ଅବିଶ୍ୱାସି ବନ୍ଧୁ

ରାଜା କିଂଚିତ କ୍ରୋଧ ପ୍ରକାଶ କରି କହିଲେ, “ମଲା ମଣିଷ କ’ଣ କେବେ କଥା କହେ?”

ଏପରି କଥା ଶୁଣି ମନ୍ତ୍ରୀ ଏବଂ ସଭାସଦ୍ଗଣ ସମସ୍ୱରରେ ମଣିମାଙ୍କୁ କ୍ଷମା ମାଗିଲେ । ତାପରେ ରାଣୀମାନେ ବି ଅତ୍ୟନ୍ତ ଆନନ୍ଦ ମନରେ ତାଙ୍କ ଅନ୍ତଃପୁରକୁ ଫେରିଗଲେ ।

ଏଣେ ରାଜା ବି ଚାଲିଲେ ସମସ୍ତଙ୍କ ଗହଣରେ ତାଙ୍କ ଦରବାର କକ୍ଷକୁ । ସେତେବେଳକୁ ତ ବରୁରୁଚି ଦରବାର ଗୃହରେ ରାଜଦର୍ଶନ ପାଇଁ ଅପେକ୍ଷା କରିଥାଆନ୍ତି ।

ରାଜା ତାଙ୍କ ସିଂହାସନରେ ବସିବା ମାତ୍ରକେ ବରୁରୁଚି ଶ୍ଳୋକ ବୋଲି ରାଜାଙ୍କୁ ପ୍ରାର୍ଥନା କଲେଯେ, “ମହାରାଜ ! ଏକଲକ୍ଷ ସ୍ୱର୍ଣ୍ଣମୁଦ୍ରା ପ୍ରଦାନ କରିବା ହେଉ । ତାହାହେଲେ ଆମ୍ଭେ ଦକ୍ଷିଣା ପ୍ରଦାନ କରି ଗୁରୁଙ୍କ ଋଣରୁ ମୁକ୍ତିଲାଭ କରିବୁ ।”

ସେହିକ୍ଷଣି ରାଜା ବି ଆଦେଶ ଦେଲେ, “ତୁରନ୍ତ ଏ ଧନ ରାଜକୋଷରୁ ଅର୍ପଣ କରାଯାଉ ।”

ଏକଥା ଶୁଣି ମନ୍ତ୍ରୀ ଜଣକ ବଡ ଅଡୁଆରେ ପଡିଲେ । ଏତେଗୁଡାଏ ସ୍ୱର୍ଣ୍ଣମୁଦ୍ରା ବିନା ବିଚାରରେ ରାଜା ଦେବାପାଇଁ କିପରି ଆଦେଶ ଦେଲେ? ସେ ତ ତାଙ୍କ ଅନୁଭୂତିରୁ ଜାଣନ୍ତି ଯେ, ରାଜା କେବେହେଲେ ବି ଏପରି ବ୍ୟବହାର କରନ୍ତି ନାହିଁ । ଏଥିରେ ନିଶ୍ଚୟ କିଛି ରହସ୍ୟ ଅଛି! ଆଉ କେହି ବିଜ୍ଞପୁରୁଷ ରାଜାଙ୍କ ମୃତ ଶରୀରରେ ପ୍ରବେଶ କରିନାହିଁ ତ!

ତହୁଁ ସେ ମନ୍ତ୍ରୀ ଗୋପନରେ ତାଙ୍କର ଅଙ୍ଗରକ୍ଷୀମାନଙ୍କୁ ଆଦେଶ ଦେଲେ ଯେ – “ତୁମେମାନେ ତୁରନ୍ତ ରାଜଧାନୀର ଅନ୍ଦିକନ୍ଦି ସବୁ ଅନୁସନ୍ଧାନ କର । ଯଦି କୌଣସିଠାରେ କୋଉ ଶବ ଦୃଷ୍ଟିଗୋଚର ହୁଏ, ତେବେ ସଙ୍ଗେ ସଙ୍ଗେ ତାକୁ ତଥା ସେ ଶବକୁ ଜାଳିଦେବାର ସମସ୍ତ ବ୍ୟବସ୍ଥା କର ।

ଏପରି ଏକ ଆଜ୍ଞାପାଇ ସୈନ୍ୟମାନେ ଘର ଘର ବୁଲି ଖାଲି ଶବ ଖୋଜିବାରେ ଲାଗିଲେ । ଶେଷରେ ନଅର ବାହାରେ ଗୋଟିଏ ଭଙ୍ଗା ଦେଉଳରେ ଦେଖିଲେ, ଇନ୍ଦ୍ରଦତର ଶବ ସେମିତି ପଡିରହିଛି । ତାକୁ ଜଗିକରି ମନଦୁଃଖରେ ବସିଛି ବ୍ୟାଡି । ବ୍ୟାଡିର କଥାରେ କିଏ ବା କାହିଁକି କାନ ଦେବ, ସୈନ୍ୟମାନେ ଇନ୍ଦ୍ରଦତର ଶବକୁ ବଳାତ୍କାର ପୂର୍ବକ ପୋଡି ପକାଇଲେ ।

ତାପରଦିନ ସକାଳେ ବ୍ୟାଡି କାନ୍ଦି କାନ୍ଦି ରାଜଦରବାରରେ ଫେରାଦ ହେଲା । ସେ ଯାଇ ରାଜାଙ୍କୁ କହିଲା, “ମହାରାଜ ! ମୋର ଜଣେ ବନ୍ଧୁ ଯୋଗବଳରେ ସମାଧି ଗ୍ରହଣ କରିଥିଲେ । ଅଥଚ ଆପଣଙ୍କ ମନ୍ତ୍ରୀଙ୍କ ଆଦେଶରେ ସୈନ୍ୟମାନେ ତାଙ୍କୁ ପୋଡି ପକାଇଲେ । ମୁଁ ଯେତେ ପ୍ରାର୍ଥନା କଲେ ମଧ୍ୟ ସେମାନେ କେହି କିଛି ଆଦୌ ଶୁଣିଲେ ନାହିଁ । ଖାଲି ଆପଣଙ୍କ ମନ୍ତ୍ରୀଙ୍କ ଯୋଗୁଁ ଏ ରାଜ୍ୟରେ ବ୍ରହ୍ମହତ୍ୟାର ଦୋଷ ଲାଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ