ସଭାମଂଚରେ ବସି ଅତିଥି ପିଲାଙ୍କୁ ଅପେକ୍ଷା କଲେ

“ବିଦ୍ୟାଳୟ ଦିନେ ଉଠୁଛିପଡୁଛି ମାରୁଛନ୍ତି ଡିଆଁ ଖୁସିରେ ପିଲେ

ଏତିକିବେଳରେ ଅତିଥିପ୍ରବର ମୁଖ୍ୟମନ୍ତ୍ରୀ ଆସି ପହଁଚିଗଲେ ।

ଦେଖିଲେ ନାହାଁନ୍ତି ପିଲାଏ ସେଠାରେ ଶିକ୍ଷକ ହୁଅନ୍ତି ବ୍ୟସ୍ତବିବ୍ରତ

ଅତିଥି କହିଲେ ଆସନ୍ତୁ ପିଲାଏ ଅପେକ୍ଷା କରିବା ସେହି ପର୍ଯ୍ୟନ୍ତ ।

ଶିଶୁବତ୍ସଳ ସେ ଅତିଥିପ୍ରବର ହରେକୃଷ୍ଣ ମହତାବ ଏକଥା

କହିଥିଲେ ବୋଲି ଭାବିଲା ବେଳକୁ ତାଙ୍କ ପାଶେ ନଇଁ ଯାଉଛି ମଥା ।”

ସାରା ଦେଶରେ ଶିଶୁ ଦିବସର ମାହୋଲ । ଏଥିଲାଗି ଆମ ରାଜ୍ୟର ଏକ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଉତ୍ସବର ଆୟୋଜନ କରାଯାଇଥାଏ । ଏହି କେନ୍ଦ୍ର ବିଦ୍ୟାଳୟରେ କେନ୍ଦ୍ରାଧୀନ ସମସ୍ତ ସ୍କୁଲର ପିଲା ଯୋଗଦାନ କରିବାର ଥିଲା । ଏଥିଲାଗି ଏକ ଶିଶୁକ୍ରୀଡା ଉତ୍ସବର ଉଦ୍ଘାଟନ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଡକ୍ଟର ମହତାବ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ଫଳରେ ପିଲା ଓ ଶିକ୍ଷକଙ୍କ ମନରେ ଉତ୍ସାହ ଉଦ୍ଦୀପନା ବଢି ବଢି ଯାଉଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ