ଅବିଶ୍ୱାସି ବନ୍ଧୁ

ଏକଥା ଶୁଣି ଇନ୍ଦ୍ରଦତ ମନେ ମନେ ଖୁବ୍ ଶିହରି ଉଠିଲେ । କିନ୍ତୁ ଏବେ ଆଉ କ’ଣ ଉପାୟ ବା ଅଛି? ତେଣୁ ସେ ରାଜା ତାଙ୍କ ମନ୍ତ୍ରୀଙ୍କୁ ଲକ୍ଷ୍ୟ କରି କହିଲେ, “ମୋତେ ନ ଜଣାଇ ତୁମେ ଏପରି ଆଦେଶ କାହିଁକି ଦେଲ?”

ତହୁଁ ସେ ମନ୍ତ୍ରୀ କହିଲେ, “ମହାରାଜ ! ରାଜ୍ୟରେ ଅନେକ ଅଘଟଣ କଥା ସବୁ ଘଟିଯାଉଥିଲା । ତେଣୁ ମୁଁ ବିଚାରିଲି, ଏହା ନିଶ୍ଚୟ କୌଣସି ତନ୍ତ୍ର ସାଧକର କାର୍ଯ୍ୟ । ତାର ହିଁ କାରସାଦି ବନ୍ଦ କରିବା ପାଇଁ ମୁଁ ଏପରି ଏକ ଆଦେଶ ଦେବାକୁ ଶେଷରେ ବାଧ୍ୟ ହୋଇଥିଲି ।”

ରାଜା କହିଲେ, “କେବଳ ତୁମର ଏ ପ୍ରକାର ଅବିବେକିତା ଯୋଗୁଁ ହିଁ ବ୍ରହ୍ମହତ୍ୟା ହେଲା ।”

ମନ୍ତ୍ରୀ କହିଲେ, “ମହାରାଜ ! ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ଆବଶ୍ୟକ ହେଲେ ଏହାର ପ୍ରାୟଶ୍ଚିତ ବି କରାଯାଇପାରେ । ଆପଣ ଇଚ୍ଛା କଲେ ମୁଁ ଏହି ବ୍ରାହ୍ମଣଙ୍କୁ କିଛି କ୍ଷତିପୂରଣ ନିଶ୍ଚୟ ଦେଇପାରନ୍ତି ।”

ରାଜା ସେ ବ୍ୟାଡି ନିକଟକୁ ଆସି ସାନ୍ତ୍ୱନା ଦେବା ଛଳରେ ଧୀରେ ଧୀରେ କହିଲେ, “ମୋତେ ଏଥର ଆମରଣ ଏହି ଶୂଦ୍ର ରାଜାର ଦେହରେ ହିଁ ରହିବାକୁ ପଡିବ ।”

ବ୍ୟାଡି କହିଲା – “ସାବଧାନ ଭାଇ । ତୁମେ ଏ ମନ୍ତ୍ରୀ ସକଟାର ନିକଟରେ ଧରାପଡି ଯାଇଛ । ତେଣୁ ତୁମେ ଅତିଶୀଘ୍ର ବରୁରୁଚିକୁ ନିଜର ମନ୍ତ୍ରୀ ଭାବରେ ନିଯୁକ୍ତି ଦିଅ । ସେହିଁ କେବଳ ସକଟାର ବୁଦ୍ଧି ସହିତ ଟକ୍କର ଦେଇପାରିବ ।”

ଏସବୁ ଶୁଣି ରାଜା କହିଲେ, “ତାହେଲେ ଠିକ୍ ଅଛି । ତେବେ ତୁମେ ଦୁହେଁ ଆଗ ଯାଇ ଗୁରୁଦକ୍ଷିଣା ଦେଇ ଫେରିଆସ । ତା’ପରେ ଯାଇ ଆମେ ଯାହା ଗୋଟେ ବିଚାର କରିବା ।”

ଗୁରୁଦକ୍ଷିଣା ଦେଇ ବରୁରୁଚି ଓ ବ୍ୟାଡି ପୁଣି ରାଜଧାନୀକୁ ଫେରି ଆସିଲେ ।

ଏଣେ ରାଜା ମନ୍ତ୍ରୀ ସକଟାର ଏବଂ ତାଙ୍କର ଶହେ ପୁଅଙ୍କୁ ବନ୍ଦୀଶାଳରେ ବନ୍ଦୀ କରି ରଖିଲେ । ତାପରେ ଯାଇ ବରୁରୁଚିଙ୍କୁ ମନ୍ତ୍ରୀ ପଦରେ ବରଣ କରାଗଲା । କିନ୍ତୁ ବ୍ୟାଡି କୌଣସି ରାଜପଦ ଗ୍ରହଣ ନ କରି ସେହିଠାରୁ ହିଁ ସେ ତୀର୍ଥ କରି ବାହାରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ