କଣା ଚାହେଁ ସମସ୍ତେ କଣା ହୁଅନ୍ତୁ

ତା’ପରେ ବିଲୁଆର ମୁଣ୍ଡରେ ଗୋଟିଏ ଯୋଜନା ପଶିଲା । ଯଦି ମୋ ସହିତ ମୋ ଜାତି ଭାଇ ମାନଙ୍କର ଲାଞ୍ଜ କଟି ଯାଇଥାନ୍ତା ତେବେ କେମିତି ହୋଇଥାନ୍ତା? ତା’ହେଲେ ତ ସମସ୍ତଙ୍କର ସୁନ୍ଦରତା ନଷ୍ଟ ହୋଇ ଯାଇଥାନ୍ତା । ତା’ପରେ ସେମାନେ ସମସ୍ତେ ମୋରି ଭଳିଆ ଦେଖା ଯାଇଥାନ୍ତେ । ତା’ହେଲେ ମୁଁ ତାଙ୍କ ସହିତ ରହିବାରେ ଲାଜ କାହିଁକି କରନ୍ତି?

ଏହି କଥା ଭାବି ଜଙ୍ଗଲ ମଧ୍ୟରେ ପ୍ରବେଶ କରି ଆଉ ନିଜ ଭାଇ ମାନଙ୍କୁ ଜଣାଇବା ପାଇଁ ହୁକେ ହୁ… ଆୱାଜ୍ ଦେଲା । ଅନ୍ୟ ବିଲୁଆ ମାନେ ତାର ଆୱାଜ୍ ପାଇ ପୁଣି ସେମାନେ ବୋବାଇଲେ – ହୁକେ… ହୁଁ… ଆସି ଲାଞ୍ଜ କଟା ବିଲୁଆ ନିକଟରେ ଏକତ୍ର ହୋଇ ଗଲେ ।

ଭାଇ ମାନେ! ମୋର ଲାଞ୍ଜ ଆଡକୁ ଦେଖି କୁହ ତ? ଲାଞ୍ଜଟା କୁଆଡେ ଗଲା? ତାକୁ ମୁଁ କାଟି ଫୋପାଡି ଦେଇଛି । ଆପଣ ମାନେ ପଚାରିବେ କାହିଁକି? ଆଚ୍ଛା ଶୁଣନ୍ତୁ! କଥା ଏହି କି ଲାଞ୍ଜ ହେଉଛି ଏକ ବେକାର ବୋଝ ଭଳି ହେଉଛି । ମଣିଷକୁ ଦେଖନ୍ତୁ ସେମାନେ କେବେ ଲାଞ୍ଜ ରଖନ୍ତି ନାହିଁ ଏବଂ ଲାଞ୍ଜ ଥିବା ପ୍ରାଣୀ ମାନଙ୍କୁ ତାଚ୍ଛଲ୍ୟ କରନ୍ତି । ଲାଞ୍ଜ ନଥିବାରୁ ମଣିଷ ମାନେ ଏତେ ସୁନ୍ଦର ଦେଖା ଯାନ୍ତି । ତେଣୁ ମୁଁ ମୋର ଲାଞ୍ଜକୁ କାଟି ଫୋପାଡି ଦେଇଛି । ବର୍ତ୍ତମାନ ମୁଁ ସୁନ୍ଦର ଦେଖା ଯାଉଛି ନା ନାହିଁ  ପର କଥା କିନ୍ତୁ ଅଯଥା ବୋଝରୁ ମୁକ୍ତି ପାଇ ଥିବାରୁ ନିଜକୁ ବହୁତ ଆରାମ୍ ଲାଗୁଛି । ତେଣୁ ଆପଣ ମାନଙ୍କୁ ଅନୁରୋଧ କରୁଛି କି ଆପଣ ମାନେ ମଧ୍ୟ ନିଜ ନିଜ ଲାଞ୍ଜ କାଟି ଦିଅନ୍ତୁ ଏବଂ ଶରୀରର ବୋଝ ହାଲୁକା କରନ୍ତୁ । ଫଳରେ ମୋ ଭଳିଆ ସୁନ୍ଦର ଦେଖା ଯାଆନ୍ତୁ ।

ଗୋଟିଏ ବୁଢା ବିଲୁଆ ହସି ହସି କହିଲା – ଏହି ଲାଞ୍ଜ କଟା ବିଲୁଆର କଥା ସବୁ ମିଛ ଅଟେ । ତା’ର କଥା ସବୁ ମିଛ ଅଟେ ।

କେମିତି କେଜାଣି ତାର ଲାଞ୍ଜ କଟି ଯାଇଛି ଫଳରେ ତାକୁ ଲଜ୍ଜା ବୋଧ ହେଉଛି । ସେଥି ପାଇଁ ସେ ଏଭଳି କଥା କହୁଛି ଆଉ ଆମକୁ ମୂର୍ଖ ଭାବି ଆମକୁ ଉସୁକାଉ ଅଛି । ମୋ କଥା ଶୁଣନ୍ତୁ ଆପଣ ମାନେ କେହି ତା କଥାରେ ଯାଆନ୍ତୁ ନାହିଁ । କଥାରେ ଅଛି – କଣା କେବେ ଚାହେଁ ନାହିଁ କି ସମସ୍ତଙ୍କର ଦୁଇ ଆଖି ଥାଉ । ସେ ଚାହିଁବ କି ସମସ୍ତଙ୍କର ଗୋଟିଏ ଆଖି ହେଉ ବୋଲି । ଲାଞ୍ଜ କଟା ବିଲୁଆ ମଧ୍ୟ ସେଭଳି ଚାହୁଁଛି । ସମସ୍ତ ବିଲୁଆଙ୍କର ଲାଞ୍ଜ କଟି ଯାଉ ବୋଲି । ତେଣୁ ତା କଥାକୁ ସାବଧାନ୍ ।

ଏହା ପରେ ବୁଢା ବିଲୁଆ ଲାଞ୍ଜ କଟା ବିଲୁଆ ଆଡକୁ ରକ୍ତ ଚକ୍ଷୁରେ ଅନାଇ କହିଲା – ଆରେ ରେ ଲାଞ୍ଜ କଟା ବିଲୁଆ । ତୁ ଏଠାରୁ ଯିବୁ ନା ଆମେ ତୋତେ ଜବରଦସ୍ତ ତଡି ଦେବୁ । ଚାଲ ବାହାର ଏଠୁ; ଏଥର ବିଦା ହ.. ଜଲ୍ଦି ।

କିଛି ଅଘଟଣ ଘଟଯିବା କଥା ଭାବି ଅତି ଲଜ୍ଜାରେ ଲାଞ୍ଜ କଟା ବିଲୁଆ ସେଠାରୁ ତୁରନ୍ତ ପଳାଇ ଗଲା ଅନ୍ୟ ଆଡକୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ