ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମା ଛେଉଣ୍ଡ ଝିଅ

‘ଏକ ଆଖିଆ’ ଝିଅ ଲଳିତା ସାଙ୍ଗରେ ପଡିଆକୁ ଗଲା । ମା’ କଥା ଭୁଲିଯାଇ ସେ ଏକ ଆଖିଆ ଖାଲି ଖେଳିବାକୁ ଲାଗିଲା । ତହୁଁ ସେ ଲଳିତା ବି ଜାଣିଲା ଯେ, ଏକ – ଆଖିଆ ଆସିଛି ତାକୁ ପହରା ଦେବା ପାଇଁ । ତାପରେ ସେ ଲଳିତା କାଳିଗାଈ ପାଖରେ ଯାଇ କହିଲା, “ଭଉଣୀ ଏକ-ଆଖିଆ, ଶୋଇପଡ ।” ସତକୁ ସତ ସେ ଏକ-ଆଖିଆ ଗଛମୂଳରେ ଶୋଇପଡିଲା । ଠିକ୍ ଏତିକିବେଳେ ସେ କାଳିଗାଈ ଲଳିତାର କାମତକ କରିଦେଲା । ତେଣୁ ସେଦିନ ମାଲିକାଣୀ କିଛିବି ଜାଣିପାରିଲେ ନାହିଁ । ଦ୍ୱିତୀୟଦିନ ସେ ମାଲିକାଣୀ ଜଣକ ପୁଣି ତାଙ୍କର ଦୁଇ ଆଖିଆ ଝିଅକୁ ବରାଦ କଲେ ଲଳିତାକୁ ଜଗିବା ପାଇଁ । ସେ ମଧ୍ୟ ଠିକ୍ ତା ବଡ ଭଉଣୀ ପରି ପଡିଆରେ ଖାଲି ଖେଳିଲା ଓ ବୁଲିଲା । କାଳିଗାଈର ନାଁ ଧରି ଲଳିତା କହିଲା, ‘ଦୁଇ – ଆଖିଆ ଶୋଇପଡ ।’ ତାପରେ ସେ କାଳିଗାଈଟି ଲଳିତାର କାମତକ କରିଦେଲା । ସେଦିନ ମଧ୍ୟ ସେ ମାଲିକାଣୀକୁ ଆଦୌ କିଛିବି ଜଣା ପଡିଲା ନାହିଁ । ଶେଷ ଦିନ କାମ ବରାଦ କରି ମାଲିକାଣୀ ତାଙ୍କର ସାନ ଝିଅ ତିନି ଆଖିଆକୁ ବରାଦ କଲେ ଯେ, ପ୍ରକୃତରେ ଘଟଣାଟି କ’ଣ ଜାଣି ଆସିବା ପାଇଁ । ତିନିଆଖିଆ ବି ପଡିଆରେ ଖେଳୁଥାଏ । ଲଳିତା କାଳିଗାଈ ନାଁରେ କହିଲା, “ଡାହାଣ ଆଖି ଶୋଇପଡ, ବାଁ ଆଖି ଶୋଇପଡ ।” ସେ ତିନିଆଖିଆ ତ ଶୋଇପଡିଲା, ମାତ୍ର ତାର ତୃତୀୟ ଆଖିଟି ସେମିତି ଚେଇଁ ରହିଥାଏ । ସେ ଦେଖିଲା ଯେ, ଲଳିତାର ସବୁ କାମ ଏ କାଳିଗାଈଟି କରିଦେଉଛି । ସଂନ୍ଧ୍ୟାବେଳେ ଯାଇ ସାନ ଝିଅଟି ତା ମା ପାଖରେ ଟିକିନିଖି କରି ସବୁ କଥା ବର୍ଣ୍ଣନା କଲା ।

ଲଳିତା ଶୁଣିଲା ଯେ, ତା’ଆରଦିନ ସକାଳେ ସେ କାଳି ଗାଈକୁ ସେମାନେ ଅର୍ଥାତ୍ ସେ ମାଲିକାଣୀ  ମାରିଦେବେ । ତେଣୁ ସେ ଲଳିତା ଲୁଚିକରି ଯାଇ କାନ୍ଦି କାନ୍ଦି ଗାଈକୁ ସବୁ କଥା କହିଲା । ତହୁଁ ସେ କାଳିଗାଈ କହିଲା, ତୁ ମୋଟେ ବ୍ୟସ୍ତହୁଅ ନାହିଁ । ସେମାନେ ମୋତେ ମାରିଦେଲେ ବି, ‘ତୁ ମୋର ମାଂସତକ ଓ ହାଡତକ ମାଟିରେ ପୋତିପକାଇବୁ । ତାହେଲେ ଯାଇ ତୋର ବହୁତ ଉପକାର ହେବ ।

ସତକ ସତ କାଳିଗାଈକୁ ସେ ମାଲିକାଣୀ ଜଣକ ଲୋକ ଲଗାଇ ମାରିଦେଲେ । ତାପରେ ଲଳିତା ଖୋଲା ପଡିଆରେ ମାଟି ଖୋଳି ସେ ଗାଈଟିକୁ ପୋତି ପକାଇଲା । କିଛିଦିନ ପରେ ସେଇଠି ଗୋଟିଏ ଆତଗଛ ଉଠିଲା । ଅଳ୍ପଦିନ ପରେ ସେ ଗଛଟି ପ୍ରଚୁର ଫୁଲ ଫଳରେ ମଣ୍ଡି ହୋଇଗଲା । ସେଇ ଗଛ ମୂଳେ ପୂର୍ବର ତିନି ଭଉଣୀ ଆଉ ଲଳିତା ଖେଳୁ ଥାଆନ୍ତି । ଏହି ସମୟରେ ଜଣେ ରାଜପୁତ୍ର ସେଇବାଟେ ଘୋଡାଚଢି ଯାଉଥିଲେ । ସେ ଏପରି ସୁନ୍ଦର ଆତ ଗଛ ଦେଖି ନିଜ ଘୋଡା ଅଟକାଇଲେ । ତାପରେ ରାଜପୁତ୍ର ସେ ଚାରିଟି ଝିଅକୁ ବରାଦ କଲେ, “ଯେ ମୋ ପାଇଁ ଭଲ ଆତଟିଏ ତୋଳି ଆଣିଦେବ, ମୁଁ ତାକୁ ନିଶ୍ଚୟ ପୁରସ୍କାର ଦେବି । ଏପରି କଥା ଶୁଣି ସେ ତିନି ଭଉଣୀ ଯାକ ଦଉଡିଗଲେ । ଆତ ଫଳ ତଳେ ଝୁଲୁଥିଲା । ତିନି ଭଉଣୀ ଯିବାରୁ ସେ ସବୁ ଫଳ ତୁରନ୍ତ ଉପରକୁ ଉଠିଗଲା । ମାତ୍ର ଲଳିତା ଯେମିତି ତା ହାତ ବଢାଇ ଦେଇଛି, ସଙ୍ଗେ ସଙ୍ଗେ ଫଳସବୁ ତଳକୁ ନଇଁ ଆସିଲା । ରାଜା ପୁଅତ ଏ ସବୁ ଦୃଶ୍ୟ ଦେଖି ଏକବାରେ କାବା ।

ତାପରେ ସେ ରାଜପୁତ୍ର ଲଳିତାକୁ ବାହାହୋଇ ତାଙ୍କ ରାଜ୍ୟକୁ ନେଇଗଲେ । ଲଳିତା ବି ରାଣୀ ହୋଇ ସେଠାରେ ଅତ୍ୟନ୍ତ ସୁଖରେ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ