ବିଟ ପୁରୁଷର ପ୍ରେମ

                ରାଣୀଙ୍କର ଏହା ଥିଲା ଶେଷ କଥା, ତଥାପି ରାଜା ତାଙ୍କୁ ପୁନର୍ବାର ବହୁ ବିନୟର ସହିତ ବୁଝାଇଲେ । ଏତେ କଥା ପରେ ମଧ୍ୟ ରାଜାଙ୍କର କଥା ରାଣୀ ଆଦୌ କର୍ଣ୍ଣପାତ କଲେ ନାହିଁ । ତହୁଁ ରାଜାଙ୍କ ମନରେ ଖୁବ୍ କ୍ରୋଧ ଆସିଲା । ଭୁଲ୍ କରିଥିବା ନାରୀକୁ ତାର ଅପରାଧ ନିମନ୍ତେ ଫାଶି ଦଣ୍ଡ ଦେବା କଥା । ଏତେ ବୁଝାଇଲା ପରେ ମଧ୍ୟ ରାଣୀ ତାଙ୍କ ଜିଦ୍ରେ ଅଟଳ । ଏବେ ରାଜା ଆଉ ସହ୍ୟ କରି ପାରିଲେ ନାହିଁ । ସଙ୍ଗେ ସଙ୍ଗେ ତରବାରି ବାହାର କରି ରାଣୀଙ୍କର ନାକକାଟି ତାଙ୍କର ସୌନ୍ଦର୍ଯ୍ୟ ପଣକୁ ନଷ୍ଟ କରି ଦେଲେ । ରାଣୀଙ୍କର ସୁନ୍ଦର ପଣର ଗର୍ବ ଅହଂକାର ଗଲା । ରାଜ ଉଆସରୁ ତଡା ଖାଇ ରାସ୍ତାରେ ଭିକ୍ଷାରୁଣୀ ଭାବରେ ମାଗି ଖାଇବାକୁ ବାଧ୍ୟ ହେଲା । ନିଜକୁ ନିଜେ ଅନେକ ଧିକ୍କାର କଲା । ସ୍ୱାମୀଙ୍କ କଥା ମାନିଲି ନାହିଁ । ଗୋଟାଏ ବିଟ ପୁରୁଷ ନିମନ୍ତେ ମୋତେ ଏତେ କଥା ସହ୍ୟ କରିବାକୁ ହେଲା ।

ଦିୱାନ୍ ଏ କଥାଟି କହି ସାରି କହିଲେ – ଦେଖିଲ ତ ରାଣୀ ମାଆ ରାଜାଙ୍କର କଥା ନମାନି ଜିଦ୍ ଧରିବାରୁ ସେ ରାଣୀଙ୍କର ଅବସ୍ଥା କ’ଣ ହେଲା – ସେଥି ଲାଗି ମୁଁ ବିନୟର ସହିତ କହୁଛି ଆଜି ଆପଣ ଆପଣଙ୍କର ଯିଦ୍କୁ ମନ ମଧ୍ୟରୁ ତ୍ୟାଗ କରନ୍ତୁ କାହିଁକି ନା – ରାଜା, ଯୋଗୀ, ଅଗ୍ନି ଆଦି ଫଳେ ବିପରୀତ ।

ଏ କଥାକୁ ମନ ମଧ୍ୟେ ରଖିବା ଉଚିତ୍ ।

ବର୍ତ୍ତମାନ ଆପଣଙ୍କର ହସ୍ତ ମୁଠାରେ ଥିବା ରାଜାଙ୍କୁ କେବଳ ସାମାନ୍ୟ ଜିଦ୍ ଲାଗି ପର କରି ଦେବାକୁ ଚାହାଁନ୍ତୁ ନାହିଁ । ରାଜାଙ୍କର, ଯାହା ଥରେ ମନ ମଧ୍ୟରେ ପ୍ରବେଶ କରି ଯିବ । ରାଜା ତାହା ହିଁ କରିବାକୁ ନିଷ୍ପତି ନେଇ ଯାଆନ୍ତି ।

ଦିୱାନ୍ ଏପରି ଭାବରେ ରାଣୀଙ୍କୁ ନାନା ଉଦାହରଣ ଦେଇ ଅନେକ ପ୍ରକାର ବୁଝାଇ ସାରିବା ପରେ ମଧ୍ୟ ରାଣୀଙ୍କର କୌଣସି ପରିବର୍ତ୍ତନ ଦେଖା ଗଲା ନାହିଁ । ମନ ମଧ୍ୟରେ ବିରକ୍ତି ଭାବ ଆଣି ଏଥର ଦିୱାନ୍ ରାଣୀଙ୍କ ପାଖରୁ ଉଠି ଚାଲି ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ