ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତ କେବେ ଲୁଚି ରହେନା

       ଏକଦା ରାଜ ଦରବାରରେ ଜଣେ ଚୋରକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡ ଦିଆଗଲା । ରାଜା ଦଣ୍ଡ ସ୍ୱରୂପ ଚୋରର ନାକ କାଟି ଦେବାକୁ ଆଦେଶ ଦେଲେ । ଫଳରେ ଚୋରର ନାକଟି କଟାଗଲା ।

       ଏବେ ଚୋର ଠିକ୍ କଲା, ରାଜା ମୋର ସିନା ନାକ କାଟିଦେଲେ, ହେଲେ ମୁଁ ଏଭଳି ଏକ କାମ କରିବି ଯେଉଁଥିରେ ଅନ୍ୟ ଲୋକଙ୍କର ବି ନାକ କଟାଯିବ । ଫଳରେ ମୋର ମାନସମ୍ମାନ କ୍ଷୁଣ୍ଣ ହେବ ନାହିଁ ।

       ସୁତରାଂ ନାକ କଟାଯିବା ପରେ ପରେ ଚୋରଟି ଭାବ ବିହ୍ୱଳିତ ହୋଇ ଆନନ୍ଦରେ ନାଚିବାକୁ ଲାଗିଲା । ଏହାଦେଖି ଉପସ୍ଥିତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ଲୋକମାନଙ୍କ ଭିତରୁ ଜଣେ ପଚାରିଲେ, “ତୁମେ ତୁମର ନାକ ହରାଇବା ପରେ ଏତେ ଆନନ୍ଦିତ ହେବାର କାରଣ କ’ଣ?”

       ଚୋରଟି କହିଲା, “ଭାଇ ! ନାକଟି ଚକ୍ଷୁ ଆଗରେ ଏକ ପରଦା ଭଳି ରହି ବାଧା ସୃଷ୍ଟି କରୁଥିଲା । ତାହା କଟିଯିବାରୁ ମୁଁ ସିଧାସଳଖ ଭଗବାନଙ୍କୁ ଦେଖିପାରୁଛି । ସେଥିଲାଗି ମୁଁ ଖୁସିରେ ନାଚୁଛି ।”

       ଚୋରଠାରୁ ଏଭଳି କଥା ଶୁଣି ସେଠାରେ ଥିବା ଲୋକମାନେ କହିଲେ, “ମହାରାଜ ! ଏବେ ଆମମାନଙ୍କର ନାକ କାଟିବାକୁ ଆଦେଶ ହେଉ । ଆମେ ମଧ୍ୟ ଭଗବାନଙ୍କୁ ଦେଖିବାକୁ ଚାହୁଁଛୁ ।”

       ଏଥର ରାଜା ପ୍ରତ୍ୟେକ ଇଚ୍ଛା କରୁଥିବା ଲୋକଙ୍କ ନାକ କାଟି ଦେବାକୁ ପାଖରେ ଥିବା ଚୋରକୁ ଆଦେଶ ଦେଲେ ।

       ଏବେ ଚୋର ଜଣ ଜଣ କରି ଲୋକଙ୍କ ନାକ କାଟିଲା । ଆଉ ନାକ କାଟିବା ବେଳେ ସେମାନଙ୍କ କାନରେ କହୁଥିଲା, “ମୋ ପରି ତୁମେମାନେ ବି ଖୁସିରେ ନାଚି ଉଠିଲେ ଭଗବାନଙ୍କୁ ଦେଖିପାରିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ