ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି ପରି ସେ ପିଲାଟି ଦେଖିବାକୁ ମଧ୍ୟ ମଦନମୋହନ, ବୟସ ଜଣାଯାଏ ଷୋଳ ସତର ଭିତରେ । ସେ ବସାରେ ପୂଜାହାରୀ, ଗୋଟିଏ ଭଣ୍ଡାରି ଆଉ ସାଆନ୍ତ, ଏହି ତିନୋଟି ଲୋକ । ହେଲେ କଣ, କେହି ଭାର କାନ୍ଧେଇ, କେହି ବୋଝ ମୁଣ୍ଡେଇ, କେହି ତୁଚ୍ଛା ହାତରେ ରୋଜିନା ଦୁଇ ତିନି ଜଣ ଧୂଳିଗୋଡିଆ ଲୋକ ଯା’ଆସ କରନ୍ତି । ଦିନେ ବୋଲି ଉପୁରି ଲୋକର ଛୁଟଣ ନାହିଁ । ଜିନିଷପତ୍ର ଧରି ଉପୁରିଲୋକଙ୍କ ଯା’ଆସ କରିବାର ଦେଖି ଏ ବସା ଆଖପାଖ ଦୋକାନୀଏ ବୁଝିଲେଣି ଯେ, ଏହି ବାବୁ ପିଲାଟି ମଫସଲର କୌଣସି ଜମିଦାର ଘରର ପୁଅ ହେବ ନିଶ୍ଚୟ । ଢେର୍ ଦିନ ପାଖରେ ଥିବା ଲୋକର ପରିଚୟ ଜାଣିବାପାଇଁ ଲୋକଙ୍କର ତ ସହଜରେ ଇଚ୍ଛା ବଳେ – ତା ଉପରେ ପୁଣି ବଡଲୋକ ହେଲେ ଲୋକେ ଆଗେ ପରିଚୟ ଖୋଜି ବସନ୍ତି । ଧୀରେ ଧୀରେ ପାଖ ଲୋକେ ସମସ୍ତେ ଜାଣିଗଲେଣି ଯେ, ସେ ପିଲାଟି ବଡନଈ ପରଗନାର ଶାଳପାଳ ତାଲୁକର ଜମିଦାର ଗୋଲାପଲୋଚନ ପଟ୍ଟନାୟକଙ୍କ ପୁଅ । ଏହା ମଧ୍ୟ ଜଣାଗଲାଣି, ଜମିଦାରଙ୍କର ଏହି ଗୋଟିଏ ବୋଲି ପୁଅ । ଏହି ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀ ବିଭାଗ କରାଯାଏ; ଏକପୁଅ ବାପ ମା ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଢିବେ – ଏକଥା ଲେଖକ ତମ୍ବା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢରୂପେ ବୋଲିବାକୁ ପ୍ରସ୍ତୁତ ଅଛନ୍ତି । ପୁଅ ଖାଇ ନାହିଁ, ବାପ ମା’ଙ୍କର ଉପାସ । ପୁଅଟିର ବେମାର – ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ । ଦିନରାତି ବିଛଣା ପାଖରେ ସେ ଜଗି ବସିଛନ୍ତି । ପୁଅଟି କେମିତି ସୁଖରେ ରହିବ, ଖାସ୍ ସେଇଥିଲାଗି ଦିନ ରାତି ଭାବନା । ଆପଣାର ତିନିସିଆଁ ଲୁଗା, ପୁଅ ସକାଶେ ଯଥା ଉପରେ ଯଥା କିଣା ଲାଗିଛି । ଦେହର ରକ୍ତ ପରି ଟଙ୍କାଗୁଡାକ ପୁଅପାଇଁ ଅକାରଣ ବା ସକାରଣ ପାଣି ପରି ଖରଚ କରିବାକୁ ଟିକିଏ ହେଲେ ବି ହାଲିଆ ହୋଇପଡିବେ ନାହିଁ । ଏମିତିକି ପରକାଳ ଗତିପାଇଁ ପ୍ରଭୁଙ୍କ ନାମ ଶୁଣିବାକୁ ବି ବେଳ ମିଳେ ନାହିଁ । ବାପ ମା’ଙ୍କର ଯେତେ କିଛି ଧର୍ମକାର୍ଯ୍ୟ ସେ ସବୁଗୁଡିକ ଖାଲି ପୁଅର ମଙ୍ଗଳ କାମନାରେ । ମଦନ ତ କଟକରେ ପଢୁଛି, ବାପ ମା’ଙ୍କ ପିଣ୍ଡରେ ଅଛି ପ୍ରାଣ – ହେଲେ ସେମାନଙ୍କ ମନ ରହିଛି ଯାଇ ପୁଅ ପାଖରେ । ରୋଜିନା ପୁଅ ଦେହପା’ର ମଙ୍ଗଳ ବାତିନ ନ ପାଇଲେ ସାଆନ୍ତାଣୀ ଖୁବ୍ ଅଥୟ ହୋଇପଡନ୍ତି । କଟକ ସହର ଦୋକାନର ଚାଉଳଗୁଡାକ ପାଣିପଶା, ବାଲିଗୋଡି ମିଶା, ମଳୁଖିଆ । ସାଆନ୍ତାଣୀ ଉଆସ ମଧ୍ୟରେ ପୋଇଲୀମାନଙ୍କୁ ଲଗାଇ ଉଆପଖିଆ ସରୁ ଉରିଆ କୁଟାଇ ବାହାଙ୍ଗୀ ବେଠିଆରେ କଟକ ପଠାଇଦେଲେ । ତୋଟାରୁ ପାଚଲା କଦଳୀ କାନ୍ଦିଏ ଅଇଲା । ହେଲେ ମା’ ମନ ତ କେତେକ ବୁଝେ, ଆଗରୁ ହାଣ୍ଡିଏ ଫୁଲବଡି ପରା ହୋଇଥିଲା । – ସବୁ କଟକକୁ ଘେନି ଯା । ମାତ୍ର ଆଜି ପଠାଇବାକୁ କିଛି ବି ନାହିଁ । ତୁଚ୍ଛା ହାତରେ ହେଲେ ଜଣେ ନଗଦୀ ପାଇକ ଧାଇଁଯାଇ ପୁଅକୁ ଦେଖିଆସୁ । ରୋଜିନା ଏହିପରି ଚାଲିଛି ।
ଗାରୁଡି ମନ୍ତ୍ର
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ସବୁଠୁ ବଡ ମୁଁ
- ସୂର୍ଯ୍ୟଦେବଙ୍କ ବାହାଘର
- ମାୟାଚିତ୍ର
- ଦୁଇ ଭଉଣୀ
- ବୀର ହନୁମାନ
- ବିଜୟ ରହସ୍ୟ
- ଅଦ୍ଭୁତ ଦର୍ପଣ
- ଯୁବରାଜଙ୍କ ବୁଦ୍ଧି
- କୁକୁର ଜାତକ
- ବିଚିତ୍ର ସ୍ୱପ୍ନ
- ବୁଦ୍ଧି ଓ ବିବେକ
- ବହ୍ନି ଦ୍ୱୀପ
- ଲକ୍ଷ୍ମୀଛଡା ରାଜା କଥା
- କୃଷ୍ଣାବତାର
- ଶିଆଳ ଓ ଠେକୁଆ
- ସତୀ ସଉତୁଣୀ ମନ୍ଦିର କଥା
- ଭାଲୁର ପଣସ ଖିଆ
- ବିଚିତ୍ର ଚିତ୍ରକଳା
- ସାଧୁ ବାବା
- ଆଗେ ଘରର ପଛେ ଅନ୍ୟର
- ସବୁ ମାୟାରେ ବାୟା
- ହାଡବାଇ କଥା
- ଅନୁରୋଧବତୀ କଥା
- ବୈଦ୍ୟଙ୍କ ଖ୍ୟାତି
- ବୀର ହନୁମାନ
- ବିରବଲଙ୍କ ଚତୁରତା
- କୀର୍ତ୍ତିସିଂହ
- ପ୍ରକୃତ ପ୍ରତିନିଧି
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ଅନନୁଶୋଚିୟ ଜାତକ
- ଯେମିତି ପୂର୍ବେ ସେମିତି ପରେ
- ପ୍ରସାଦ
- ଦୟା ସାଗର
- ସ୍ୱାଧୀନତା ଆନ୍ଦୋଳନରେ ନିର୍ଭୀକ ସନ୍ନ୍ୟାସୀ
- ପକ୍ଷ ଅପସରା
- ସଙ୍ଗ ଦୋଷ
- ଦୁଇ ଜ୍ୟୋତିଷ ଓ ସୁଲତାନ
- ଗୋପାଳ ଗଧ
- ଗଙ୍ଗାବତରଣ
- ଚିରୁଗୁଣୀ
- ଏକ କ୍ରୀତଦାସର କାହାଣୀ
- ଅଭୁଲା ସ୍ମୃତି
- ଦାନର ମହିମା
- କପୋଳ କଳ୍ପିତ
- ଚନ୍ଦ୍ରହାର
- ବୁଦ୍ଧିହିଁ ବଳ
- ଗୋପାଳର ମୃଗୀ ରୋଗ
- ବୃକ୍ଷ ମହାତ୍ମା
- ସାହସୀ ସତ୍ୟପାଳ
- କୃତଘ୍ନର ଶାସ୍ତି
- ଚୋର ଭୂତ
- ମତ୍ସ୍ୟ ସୁନ୍ଦରୀ
- ଲୋଭୀ ବୈଦ୍ୟ
- ତାଳ ଗଛ ଓ ଘାସର କାହାଣୀ
- ସବୁଠାରୁ ବଡ ଶିଶୁ
- ଚାଷୀର ବୁଦ୍ଧି
- ଭଗବାନ ସାକ୍ଷୀ
- ବ୍ୟବସାୟର ଦେବତା
- ଶଗଡିଆ ଓ ଶଗଡ ଗାଡି
- ଶାଶୁଙ୍କ ଜୋଇଁ ଡାକରା
- ଦିବ୍ୟଦୃଷ୍ଟି
- ତିନି ମୁଦ୍ରିକା
- ସମୁଚିତ ଶାସ୍ତି
- ମନ୍ଥରକ ତନ୍ତୀ କଥା
- ବିଦ୍ୟାବତୀ କଥା
- ସଦାଶୟୀ କୈପାଙ୍ଗ
- ସାହସୀ ବିକ୍ରମ
- ଅଧିକ ଦଣ୍ଡ
- ଗଧ ଏବଂ ଧୋବାର କାହାଣୀ
- ମୃଗନୟନୀ କଥା
- ବିଚିତ୍ର ଚୋରୀ
- କନକ ଉପତ୍ୟକାର କାହାଣୀ
- ରାଷ୍ଟ୍ରପତିଙ୍କ ମହାନତା
- ମୋହ
- ରାସ୍ତାର ବାଙ୍କ
- ରାଜାଙ୍କ ନ୍ୟାୟ ବିଚାର
- ଅନ୍ଧପିଲାର କରାମତି
- ସ୍ୱଭାବ
- ରାଜ କୁମାରଙ୍କର ପରିବର୍ତ୍ତନ
- ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି
- ଶିଶିର ପୁଅ ଗଧ
- ସୁବର୍ଣ୍ଣ ମୂଷିକ
- ଶୃଗାଳ ଚତୁରକ କଥା
- ଇଏତ ରାମଦାସ
- ବୁଦ୍ଧି ଓ ବିବେକ
- ଲୀଳାବତୀ କଥା
- ଦାନପ୍ରିୟ ରାଜା
- ବୋତଲ ଭୂତ
- ପରିବର୍ତ୍ତନ
- ପ୍ରକୃତ ସାହାଯ୍ୟ
- ଅବତାର ଭକ୍ଷଣ
- ମହାଭାଗ୍ୟ
- ରୂପଧରଙ୍କ ଯାତ୍ରା
- ପଦବୀର ବଳ
- ରାଜାଙ୍କ ମାଙ୍କଡ
- ମୋହରିର ଚାକିରିରୁ ବିଚାରପତି
- ହାତ ଖର୍ଚ୍ଚ
- କୁପ୍ରବୃତି ବଦଳିଗଲା
- କୌଶଲ୍ୟା କଥା
- ସହାନୁଭୂତି
- ଅସୁନ୍ଦର ସୁନ୍ଦର ଅଟେ
- ଲାବଣ୍ୟବତୀ
- ସବୁଠୁ ବେଗବାନ ପ୍ରାଣୀ
- ନ୍ୟାୟ ବିଚାର
- ପତିବ୍ରତା
- ଅହିଂସା
- ଓଟର ନାଚ
- ଡାକୁ ଭୈରବ
- ବହ୍ନି ଦ୍ୱୀପ
- ମାଛଖିଆ ଭୂତ
- ସଫଳତା
- ପ୍ରାପ୍ତ ଧନ
- ଛୋଟ କାମ କରିବାକୁ ଘୃଣା କର ନାହିଁ
- କନ୍ୟା ମନୋନୟନ
- ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା
- ଶ୍ରେଷ୍ଠ ଜଳ
- ସୁନୟନା କଥା
- ବୀର ହରିହର
- ସୁନା ସଂଗ୍ରହ ପାଇଁ ଚାଲାକି
- ଶୁଆର ମୃତ୍ୟୁ
- କୀର୍ତିମତୀ କଥା
- ମହାଭାରତ
- ଲୋଭୀ ବୁଢୀର କୁକୁଡା
- ଅପୂର୍ବଙ୍କ ପରାକ୍ରମ
- ପ୍ରକୃତ ଶିଷ୍ୟ
- ମାଛି ସନ୍ଦେଶ ଖାଉଛି
- ଠକକୁ ଜିତେ ଠକ
- ସିଦ୍ଧିଲାଲୟମ୍ – ୧୯
- ବିଦୂଷକଙ୍କ ମନ୍ତ୍ରଶକ୍ତି
- ମିଜାଜ୍
- ବସଣୀ ଚୋରି
- ତେନାଲୀରାମାଙ୍କ ଚତୁରତା
- ମଧୁମତିଙ୍କ ପସନ୍ଦ
- ଦୋଷୀ କିଏ?
- ଅଣ୍ଡଭୂତ ଜାତକ
- ସୃଷ୍ଟିର ଆନନ୍ଦ
- ଚନ୍ଦରା ଚନ୍ଦିରୀ ଫାର୍ସ
- ଦୁଷ୍ଟଙ୍କଠାରୁ ଦୂରରେ
- ରୂପ-ସୁନ୍ଦରୀ କଥା
- ଭାଣ୍ଡର ଲଢେଇ
- ରାଜ-ଚରିତ୍ର
- ବୀର ହନୁମାନ
- ଗଧ ଉପରେ ସିଂହ ଚମଡା
- ସୁନ୍ଦରବତୀ କଥା
- ରୋଗ ଠାରୁ ଔଷଧ ଦୁଃଖ ଦାୟକ
- ଧୂସର ଦୁର୍ଗ
- ରଙ୍ଗୀନ୍ ମୟୂର
- ମାନବ ଓ ଦାନବ
- ଅମର ମଣିଷ
- ଯୋଗୀ ଗୁଣିଆ କଥା
- ବୀର ହନୁମାନ
- ତୃତୀୟ ପ୍ରତିବେଶୀ
- ଜୟଲକ୍ଷ୍ମୀ କଥା
- ମୁଁ ଜଣେ ରାଜଭକ୍ତ
- ରୂପଧରଙ୍କ ଯାତ୍ରା
- ବିଚିତ୍ର ଅନୁଭୂତି
- ଧମ୍ମଦ୍ଧଜ ଜାତକ
- ଭୟ ପାଇଁ ଔଷଧ
- ନ୍ୟାୟ ନିର୍ଣ୍ଣୟ
- ମାଛ କଡେଇରେ ଶଗଡିଆର ଆଶା
- ପୁଣ୍ୟବାନ୍
- ପିଲାଟିଦିନରୁ ବିପ୍ଳବୀ ନେତା
- ଚମର ଜୋତା
- ଖଟ୍ୱାଙ୍ଗ ପୁରାଣ
- ଗ୍ରହଣ ଛୁଟା
- ଯେସାକୁ ତେସା
- ସାଧୁଙ୍କ ଯାଦୁ
- ଚତୁରୀ ରମଣୀ
- ତାଳଗଛ ମୂଳେ!
- ଅତିଲୋଭର ପରିଣାମ
- ପ୍ରକୃତ ସୁସଙ୍ଗାତ
- ଗୁରୁଙ୍କୁ ଘୃଣା କରନାହିଁ
- ପାଞ୍ଚ ପ୍ରଶ୍ନ
- ମହାଭାରତ
- ସୋମିଲାକ୍ ତନ୍ତ୍ରୀ କଥା
- ସବୁଠାରୁ ଖରାପ ପିଲା ବି ପୁରସ୍କାର ପାଇଲା
- ମନ୍ତ୍ରୀ ନିର୍ବାଚନ
- ସାବତ ମା
- ରାଜପୁତ୍ର ଓ ମନ୍ତ୍ରୀପୁତ୍ର
- ସଇତାନର ସଇତାନୀ
- ଅନ୍ଧ ସରକାର
- ସୁବର୍ଣ୍ଣହଂସ ଜାତକ
- କୌମୁଦୀ କଥା
- ବୀର ହନୁମାନ
- ବିଚିତ୍ର ପୁଷ୍ପ
- ମର୍ତ୍ତ୍ୟ ବୈକୁଣ୍ଠ
- ପ୍ରକୃତ ସ୍ୱାମୀ କିଏ?
- କୁଆ ଗଣତି
- ବିରବଲଙ୍କର ବୁଦ୍ଧି
- ଭଲ ଓ ଭେଲ
- ତିନୋଟି ପରୀକ୍ଷା
- ମାଲ୍ୟାଣୀ କଥା
- ଦୃଷ୍ଟିକୋଣ
- ମାନବତୀ କଥା
- ଲାଭ କ୍ଷତି
- ସମ୍ରାଟ ଅଶୋକ
- ବିଧବା ତା ଧନ ଫେରିପାଇଲା
- ଅସଦିସ ଜାତକ
- ତିନି ତାନ୍ତ୍ରିକ
- ମହାକାବ୍ୟ