ଶିକ୍ଷା କାହିଁକି

କୁନ୍ତଳ ଦେଶରେ ରାଜା କୁଶଳସେନ ରାଜୁତି କରୁଥା’ନ୍ତି । ଦୁର୍ଭାଗ୍ୟବଶତଃ ତାଙ୍କର ଶିକ୍ଷା-ଦୀକ୍ଷା ବିଶେଷ କିଛି ନଥିଲା ।

                ଥରେ ତାଙ୍କ ମନରେ ପ୍ରଶ୍ନ ଉଠିଲା, “ମଣିଷ ବିଦ୍ୟାଶିକ୍ଷା କରେ କାହିଁକି?” ସେ ତାଙ୍କ ମନରେ ଥିବା ପ୍ରଶ୍ନ ଦରବାରରେ ପ୍ରକାଶ କଲେ । ତା’ପରେ ସମସ୍ତେ ନିଜ ନିଜ ବାଟରେ ଉତ୍ତର ଦେଲେ ।

                “ଶିକ୍ଷିତ ଲୋକ ଭଲ ଚାକିରୀ ପାଏ ।” ଜଣେ କହିଲେ ।

“ଶିକ୍ଷା ଦ୍ୱାରା କୀର୍ତ୍ତି ପ୍ରାପ୍ତ ହୁଏ ।” ଆଉ ଜଣେ କହିଲେ ।

“ଶିକ୍ଷା, ବ୍ୟକ୍ତିକୁ ଗୌରବ ପ୍ରଦାନ କରିଥାଏ ।” ଅନ୍ୟ ଜଣେ କହିଲେ ।

“ଶିକ୍ଷାପ୍ରାପ୍ତ ବ୍ୟକ୍ତିକୁ ସମସ୍ତେ ଭଲମନ୍ଦରେ ପ୍ରଶ୍ନ କରନ୍ତି । ପୁଣି ବିଦ୍ୟାରୂପୀ ଧନ ଚୋର ନେଇପାରେ ନାହିଁ । ଏହା ସର୍ବାପେକ୍ଷା ଶ୍ରେଷ୍ଠ ଧନ ।” ଜଣେ କହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ