ଇଏତ ରାମଦାସ

         ଏହିପରି ଭାବରେ ରାମଦାସ ବିଚାର କରୁଥିବା ମଧ୍ୟରେ ହଠାତ୍ ତାଙ୍କର ଆଖି ଆଗରେ ବିରବଲଙ୍କ ଚେହେରା ଦେଖାଯାଉଥିଲା । ତହୁଁ ସେ ଖୁବ୍ ମନ ଦୁଃଖରେ ଯାଇ ବିରବଲଙ୍କ ନିକଟରେ ପହଁଚନ୍ତେ । ବିରବଲ ରାମଦାସଙ୍କୁ ଦେଖି ମିତ୍ର ଭାବରେ ସମ୍ବୋଧନ କରି ନେଇ ନିଜ ପାଖରେ ବସାଇଲେ ସମସ୍ତ ଭଲମନ୍ଦ ବିଷୟରେ ପଚାରିଲେ ।

         ରାମଦାସ ଯେଉଁ କାର୍ଯ୍ୟ ନିମନ୍ତେ ବନ୍ଧୁ ବିରବଲଙ୍କ ନିକଟରେ ଗୁହାରୀ କରିବାକୁ ଯାଇଥିଲେ, ସେ ସମସ୍ତ କଥା ଗୋଟି ଗୋଟି କରି କହି କାନ୍ଦି ପକାଇଲେ ।

         ରାମଦାସଙ୍କଠାରୁ ଏ ସମସ୍ତ କଥା ଶୁଣି ସାରି ବିରବଲ ତାଙ୍କୁ ଶାନ୍ତ୍ୱନା ଦେଇ କହିଲେ, ତୁମେ ନିଶ୍ଚିନ୍ତ ହୋଇ ଘରକୁ ଯାଅ, ମୁଁ କଥା ଦେଉଛି ଯେ ମୋତିଲାଲ୍ ନିଜେ ଯାଇ ତୁମର ସମସ୍ତ ଜିନିଷପତ୍ର ତୁମ ଘରେ ଦେଇ ଆସିବେ ।

         ରାମଦାସ ବିରବଲଙ୍କଠାରୁ ଏପରି ଆଶ୍ୱାସନା ବାଣୀ ଶୁଣିବା ପରେ ଘରକୁ ଫେରି ଆସି ସମସ୍ତ କଥା ସ୍ତ୍ରୀଙ୍କୁ କହିଲେ । ଏହାପରେ ରାମଦାସ ଘରକୁ ଫେରିବା ପରେ ମୋତିଲାଲ୍ଙ୍କୁ ଡାକି ଆଣିବା ନିମନ୍ତେ ଜଣେ ରାଜକର୍ମଚାରୀଙ୍କୁ ତାଙ୍କ ଗୃହକୁ ପଠାଇଲେ ।

         ମୋତିଲାଲ୍ ଯେତେବେଳେ ଜାଣିଲା ତାଙ୍କୁ ଲୋକପଠାଇ ବିରବଲ ଡକାଇଛନ୍ତି, ଏଥିରେ ରାମଦାସ ଯେ ତାଙ୍କ ପାଖରେ ଗୁହାରୀ କରିଥିବା ସଂଦେହକୁ ଆସିଲା; ତଥାପି ସମ୍ରାଟଙ୍କର ଦେୱାନ୍ ହେଉଛନ୍ତି ବିରବଲ । ତାଙ୍କ କଥାକୁ ବେଖାତିର କରିବ ବା କିଏ, ଯାହା ହେଲେ ବି ତାକୁ ତାଙ୍କ ପାଖକୁ ଯିବାକୁ ହେବ । ଏହା ଭାବି ମୋତିଲାଲ୍ ରାମଦାସଙ୍କ ବିରୁଦ୍ଧରେ ଯାହାସବୁ କହିବେ ସେଥିଲାଗି ପ୍ରସ୍ତୁତ ହୋଇ ସେଦିନ ଖରା ମଳାଚିବା ପରେ ସେ ଯାଇ ବିରବଲଙ୍କ ନିକଟରେ ହାଜର ହୋଇଗଲେ ।

         ବିରବଲ ବହୁ ଚାଲାଖ୍ ଲୋକ । ମୋତିଲାଲ୍ଙ୍କୁ ଦେଖିବା ମାତ୍ରେ ତାଙ୍କୁ ଖୁବ୍ ଆଦର କରି ନେଇ ନିଜ ଆସନରେ ବସାଇଲେ । ମୋତିଲାଲ୍ଙ୍କୁ ତାଙ୍କର ବ୍ୟବସାୟ ଲାଭକ୍ଷତି, ଗୃହରେ ପିଲାମାନଙ୍କର ଦେହ ପା’ ଖବରମାନ ପଚାରି ତାଙ୍କ ମନରେ କାଳେ ରାମଦାସଙ୍କ ବିଷୟରେ କିଛି କଥା ରହୁଥାଏ ତାହାକୁ ଦୂର କରାଇ ଦେଲେ ।

         ତା’ପରେ ବିରବଲ ପଚାରିଲେ, ଆହେ ମୋତିଲାଲ୍, ଦେଖ ତୁମର ମୋର ବହୁଦିନର ଜଣା ଶୁଣା ଅଛି । ତମ ପ୍ରତି ମୋର ଅନେକ ପ୍ରେମ ସରାଗ ମଧ୍ୟ ରହିଛି । ଆମ୍ଭ ରାଜ୍ୟରେ ମୁଁ ତୁମକୁ ଜଣେ ନୀତିବାନ୍ ବ୍ୟକ୍ତି ଭାବରେ ଜାଣେ । ସେଥିଲାଗି ମୋର ତୁମ୍ଭ ପ୍ରତି ଏକ ନିବିଡ ଆତ୍ମବିଶ୍ୱାସ ଥିବାରୁ ଗୋଟିଏ ମଙ୍ଗଳ କାର୍ଯ୍ୟ ନିମନ୍ତେ ମୁଁ ତୁମକୁ ଏଠାକୁ ଜରୁରୀ ଭାବରେ ଡକାଇଅଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ