ଧର୍ମ ଅଧର୍ମ

                ନୀରଜାର ଯେତେବେଳେ ଚେତା ଫେରିଲା, ସେ ନିଜକୁ ଏକ କୁଟୀରର ଖଟ ଉପରେ ପଡିଥିବାର ଦେଖିଲା । ତା’ଖଟ ପାଖରେ ବସିଥିବା ଜଣେ ଯୁବକ ତାକୁ କହିଲା, “ଏବେ ତୁମର ଆଉ ଭୟ କରିବାର କିଛି କାରଣ ନାହିଁ । କୁହ ତୁମକୁ ଏବେ କିପରି ଲାଗୁଛି?”

                ତହୁଁ ନୀରଜା ମଥା ହଲାଇ ସଙ୍କେତ ଦେଲା ଯେ ସେ ଭଲ ଅଛି । ତା’ପରେ ସେ ଉଠିବାକୁ ଯାଉଥିଲା, ଯୁବକଟି କହିଲା, “ଆଉ କିଛି ସମୟ ବିଶ୍ରାମ କର । ତୁମକୁ ଗୋଲାପ ବଗିଚାରେ ପଡିଥିବାର ମୁଁ ଦେଖିଲି । ତେଣୁ ତୁରନ୍ତ ତୁମକୁ ଏଠାକୁ ଆଣି ଚିକିତ୍ସା କଲି ଓ ତୁମ ଲୋକଙ୍କୁ ଖବର ଦେଲି ।”

                ତା’ପରେ ନୀରଜାର ପିଇସି ପିଇସା ଆସିଲେ । ତା’ର ପିଇସି ଯୁବକର ହାତ ଧରି କହିଲେ, “ରାଜେଶ୍, ପୁଅ ତୁ ନଥିଲେ ଆଜି ନୀରଜାର ଅବସ୍ଥା କ’ଣ ଯେ ହୋଇଥା’ନ୍ତା । ଆଜି ତୁ ଜାଣ ତାକୁ ପୁନର୍ଜନ୍ମ ଦେଇଛୁ ।” ତା’ପରେ ସେମାନେ ନୀରଜାକୁ ନେଇ ଯିବାକୁ ଚାହିଁଲେ । କିନ୍ତୁ ରାଜେଶ୍ କହିଲା, “ଆଜି ଦିନକ ଏଇଠାରେ ରହୁ କାଲିକି ପଛେ ସେ ଯିବ । କାରଣ ମୁଁ ମଧ୍ୟ ଔଷଧର ପ୍ରଭାବ ଦେଖିବାକୁ ଚାହେଁ ।

ପରଦିନ ନୀରଜା ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଗଲା । ତା’ ପିଇସି ନୀରଜାକୁ ରାଜେଶ୍ ସଂପର୍କରେ ପୂର୍ଣ୍ଣ ବିବରଣୀ ଦେଲେ । ରାଜେଶ୍ର ବାପା ଗ୍ରାମରେ ଜମିବାଡି ଦେଖନ୍ତି । କିନ୍ତୁ ଜଡିବୁଟି ସବୁ ରୋଗୀମାନଙ୍କୁ ଦେଇ ବିନା ପଇସାରେ ତାଙ୍କର ଚିକିତ୍ସା କରନ୍ତି । ଏଇ ବର୍ଷକ ଆଗରୁ ହଠାତ୍ ତାଙ୍କର ମୃତ୍ୟୁ ହେଲା । ସେହି ଦିନଠାରୁ ରାଜେଶ୍ ମଧ୍ୟ ତା’ ବାପାଙ୍କ ପରି ବିନା ପଇସାରେ ଚିକିତ୍ସା କରେ । ରାଜେଶ୍ର ଚେହେରା ଓ ବ୍ୟବହାର ଦ୍ୱାରା ନୀରଜା ଆକର୍ଷିତ ହେଲା । ରାଜେଶ୍ର ପରୋପକାର ଗୁଣ ଯୋଗୁଁ ନୀରଜା ତା’ପ୍ରତି ବହୁତ ପ୍ରଭାବିତ ହେଲା । ତା’ପ୍ରତି ତା’ର କୃତଜ୍ଞତା ସ୍ୱତଃ ରହିଲା । ନୀରଜା ଏକ ସପ୍ତାହ ଗ୍ରାମରେ ରହିଲା, ପ୍ରତିଦିନ ସେ ରାଜେଶକୁ ଦେଖାକରେ । ରାଜେଶ ସହିତ କଥାବାର୍ତ୍ତା କରି ସେ ଏତେ ମୁଗ୍ଧ ହେଲା ଯେ ଚାହିଁଲା ସେଇଠି ସବୁଦିନ ପାଇଁ ରହିଯା’ନ୍ତା । ଦିନେ କଥାବାର୍ତ୍ତା କରୁକରୁ ନୀରଜା କହିଲା, “ତୁମେ ମୋତେ ଗୋଟେ ନୂଆ ଜୀବନ ଦେଇଛ । ତେଣୁ ଏ ଜୀବନ ଉପରେ କେବଳ ତୁମର ହିଁ ପୂର୍ଣ୍ଣ ଅଧିକାର ରହିଛି । ମୋ ସହିତ ତୁମର ବିବାହ ହେବାରେ ତୁମର କିଛି ଆପତ୍ତି ଅଛି କି?”

ଏହା ଶୁଣି ରାଜେଶ୍ କହିଲା, “ମୁଁ ତ ତୁମ ପରିବାର ବିଷୟରେ ସବୁକିଛି ଶୁଣିଛି । ତୁମର ଧନସଂପଦ ଓ ମୋର ଘର ମଧ୍ୟରେ ଆକାଶ ପାତାଳ ତଫାତ୍ । ତେଣୁ ଆମର ବିବାହ କଦାପି ମଧ୍ୟ ସମ୍ଭବ ହେବ ନାହିଁ ।”

ଏପରି ଉତ୍ତର ଶୁଣି ନୀରଜା କହିଲା, “ବିବାହରେ ସେସବୁର କୌଣସି ପ୍ରଶ୍ନ ଉଠିବ ନାହିଁ । ତମେ କୁହ, ତୁମର ଇଚ୍ଛା କ’ଣ?”

ରାଜେଶ୍ କହିଲା, “ଆମ ଇଚ୍ଛା ବିଷୟରେ ପ୍ରଶ୍ନ ପଚାରିବା ନିରର୍ଥକ । ବାପମା’ ଏଥିରେ ସ୍ୱୀକୃତି ଦେଲେ ତ ଯାହାକିଛି ହେବ ।”

“ସେ ଦାୟିତ୍ୱ ମୋ ଉପରେ ଛାଡିଦିଅ ।” ଏତିକି କହି ନୀରଜା ସେଠାରୁ ଫେରି ଆସିଲା । ସହରରେ ପହଁଚି ସେ ତା’ର ମା’ବାପାଙ୍କୁ ସବୁ ଘଟଣା କହିଲା । ତା’ପରେ ସେ କହିଲା, “ରାଜେଶ୍ ଯୋଗୁଁ ମୁଁ ବଂଚିଲି । ତାକୁ ବିବାହ କଲେ ମୋ ଜୀବନ ସାର୍ଥକ ହେବ ।”

ଏକମାତ୍ର କନ୍ୟାର ଇଚ୍ଛା ବିରୁଦ୍ଧରେ ତ ବାପମା ଯାଇପାରିବେ ନାହିଁ । ଏଣୁ ଠିକ୍ ତା’ ପରଦିନ ହିଁ ନୀଳକଣ୍ଠ ରାଜେଶ୍ ସହିତ କଥାବାର୍ତ୍ତା କରିବାକୁ ଗଲେ ।

ସଂଧ୍ୟାକୁ ନୀଳକଣ୍ଠ ଫେରି କହିଲେ, “ସେଠାରେ ବାହାଘର ହୋଇପାରିବ ନାହିଁ । ନୀରଜାର ମା’ କାରଣ ପଚାରିବାରୁ ନୀଳକଣ୍ଠ କହିଲେ, ସେ କହୁଛି ବାହାଘର ପରେ ସେ ସହରରେ ରହି ପାରିବ ନାହିଁ । କାହିଁକିନା ପିତାଙ୍କ କାର୍ଯ୍ୟର ଉତ୍ତର ଦାୟିତ୍ୱ ତା’ଉପରେ । ସେ ସେଇଠି ରହି ଲୋକଙ୍କର ଚିକିତ୍ସା କରି ଜୀବନ ବିତାଇବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ