଯ୍ୟକୁ ସମ୍ରାଟ୍ ଆରମ୍ଭ କରିବେ । ଆଉ ମଧ୍ୟ ସେହି କାର୍ଯ୍ୟର ମୁଖ୍ୟ ଦାୟିତ୍ୱ କିପରି ସମାପନ ହେବ, ସେ ଦାୟିତ୍ୱ ମୋତେ ଦେଇ କହିଛନ୍ତି । ଏହି କାର୍ଯ୍ୟଟିକୁ ତୁମ୍ଭେ ଏପରି ଭାବରେ କରିବ ଯାହା କାନକୁ ଯେପରି ଦୁଇ କାନ ନ ହୁଏ ।

         ଏହିଭଳି ଭାବରେ ସମ୍ରାଟଙ୍କ ସହିତ ମୋର ଗୋପନରେ ଆଲୋଚନା ହୋଇଗଲା । ଏଥିଲାଗି ଯାହାଙ୍କ ଭାଗ୍ୟରେ ସେହି କାର୍ଯ୍ୟଟି ଜୁଟିବ, ଜାଣିବ ସେ ସତ୍ୟରେ ଧନୀ ହୋଇଗଲା । ସ୍ୱୟଂ ସମ୍ରାଟଙ୍କ ପରେ ରାଜ୍ୟରେ ସମ୍ମାନ ପ୍ରାପ୍ତି ହେବାର ଦ୍ୱିତୀୟ ବ୍ୟକ୍ତି ହେବେ ସେ, ଏହାଛଡା ଏଥିରେ ମୋଟା ଅଙ୍କର ରୋଜଗାର ମଧ୍ୟ ରହିବ ।

         ମୁଁ ତୁମକୁ ସେଥିପାଇଁ ରାଜକର୍ମଚାରୀଙ୍କୁ ପଠାଇ ମୋ ପାଖକୁ ଡାକି ଆଣିଛି । ଯେହେତୁ ଆପଣ ହେଉଛନ୍ତି ମୋ ଦୃଷ୍ଟିରେ ଉତ୍ତମ ଲୋକ ଓ ନ୍ୟାୟବନ୍ତ ।

         ବିରବଲ ଯାହା ସବୁ କହିଗଲେ ସେହି କଥାକୁ ମୋତିଲାଲ୍ ଖୁବ୍ ମନଧ୍ୟାନ ଦେଇ ଶୁଣୁଥିଲେ । ଯାହା ଯାହା ବିରବଲ କହିଲେ ସେଥିରେ ଯେ ଏତେ ଲାଭ ଅଛି ସେହି କଥାକୁ ବୁଝିବା ନିମନ୍ତେ ସେ ମନେ ମନେ ଯେତେ ଚେଷ୍ଟା କଲେ ମଧ୍ୟ ତଥାପି ବୁଝି ପାରୁ ନାହାଁନ୍ତି । ଶେଷରେ ମନେ ମନେ ବ୍ୟସ୍ତ ହୋଇ ମୋତିଲାଲ୍ ତୁଣ୍ଡ ଖୋଲିଲେ । ଦେୱାନ୍ ସାହେବ୍, ମୋତେ କାହିଁକି ଏପରି ଅସମୟରେ ଜରୁରୀ ଭାବରେ ଡକାଇଲେ ତାହା ତ କହିଲେ ନାହିଁ । ତା’ଛଡା ଆପଣ ବର୍ତ୍ତମାନ ଯାହା ସବୁ କହି ଯାଉଛନ୍ତି ସେ କଥାର ଆଦିଅନ୍ତ ମୁଁ କିଛି ଠଉରେଇ ମଧ୍ୟ ପାରୁନାହିଁ ।

         ମୋତିଲାଲ୍ଙ୍କଠାରୁ ଏକଥାଶୁଣି ବିରବଲ କହିଲେ – ଆପଣ କିପରି ଏତେ ଗହନ କଥାକୁ ମୁଣ୍ଡରେ ପୂରାଇ ପାରିବେ ମୋତିଲାଲ୍, ଏ ପରା ସମ୍ରାଟଙ୍କ ଘରର କଥା । ତାହା ହେଲେ ମୁଁ ଏବେ ସେହି କଥାକୁ ଖୋଲି କରି କହୁଛି, ଆଉ ମଧ୍ୟ ତୁମକୁ ମୋ କଥାରେ ନିଶ୍ଚୟ ରାଜି ହେବାକୁ ପଡିବ । ଆଜି ତୁମର ମତାମତ ମୋ କାନରେ ପଡିଗଲେ କାଲି ଦିବସରେ ଅନ୍ତିମ କାଳରେ ସେହି କଥାକୁ ମୁଁ ସମ୍ରାଟଙ୍କ କାନରେ ପକାଇ ଦେଲେ କଥା ପକ୍କା ହେଲା ବୋଲି ଜାଣିବାକୁ ହେବ । ତେବେ ତୁମକୁ ଡାକିବାର କାରଣ ଏବେ କହୁଛି ଶୁଣ ।


ଗପ ସାରଣୀ

ତାଲିକାଭୁକ୍ତ ଗପ