ସ୍ୱପ୍ନ ଦୁଃସ୍ୱପ୍ନ

      ସେଦିନ ରାତିରେ ସେ ଦୁଇ ପରିବାର ନିଜ ନିଜ ନୂଆ ଘରେ ଶୋଇଗଲେ । ଅଧରାତିରେ ଗୋବିନ୍ଦ କିଛି ଭାବିଲା ଓ ଗୋଟିଏ ଧାନବସ୍ତା ଆଟୁ ଉପରୁ ତଳକୁ ଆଣିବାକୁ ଯାଇ ଦେଖିଲା ସେଠାରେ ଆଉ ଧାନବସ୍ତା ନାହିଁ ସବୁ ହରଡ ଡାଲି ଓ ଆଚାର ହାଣ୍ଡି । ସେ ଭାବିଲା ଏସବୁ ତ ମୁକୁନ୍ଦର । ତେଣୁ ସେ ଆଟୁ ଉପରୁ ତଳକୁ ଓହ୍ଲାଇ ଆସି ମୁକୁନ୍ଦ ଘରକୁ ଗଲା । ସେତେବେଳେ ମୁକୁନ୍ଦ ମଧ୍ୟ ବ୍ୟସ୍ତ ହୋଇ ଗୋବିନ୍ଦ ଘରକୁ ଆସୁଥିଲା । ଗୋବିନ୍ଦ ମୁକୁନ୍ଦକୁ ପଚାରିଲା, “କ’ଣ ତୋ ଆଟୁ ଉପରେ ମୋ ଜିନିଷ ସବୁ ଅଛି କି?”

      ମୁକୁନ୍ଦ ପଚାରିଲା “ହଁ ତ । ତୁମ ଜିନିଷ ତ ମୋ ଆଟୁ ଉପରେ । ଆଉ ମୋ ଜିନିଷ ସବୁ ତୁମ ଆଟୁ ଉପରକୁ ଚାଲିଯାଇ ନାହିଁ ତ?”

      ଗୋବିନ୍ଦ କହିଲା “ହଁ ତୁ ଯାହା କହୁଛୁ ସବୁ ଠିକ୍ ।” ଏହା ତ ବଡ ଆଶ୍ଚର୍ଯ୍ୟର କଥା । ତା’ପରେ ସେ ଦୁହେଁ ପୁଣି ଜିନିଷ ପତ୍ର ବଦଳାଇ ନେଲେ ଓ ସେସବୁ ଜିନିଷ ନିଜ ନିଜର ଆଟୁ ଉପରେ ବଡ ସୁରକ୍ଷିତ ଭାବରେ ରଖିଲେ ।

      ସକାଳେ ଗୋବିନ୍ଦ ନିଦରୁ ଉଠି ଭାବିଲା, “ଓଃ କି ଦୁଃସ୍ୱପ୍ନ,” ସବୁକଥା ଜଣାଇବାକୁ ସେ ମୁକୁନ୍ଦ ଘରକୁ ଗଲା ।

ସେଠାରେ ପହଁଚି ସେ ଦେଖିଲା ମୁକୁନ୍ଦ ଚିନ୍ତାମଗ୍ନ । ତା’ ଆଖି ଦେଖିଲେ ଜଣାପଡୁଥିଲା କି ସତେ ଯେମିତି ସେ ସାରା ରାତି ଶୋଇନାହିଁ ।”

ଗୋବିନ୍ଦ ପଚାରିଲା “ଆରେ ମୁକୁନ୍ଦ ତୁ ଗତକାଲି ରାତିରେ ଶୋଇନାହୁଁ ନା କ’ଣ?”

ମୁକୁନ୍ଦ ତା’ ବଡ ଭାଇ ମୁହଁକୁ ଚାହିଁ କହିଲା, “ମନେ ହେଉଛି ତୁମେ ବୋଧେ ସାରା ରାତି ଶୋଇନାହଁ । କିନ୍ତୁ କଥା କ’ଣ?”

ଗୋବିନ୍ଦର ଅନୁଭୂତି ଶୁଣି ମୁକୁନ୍ଦ ଆଶ୍ଚର୍ଯ୍ୟ ହୋଇ କହିଲା, “ମୋର ମଧ୍ୟ ସେହିପରି କିଛି ଅନୁଭୂତି ହୋଇଛି । ମୁଁ ଆଟୁ ଉପରେ ଚଢି ଦେଖେ ତ ଡାଲିବସ୍ତା ବଦଳରେ ସେଠାରେ ଧାନର ବସ୍ତା ସବୁ ଥୁଆ ହୋଇଛି ।”

ଗୋବିନ୍ଦ ପଚାରିଲା, “ଏସବୁ ତ ଅତି ବିଚିତ୍ର ଜଣାପଡୁଛି । ଦୁଷ୍ଟଶକ୍ତି ଥିବା କଥା କ’ଣ ତୁ ବିଶ୍ୱାସ କରୁ?”

ମୁକୁନ୍ଦ କହିଲା “ମୋର ତ ଏଥିରେ କୌଣସି ବିଶ୍ୱାସ ନାହିଁ । ତେବେ ଏସବୁ କଥା କିଛି ବୁଝି ହେଉନାହିଁ ।”

ଅଳ୍ପ କଥାବାର୍ତ୍ତା ପରେ ଦୁହେଁ ନିଜ ନିଜ ଘରକୁ ଚାଲିଗଲେ । ସେଦିନ ରାତିରେ ସେ ଦୁଇଭାଇ ସେହି ଦୁଷ୍ଟଶକ୍ତି କ’ଣ ତାହା ଦେଖିବା ପାଇଁ ଦୁହେଁ ନିଜ ନିଜର ଆଟୁ ଉପରେ ଶୋଇଗଲେ । ପରଦିନ ସକାଳୁ ଗୋବିନ୍ଦ ନିଦରୁ ଉଠି ଦେଖିଲା ଜିନିଷ ପତ୍ର ସବୁ ଯାହା ଯେମିତି ଯେଉଁଠି ଥିଲା ଠିକ୍ ସେମିତି ଅଛି । ତେଣୁ ସେ ତା’ ସ୍ତ୍ରୀକୁ ଡାକିଲା । କିନ୍ତୁ ମୁକୁନ୍ଦର ସ୍ତ୍ରୀ ସେଠାରେ ଆସି ପହଁଚି କହିଲା, “ମୁଁ ତ କାହିଁ କିଛି ବୁଝି ପାରୁନାହିଁ ଆପଣ ଆମ ଆଟୁ ଉପରେ କାହିଁକି ଆସି ବସିଛନ୍ତି?”

ଏହା ଶୁଣି ଗୋବିନ୍ଦ ଆଉ କିଛି ବି କହିପାରିଲା ନାହିଁ । ଲଜ୍ଜା ଓ ଆଶ୍ଚର୍ଯ୍ୟ ଯୋଗୁଁ ତା’ର ମୁହଁ ବନ୍ଦ ରହିଗଲା । ଠିକ୍ ଏତିକିବେଳେ ତା’ର ନିଦ ଭାଙ୍ଗିଗଲା । ସେ ଦେଖିଲା ତା’ ସ୍ତ୍ରୀ ବିରକ୍ତ ହୋଇ କହୁଛି “କିଛି କାମ ନ ଥିଲେ ତଳକୁ ଓହ୍ଲାଇ ଆସ । ସେଇ ଆଟୁ ଉପରେ ଥାଇ କ’ଣ କଥା କହୁଛ?”

“ଇଏ  ତ ପୁଣି ଏକ ଦୁଃସ୍ୱପ୍ନ” ଏକଥା ଭାବି ଗୋବିନ୍ଦ ଯାଇ ତା’ ସାନଭାଇ ଘରେ ପହଁଚିଲା । ରାତିର ଦୁଃସ୍ୱପ୍ନ କଥା ସବୁ ମୁକୁନ୍ଦକୁ କହିବା ପରେ ସେ ପଚାରିଲା, “ତୁ ଏମିତି କିଛି ଦୁଃସ୍ୱପ୍ନ ରାତିରେ ଦେଖିନାହୁଁ ତ?”     


ଗପ ସାରଣୀ

ତାଲିକାଭୁକ୍ତ ଗପ