ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ବୁଢୀ ସନ୍ନିପାତ ବେମାରିରେ ଆଗ ପଛ ହୋଇ ମାସକ ଭିତରେ ଚାଲିଯିବାବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ବିରେଇର ବୟସ ହୋଇଥିଲା ପାଂଚ ବର୍ଷ । ଲଙ୍ଗଳା ପିଲାଟା କିଛି ବି ସେ ବୁଝେ ନାହିଁ । ବାପାମାଆଙ୍କୁ କୋକେଇରେ ଘେନିଯିବାବେଳେ ଦାଣ୍ଡରେ ଭୂଇଁରେ ସେ ଗଡି ‘ବାପା ଲୋ’ ‘ମା ଲୋ’ ବୋଲି ଡକା ପାରୁଥାଏ । ସେ ଘରେ ତ ଆଉ କେହି ନାହିଁ, କିଏବା ସେ ପିଲାଟାକୁ ସମ୍ଭାଳି ନେଉଛି? ଘରେ ବାରମାସିଆ ତିନିଜଣ ଥିଲେ ସତ; ହେଲେ, ସେମାନେ କ’ଣ ଜାଣନ୍ତି, କ’ଣ କରିବେ? ତେବେ କ’ଣ ସେ ବିରେଇ ଅନାଥ ହୋଇଯିବ? ନାହିଁ ନାହିଁ, ତିନି ପୁରୁଷର ଭିନ୍ନେ ହେଲା ଭାଇ, ଲେଖାରେ ବିରେଇର ଖୁଡୁତା ଜେଡୁତା ଆଉ ମଉସା ପିଉସାମାନେ ଏକଥା ଶୁଣି ଧାଇଁଆସିଲେ । ସେମାନଙ୍କର ଦୟାର ଶରୀର, ବିରେଇର ବିକଳ କାନ୍ଦଣା ଶୁଣି ସମସ୍ତେ ଧାଇଁଆସିଲେ, ତା’ପରେ ସମସ୍ତେ ଏକାବେଳକେ ମିଶି ସେ ପିଲାଟିକୁ ଝାଡିଝୁଡି ଦେଇ କାଖେଇ ନେବାଲାଗି ଟଣାଟଣି କଲେ । ଏହିଭଳି ଟଣାଓଟରାରେ ସେ ପିଲାକୁ ବହୁତ ବାଧିଲାଣି, ଫଳରେ ସେ ଆହୁରି ଅଧିକ ବିକଳ ହୋଇ ଡକା ପକାଉଥାଏ । ହେଲେ ସେକଥା ଶୁଣୁଛି ବା କିଏ? ଦାଦି ପିଉସା, ମଉସା ମଧ୍ୟରେ ବୋଲାବୋଲି ହୋଇଗଲା । ସମସ୍ତେ କହୁଛନ୍ତି, “ମୁଁ ଥାଉଁ ଥାଉଁ ଏ ପିଲାଟିକୁ ପାଳିବାର ଆଉ କାହାର ଅଧିକାର?” ଏମାନଙ୍କ ଗୋଳମାଳ ଶୁଣି ସେ ଗାଁ ଲୋକେ ବି ଆସି ସେଠାରେ ରୁଣ୍ଡ ହୋଇଗଲେଣି । ଛୁଆଟା ସମସ୍ତଙ୍କର ମୁହଁକୁ ଚାହୁଁଛି – ସମସ୍ତେ ତ ଅଛନ୍ତି, ହେଲେ ତା ମା’ ବାପା କାହାନ୍ତି? ଠିକ୍ ଏତିକିବେଳେ ସେଠାରେ ପହଁଚିଗଲେ ବିରେଇର ମାମୁ ପୀତେଇ ପାତ୍ରେ । ଖୁବ୍ ଧଇଁସଇଁ ହୋଇ ସେ ଧାଇଁଛନ୍ତି । ଦୂରରୁ ସେ ଡାକିଦେଲେ, ‘ଛାଡ, ଛାଡ, ଅଲଗା ହୋଇଯାଅ, ଛେଉଣ୍ଡକୁ ପାଳେ ବା କିଏ? ପାଳେ ତ ବାପର ମା ଆଉ ପାଳେ ତ ମାଆର ମା । ମାଆର ମା ଆଈ ନାହିଁ ସତ, ହେଲେ ମାଈଁ ତ ଅଛି! ଯେଉଁ ପିଲାର କେହି ନାହିଁ, ତାକୁ ପାଳିବ ମାଈଁ । ତା ମାଈଁ ଆଜକୁ ତିନିଦିନ ହେଲା ଅନ୍ନଜଳ କିଛିବି ଛୁଇଁ ନାହିଁ । ପିଲାଟା ଲାଗି ସେ ଖାଲି ଡକା ପକାଇଛି । ଦୂତୀଅପା ଘଟକିବାବେଳେ ବାର ବାର ସେ କହିଯାଇଛି, ବିରେଇକୁ କେବଳ ତା ମାଈଁ ହିଁ ପାଳିବ । ଗୋଟାଏ କାମରେ ମୁଁ ଆଉ ଗୋଟାଏ ଗାଁକୁ ବାହାରି ଯାଇଥିଲି; ଏଣେ ଏତେ କଥା ହୋଇଗଲାଣି, ମୋତେ ତ ଏସବୁ କିଛି ବି ଜଣା ନାହିଁ । ନୋହିଲେ ସମସ୍ତଙ୍କୁ ମୁକାବିଲା କରାଇ ଦେଇଥାନ୍ତି । ପଂଚୁଆତି ବସିଲା, ସମସ୍ତେ ରଫା କରିଦେଲେ! ପିଲାକୁ ପାଳିବା ମାମୁର ଅଧିକାର । ଲୋକଙ୍କ ମୁହଁରୁ ଏହି କଥା ବାହାରିଛି କି ନାହିଁ, ମାମୁ ତ ଚିଲ ପରି ଝାମ୍ପମାରି ସେ ପିଲାଟିକୁ କାଖେଇ ତାଙ୍କ ଘରକୁ ଧାଇଁଲେ ।’ ବିରେଇ ତ ତା’ମାମୁକୁ ଆଗରୁ କେବେବି ଦେଖି ନାହିଁ । ନୂଆ ମଣିଷଟା କାହିଁକି ତାକୁ ଘେନିଯିବ ବୋଲି ବିରେଇ ‘ମା ଲୋ’ ‘ମା ଲୋ’ କରି ଆହୁରି ଡକା ପାରୁଥାଏ । ମାମୁ ବିରେଇକୁ ଘେନିଯାଇ ମାଈଁ ଗୁରୁବାରୀ ଜିମା କରିଦେଲେ । ତା’ପରେ ମାମୁଁ ତୁନି ତୁନି ଢେର୍ଗୁଡାଏ କି କଥା ମାଈଁକୁ କହିଲେ । ତହୁଁ ମାଈଁ ମୁରୁକି ମୁରୁକି ହସି ହସି କହିଲେ, “ଆରେ ବିରେଇ ଆ, ଚଣ୍ଡୀ ସଙ୍ଗରେ ଖେଳିବୁ ।” ତା’ପରେ ଖଣ୍ଡିଏ ପୋଡପିଠା, ଚିମୁଟାଏ ଭଳି ଚିଟା ଗୁଡ ବିରେଇ ହାତକୁ ମାଈଁ ବଢାଇ ଦେଲେ । ଏଣେ ସେ ବିରେଇ ତ ଢେର୍ ବେଳୁ କିଛି ବି ଖାଇ ନ ଥିଲା, ତେଣୁ ସେ ବଡ ଭୋକିଲା ଥିଲା, ସେତିକି ଖାଇଦେଇ ବିରେଇ ଗୁଡାଏ ପାଣି ପିଇଦେଲା ।
ବିରେଇ ବିଶାଳ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଅତି ଲୋଭରୁ ମୃତ୍ୟୁ
- ସମ୍ରାଟ ଅଶୋକ
- ପ୍ରହ୍ଲାଦଙ୍କ ଭକ୍ତି ପରୀକ୍ଷା
- ଚତୁର ଶତ୍ରୁ
- ସୁବର୍ଣ୍ଣ ହଂସ
- ହୀରା ଫେରସ୍ତ
- ସାବାସ୍ ବିଶାନ
- କୁକୁର ଏବଂ ଗଧର କାହାଣୀ
- ଭାଗ୍ୟର ବିଡମ୍ବନା
- ବିବେକୀ ରାଜା
- ବୁଦ୍ଧି ପରୀକ୍ଷା
- ସଫଳତା ପାଇଁ ଉଦ୍ୟମ ଲୋଡା
- ବ୍ୟାକୁଳ ଭରତ
- ଗଧର ପାଠ ପଢା
- ସାହସୀ
- ସିଂହ ଏବଂ ବିଲୁଆ
- ଅସଦିସ ଜାତକ
- ଦାସତ୍ତ୍ଵର ଶୃଙ୍ଖଳ
- ଗଧ ମନେ ମନେ ଠାକୁର
- ବନ୍ୟା ପୀଡିତ
- ସୌନ୍ଦର୍ଯ୍ୟ
- ବିଧି ନିର୍ଦ୍ଦିଷ୍ଟ
- ବିଶ୍ୱସ୍ତ ଭୃତ୍ୟ
- ଗୋ-ପାଳକର ପତ୍ନୀ
- ପରିବର୍ତ୍ତନ
- ଶ୍ରେଷ୍ଠ ଭକ୍ତ କିଏ?
- ବୈଦେହୀ କଥା
- ଅଦୃଶ୍ୟ ପରୀ
- କୃଷ୍ଣାବତାର
- ଚନ୍ଦ୍ରହାର
- ତଥାସ୍ତୁ ଦେବତା
- ରୂପାନ୍ତର
- ଖଟ୍ୱାଙ୍ଗ ପୁରାଣ
- ବନ୍ଧ୍ୟା
- ଏକ ଭଗବାନ
- ବିଶ୍ୱାସ
- ବ୍ରହ୍ମା ଏବଂ ସରସ୍ବତୀ
- ସାଧୁ ଓ ଛଦ୍ମବେଶୀ
- ସିଦ୍ଧୁର ଅହଂକାର
- ଯଦୁମଣି ରହସ୍ୟ
- ଅପୂର୍ବଙ୍କ ପରାକ୍ରମ
- ପ୍ରତିଭା ପ୍ରତିଯୋଗିତା
- ବଗୁଲିଆ ବନେଇ ଅଜା
- ସୂର୍ଯ୍ୟଙ୍କଠାରୁ କବି ଶିଖିଲେ
- ମତ୍ସ୍ୟ ମାନବ
- ସ୍ତ୍ରୀର ଚାକର
- ଦହିଭାତ ଧନଞ୍ଜୟ
- ନୂତନ ପଞ୍ଜିକା
- ସନ୍ତରଣ ବିଦ୍ୟା
- କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ
- କ୍ରୋଧ ମଣିଷର ଶତ୍ରୁ
- କୁଆ ଏବଂ କଳାନାଗ
- ଧର୍ମ ଅଧର୍ମ
- ପୃଥିବୀ ହେଉଛି ଏକ ପାନ୍ଥଶାଳା
- ଭୂବନ ସୁନ୍ଦରୀ
- ଆକାଶରେ କେତେ ତାରା?
- ମଧୁର ବଚନ ଅଥବା ଉତ୍ତମ ଆଚରଣ ସମ୍ପର୍କ ଯୋଡି ଦିଏ
- ଧନସମ୍ପତ୍ତି କାହାରି ନୁହେଁ
- ଶୁକପକ୍ଷୀ
- ପୋଡା ମୁହଁରେ ସବୁ ଭଲ
- କଚ୍ଛପର ଖୋଳ
- ଜଣେ କୃପଣ ସନ୍ଥ ପାଲଟିଗଲେ
- ମୁନିକ ଜାତକ
- ମହାଭାରତ
- ମିଛ ହିଁ କାଳ
- ବଳ ଓ ଦୁର୍ବଳ
- ଶିକ୍ଷାକୁ କାମରେ ଲଗାଇଲେ ସୁଫଳ ମିଳେ
- ଭାଗ୍ୟଦେବୀ ଓ ଦୁର୍ଭାଗ୍ୟଦେବୀ
- ବେଙ୍ଗ ଏବଂ କଳାନାଗ କଥା
- ଦେବୀଙ୍କ ଅଳଙ୍କାର
- ଭାଇ ହେବତ ଏମିତି
- ଅମ୍ବା
- ଠେକୁଆ ଏବଂ ଚୁଟିଆ ମୂଷା
- ଦସ୍ତଖତ୍
- ପିଶାଚୀ
- ପକ୍ଷ ଅପସରା
- ଆମେ ଇଣ୍ଡିଆନ ଦେବା ଶିଖିଛୁ, କାହାଠାରୁ ଛଡେଇ ନେବା ଶିଖି ନାହୁଁ
- ବୀର ହନୁମାନ
- ପୁଣ୍ୟର ପ୍ରଭାବ
- ମଧୁମତିଙ୍କ ପସନ୍ଦ
- ଯଥାର୍ଥ ଐଶ୍ୱର୍ଯ୍ୟ
- ସୁନାମାଛ କଥା
- ହନୁ କରଣ
- ସୁଧଖୋର ରତନଲାଲ୍
- କାରଣ
- ଚିତ୍ରଲେଖା କଥା
- ଘୃତଦାନ
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ଅବତାର ଭକ୍ଷଣ
- ବିନା ବିଚାରରେ ଯିଏ କିଛି କରେ
- ତୋଫାନ ଆଗରେ ନଇଁ ପଡିବ
- ଚୋର ସାଧୁ ପାଲଟିଲା
- ସମ୍ରାଟ ଅଶୋକ
- ଶୁଆ ପକ୍ଷୀର ଚାତୁରୀ
- ଜନତାଙ୍କର ରାୟସାହେବ ପ୍ରେମଚାନ୍ଦ
- ରେଶମୀ ବସ୍ତ୍ର
- ସାହସ
- ରାଜକୁମାରୀ ସୁନନ୍ଦା
- ଅନୁମତି ପତ୍ର
- ବାପ, ପୁଅ ଓ ଗଧ
- ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ
- ଦିବ୍ୟଗୁଣ
- ଓଟ ଓ ବିଲୁଆ
- ମୂଲ୍ଲାଙ୍କ ଚତୁରତା
- ପିଲାଟିଦିନରୁ ବିପ୍ଳବୀ ନେତା
- ଜମିଦାର ରାଜା
- ପ୍ରଭାବତୀ କଥା
- ମାଙ୍କଡ ଏବଂ ଘଂଟି
- ଶୁଭେଚ୍ଛା
- ଗୁରୁଜନଙ୍କ ଆଶୀର୍ବାଦ
- ଗଙ୍ଗାସ୍ନାନର ଫଳ
- ତିନି ଗୁଲାମ
- ଅହଂକାରୀ ଓ ମୂର୍ଖ
- ଲୋଭୀ ବେପାରୀ
- ତିନି ତାନ୍ତ୍ରିକ
- ମହାଜନୀ କାରବାର
- ରୋଜଗାର
- ଅହଂକାରୀ ହଂସ
- ଶିବଲୀଳା
- ଠେକୁଆ ଏବଂ ଭୂମିକମ୍ପ
- ଯଶହିଁ ମାନବର ଅତୁଳନୀୟ ସଂପଦ
- ଧନ୍ୟ ସେ କୃଷକ ପିଲାର ସାହସ
- ସଭ୍ୟ ଜମିଦାର
- ଦସ୍ୟୁ ରାଜକୁମାର
- ସାପ ପୁଅର ବାହାଘର କଥା
- ଆକବରଙ୍କ ଚାକର
- ଅଳପ ହେଲେ ବି ଖୋଲା ମନରେ ଦାନ କର
- ଭାଇଭାଗ
- କିଏ ମହାନ୍?
- ବିରବଲଙ୍କର ବୁଦ୍ଧି
- ଆଳସ୍ୟ
- ଭିନ୍ନ କାର୍ଯ୍ୟ
- ସିଂହ ଜାତକ
- କର୍ମଘେନି ଫଳ
- ଗୋପାଳର ବୁଦ୍ଧି ପରୀକ୍ଷା
- କିନ୍ତୁ!
- ଆଶୀର୍ବାଦ ହିଁ ବିଜୟ
- ମାଡ
- ଘୋଡା ଓ ହରିଣର କଳି
- ରୂପ-ସୁନ୍ଦରୀ କଥା
- ହୃଦୟ ପରିବର୍ତ୍ତନ
- ଆଜ୍ଞାକାରୀ କୁକୁର
- ସେନାପତି ନିର୍ବାଚନ
- କ୍ରୋଧରୁ ଲାଭ!
- ବନଲତା କୁମାରୀ ଚରିତ
- ଆଗେ ଘରର ପଛେ ଅନ୍ୟର
- ଶତ୍ରୁକୁ ସାହାଯ୍ୟ
- ଯେପରି କର୍ମ ସେପରି ଫଳ
- ଲୋଭି ବିଲୁଆ
- ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଆଗ ଖାଇବସିଲେ
- ବୀର ହନୁମାନ
- ଅଭିନବ ପରୀକ୍ଷା
- ଧର୍ମ ସହିବ ନାହଁ
- ବିଦ୍ୟା ଠାରୁ ବୁଦ୍ଧି ବଡ଼
- ବୀର ହନୁମାନ
- କୃଷ୍ଣାବତାର
- ଦରିଦ୍ର ରାଜା
- ଜାଗୃତିର ପ୍ରତୀକ
- ଶିବଲୀଳା
- ଦୁଷ୍ଟ ଚିଲ ଓ ଚତୁର କଙ୍କଡା
- କୁକୁର, ବିଲୁଆ ଓ ସିଂହ କଥା
- ଶୁଆର ମୃତ୍ୟୁ
- ମାଟି ଓ ଆଖୁ
- ଅସମ୍ଭବ ତର୍କ
- ହାମେଲିନ୍ର ବିଚିତ୍ର ବଂଶୀବାଦକ
- ପିତୃଙ୍କର ଶ୍ରାଦ୍ଧ ଭୋଜି
- ଶିକ୍ଷା ଲାଭ
- ପ୍ରକୃତ ବନ୍ଧୁ
- କୀର୍ତ୍ତିସିଂହ
- ମାଛ ଶିକାର
- ଗଧର ବୁଦ୍ଧି
- ଯାଦୁ ମହଲ
- ଧୂସର ଦୁର୍ଗ
- ରୂପଧରଙ୍କ ଯାତ୍ରା
- ଭୀତୁ
- ତିନି ତାନ୍ତ୍ରିକ
- ଈଶ୍ୱରଙ୍କ ଇଚ୍ଛା
- ବିଫଳତା ହେଉଛି ସଫଳତାର ଗୋଟିଏ ଗୋଟିଏ ପାହାଚ
- ଦକ୍ଷିଣା
- ନିୟମ
- ଭୁବନ ସୁନ୍ଦରୀ
- ଦସ୍ୟୁ ରାଜକୁମାର
- ଯାଦୁ ସିଢି
- ମୃତ୍ୟୁକୁ ଡର କାହିଁକି?
- ଅତି ଲୋଭରେ ତନ୍ତୀ ମରେ
- ଦୁଇଟି ବୃକ୍ଷର କଥା
- ସଭାମଂଚରେ ବସି ଅତିଥି ପିଲାଙ୍କୁ ଅପେକ୍ଷା କଲେ
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ରାଷ୍ଟ୍ରପତିଙ୍କ ମହାନତା
- ବିଚିତ୍ର ପୁଷ୍ପ
- ଅସଲ କବିରାଜ
- ଜୟମତୀ କଥା
- ପ୍ରଶଂସା ପତ୍ର
- କଳା ଫରୁଆ
- ବିରବଲଙ୍କ ଚତୁରତା
- ସୁନା ସମ୍ପଦ
- ହତଭାଗ୍ୟ ଓଟର କାହାଣୀ
- କୁହୁଡି ଆମ୍ବ ବଉଳ
- କଳାର ସମ୍ମାନ
- କନକ ଉପତ୍ୟକାର କାହାଣୀ