ପରଦିନ ପଣ୍ଡିତ ବ୍ୟକ୍ତି ଜଣକ ବିରବଲଙ୍କୁ ପଚାରିଲେ – “କଣ ମହାଶୟ! ମୋ ପ୍ରଶ୍ନର ଉତ୍ତର ତୁମେ ଦେଇପାରିବ?” ସଂଗେ ସଂଗେ ବିରବଲ ଉତ୍ତର ଦେବାକୁ ଯାଇ କହିଲେ, “ମହାଶୟ! ଆମ ସହରରେ ପ୍ରକୃତରେ ୪୭,୮୩୫ଟି କୁଆ ବାସ କରୁଛନ୍ତି । ବିରବଲଙ୍କ କଥା ଶୁଣି ମହାରାଜ ଆକବର, ତାଙ୍କର ସଭାରେ ଉପସ୍ଥିତ ଥିବା ସମସ୍ତ ପାରିଷଦ ବର୍ଗ ଆଶ୍ଚର୍ଯ୍ୟ ହୋଇଗଲେ । ପଣ୍ଡିତ ଜଣକ ବିରବଲଙ୍କ କଥା ଶୁଣି କହିଲେ, “ମୁଁ କେମିତି ତୁମ କଥାରେ ବିଶ୍ୱାସ କରିବି?” ପଣ୍ଡିତ ଜଣଙ୍କର କଥା ଶୁଣି ବିରବଲ କହିଲେ – “ମହାଶୟ! ମୁଁ ଆମ ସହରରେ ଯେତେ କୁଆ ଅଛନ୍ତି ସମସ୍ତଙ୍କୁ ଗଣିଛି । ଏମାନଙ୍କ ମଧ୍ୟରୁ କେତେଜଣ ବିଦେଶକୁ ସେମାନଙ୍କର ସଂପର୍କୀୟମାନଙ୍କ ପାଖକୁ ମଧ୍ୟ ଯାଇଛନ୍ତି । ଆପଣଙ୍କର ମୋ କଥାରେ ଯଦି ସନ୍ଦେହ ହେଉଛି ଆପଣ ନିଜେ ଗଣିପାରନ୍ତି ।”
ବିରବଲଙ୍କ କଥାଶୁଣି ପଣ୍ଡିତ ମହାଶୟ ଆଉ କହିବେ କ’ଣ? ସେ ବା’ ସେଠାରେ କିପରି କୁଆ ଗଣିବେ? ବିରବଲଙ୍କ କଥାକୁ ସ୍ୱୀକାର ନକରି ଅନ୍ୟ କିଛି ବାଟ ନାହିଁ । ଶେଷରେ ସେ ବିରବଲଙ୍କ କଥାକୁ ସ୍ୱୀକାର କଲେ, ଏବଂ ନିଜର ଭୁଲ୍ ବୁଝିପାରି ବିରବଲଙ୍କ ନିକଟରେ କ୍ଷମା ମାଗିଲେ ।
ବିରବଲଙ୍କ ଚତୁରତା ଓ ବୁଦ୍ଧିମତା ପାଇଁ ମହାରାଜ ଆକବର ଖୁସି ହୋଇ ନାନାଦି ମୂଲ୍ୟବାନ ପୁରସ୍କାର ବିରବଲଙ୍କୁ ପ୍ରଦାନ କଲେ ।