ବଗୁଲିଆ ବନେଇ ଅଜା

         ଶୁଆ କହିଲା – ହଁ ସେହି କଥା ତ କହୁଛି, ମୋଠାରୁ କଥାଟା ଟିକେ ମନ ଦେଇ ଶୁଣୁନା ।

ନାରୀ ନିଆଁ ନଦୀ କେ ପାରିବ ହୃଦି

କଳନା କିଏ କରିବ,

ବେଦ ନଜାଣନ୍ତି ଫେଦ ନଜାଣନ୍ତି

ସେ କାହୁଁ କଥା ବୁଝିବ

ସଂସାରେ ପୁରୁଷ ତା’ର ମନ ବିଷ

କହିଲା ଖବର ଶୁଣି

ବାର କଥା ପୁଣି ନାରୀଙ୍କର ଅଛି

ଶୁଣିଲେ ହୋଇବୁ ତୁନି ।

         ଆଜିକାଲି ଏହି ସଂସାରରେ ନାରୀମାନେ ସ୍ୱାଧିନ ହୋଇଗଲେ । ମନଇଚ୍ଛା ପ୍ରଜାପତି ପରି ଚାରିଆଡେ ଉଡି ବୁଲିଲେ, ସ୍ୱାମୀମାନେ ସେମାନଙ୍କ ଆଖିରେ ଗଧ, ସେମାନେ ଖାଲି ଗଧ ପରି ଖଟିବେ । ରୋଜଗାର କରିବେ, ମାସକୁ ମାସ ଦରମାତକ ଧରେଇଲେ ସ୍ତ୍ରୀ ଖୁସ୍ ।

         ଘର ଚଳାଇବେ ନାରୀ, ହାଟ ସଉଦା କରିବେ ନାରୀ, ସିନେମା ଦେଖିବେ ନାରୀ, ବାରବୁଲି ପରି ସ୍ଥାନ ଅସ୍ଥାନ ବିଚାର ନାହିଁ ବୁଲି ବୁଲି ରାତିକୁ ଘରକୁ ଫେରି କହିବେ – ଖାଇବା ମୋର ହୋଟେଲ୍ରେ ହୋଇଗଲା । ତମେ ଯଦି ରୋଷେଇ କରିଛ ବାଢି ଆଣି ଖାଇ ନିଅ । ଆଜି ଖୁବ୍ ମଜ୍ଜା ହେଲା ମ, ବହୁ ପୁରୁଣା ଦିନ ସାଙ୍ଗମାନଙ୍କ ସହିତ ଦେଖା ହୋଇଗଲା । ସେଇଥିଲାଗି ଟିକେ ବିଳମ୍ଭ ହୋଇଗଲା । ଆଚ୍ଛା ତମେ ଘରକୁ ଫେରିଲ କେତେ ବେଳେ?


ଗପ ସାରଣୀ

ତାଲିକାଭୁକ୍ତ ଗପ