ବିଟ ପୁରୁଷର ପ୍ରେମ

ଏହା ପରେ ରାଜାଙ୍କ ସହିତ ରାଣୀ ଓ ଅନ୍ୟାନ୍ୟ କେତେକ ରାଜ କର୍ମଚାରୀ ଗଙ୍ଗା କୂଳକୁ ଚାଲିଲେ ।

ଯାଉ ଯାଉ ମାର୍ଗ ମଧ୍ୟରେ ଗୋଟିଏ ନଦୀ ପଡିଲା । ସେତେ ବେଳକୁ ଦିବା ଦ୍ୱିପ୍ରହର ହୋଇ ଗଲାଣି । ରାଜା ତହୁଁ ହୁକୁମ୍ ଦେଲେ ଆଜି ଏହି ଠାରେ ଡେରା ପଡିବ । ତହୁଁ ଡେରା ସେଠାରେ ପଡିଲା । ସମସ୍ତେ ସେଠାରେ ଗାଧୁଆ ପାଧୁଆ କଲେ ।

ରାଜାଙ୍କର ସ୍ନାନ ତର୍ପଣାଦି ସରିଲା, ତା’ପରେ ରାଜା ଆସି ଗୋଟିଏ ସ୍ଥାନରେ ବସି ଧ୍ୟାନ କରିଲେ । ଠିକ୍ ସେହି ସମୟରେ କେଉଁଠି ଥିଲେ ଯେ ଗୋଠେ ଛେଳି ସେମାନେ ଆସି ତୁଠରେ ପାଣି ପିଇଲେ । ପୁଣି ପାଣି ପିଇବାକୁ ଯେତେ ଛେଳି ଆସିଲେ ସେଥି ମଧ୍ୟରୁ ସମସ୍ତ ଛେଳି ପାଣି ପିଇ ସାରି ଚାଲି ଗଲେ ହେଲେ ଗୋଟିଏ ଛେଳି ସେହି ଠାରେ ରହି ଗଲା । ସେ ଛେଳି ପାଣି ସୁଅକୁ ଚାହିଁ ରହି ଥାଏ । କାରଣ ପାଣି ସୁଅରେ ଗୋଟିଏ ସୁନ୍ଦର ପାଚିଲା ଫଳ ଭାସି ଯାଉ ଥିଲା । ଛେଳିର ଫଳକୁ ଦେଖିବା ପରେ ଲୋଭ ହୋଇଛି । ଛେଳି ଲୋଭ ସମ୍ଭାଳି ନପାରି ଫଳ ଆଡେ ଏକ ଲୟରେ ଚାହିଁ ରହିଛି ।

ଏହା ମଧ୍ୟରେ ସେହି ଫଳଟି ଛେଳିର ନିକଟବର୍ତ୍ତୀ ହେଲା ସିନା, ପାଣିରେ ବୁଡି ଯିବା ଭୟରେ ଛେଳିଟି ଆଉ ପାଣି ଭିତରକୁ ଗଲା ନାହିଁ । ହେଲେ ଲୋଭ ତ ବିଚିତ୍ର, ଫଳଟି କୂଳେ କୂଳେ ଭାସି ଭାସି ଆଗକୁ ଗଲା । ସେହି ଫଳଟିକୁ ପାଇବା ଆଶାରେ ଛେଳି ମଧ୍ୟ ନଦୀର କୂଳେ କୂଳେ ଆଗକୁ ଆଗକୁ ଚାଲିଲା ।

ଏଥି ମଧ୍ୟରେ ଅନେକ ବେଳ ହୋଇ ଯାଇଛି । ସବୁ ଛେଳି ଯାଇ ଏକା ସାଥିରେ ଗୋଠରେ ପହଁଚିଲେ ହେଲେ ଗୋଟିଏ ଛେଳି ନଦୀ କୂଳେ କୂଳେ ଚାଲି ଥାଏ । ହେଲେ ଏହାର ଅଣ୍ଡିରା ଛେଳି ମାଇ ଛେଳିକୁ ବହୁତ ଖୋଜିଲା । ସେ ଗୋଠକୁ ନଆସି ଆମ ସାଥୀରୁ ବାହାରି ଯାଇ କୁଆଡେ ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ