ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜାଗୃତିର ପ୍ରତୀକ

                ଏକଥା ଶୁଣି ଶଙ୍କରଦାସ ଜୋର୍ରେ ହସିଲେ ଓ କହିଲେ, “ଶୁଣ, ପ୍ରତ୍ୟେକ ଲୋକକୁ ମୁଁ ତା’ରି ସ୍ୱଭାବ ଅନୁସାରେ ଉତ୍ତର ଦେଇଛି । ପ୍ରଥମେ ଯେଉଁ ଶେଠ ବୁଢା ଦେଖା ହେଲା, ଗ୍ରାମରେ କିଏ ମଲେ ବା ବଂଚିଲେ ସେଥିରେ ତା’ର କିଛି ବି ଯାଏ ଆସେ ନାହିଁ । କିନ୍ତୁ ପ୍ରତ୍ୟେକ ଘଟଣା ପଛରେ କିଛି ନା କିଛି ମତଲବ ଅଛି ବୋଲି ମୁଁ ସନ୍ଦେହ କରେ । ତେଣୁ ତାକୁ ତୁମ ନାମ କହି ମୁଁ ରକ୍ଷା ପାଇଲି । ସେହିପରି ଅନ୍ୟମାନଙ୍କୁ ମଧ୍ୟ ମୁଁ ଉତ୍ତର ଦେଲି ।”

                ଶେଖର ତାଙ୍କର ପ୍ରଶଂସା କରି କହିଲା “ଆଚ୍ଛା ଆପଣ ଏଇ ଛୋଟ ଛୋଟ କଥାକୁ ମଧ୍ୟ ବୁଦ୍ଧି ଖର୍ଚ୍ଚ କରି ଚଳାଇ ନେଉଛନ୍ତି? ଆପଣଙ୍କଠାରୁ ଏହି ଚତୁରପଣିଆ ନିଶ୍ଚୟ ଶିଖିବା ଉଚିତ୍ ।”

                ଶଙ୍କରଦାସ ପଚାରିଲେ “ଆଚ୍ଛା ଏବେ କୁହ ତୁମର ଶଙ୍କରଦାସଙ୍କ ସହିତ କ’ଣ କାମ ଥିଲା?”

                ଶେଖର କହିଲା “ମହାଶୟ, କଥା କ’ଣ କି ମୁଁ ସରଳ ଲୋକ । ଦେଖି ଚାହିଁ ସ୍ଥାନ, କାଳ, ପାତ୍ର ଅନୁସାରେ କୁଶଳତାର ସହିତ ବ୍ୟବହାର କରିବା ବା କଥା କହିବା ମୁଁ ଜାଣେନି । ସେଇସବୁ ଟିକିଏ ଶଙ୍କରଦାସଙ୍କଠାରୁ ଶିଖିବାକୁ ଆସିଥିଲି । ତେବେ ମୋର ତାଙ୍କ ସହିତ କୌଣସି ପ୍ରତ୍ୟକ୍ଷ ପରିଚୟ ନାହିଁ ।” ଟିକିଏ ମୌନ ରହି ସେ ପୁଣି କହିଲା, “ମହାଶୟ, ଆପଣ ଆଉ ସେ ବିଖ୍ୟାତ ଶଙ୍କରଦାସ ନୁହଁନ୍ତି ତ?”

                ଶଙ୍କରଦାସ କହିଲେ “ନା, ତେବେ ସେ ମୋର ମିତ୍ର ।”

                ଶେଖର କହିଲା “ଆଚ୍ଛା, ଠିକ୍ ଅଛି, ତେବେ ମୁଁ ଯେଉଁଥିପାଇଁ ଆସିଥିଲି ସେ କଥା ସବୁ ଆପଣଙ୍କଠାରୁ ଶିଖିଗଲି । ମୋର କାମ ହୋଇଗଲା । ଆପଣଙ୍କୁ ଶତ ଧନ୍ୟବାଦ । ଏବେ ମୁଁ ମୋ ଗ୍ରାମକୁ ଫେରୁଛି ।”

                ଶଙ୍କରଦାସ କହିଲେ “ଆରେ, ଟିକିଏ ରୁହ, ସ୍ନାନ କରି ଖିଆପିଆ କରି ଯିବ ।”

                ଶେଖର କହିଲା “ଆଜ୍ଞା ନା, ବହୁତ ସହଜରେ ଆପଣଙ୍କଠାରୁ ମୁଁ ବହୁତ ବଡ ଜିନିଷ ଶିଖି ନେଇଛି । ଏହି ପଙ୍କ ତ ମୋର ବୁଦ୍ଧି ଜାଗ୍ରତ ହେବାର ପ୍ରତୀକ । ଆଉ ସେଥିପାଇଁ ଆପଣ ମୋର ଖୁବ୍ ସହାୟତା କରିଛନ୍ତି । ସେଥିଲାଗି ମୋ ତରଫରୁ ଆପଣଙ୍କୁ ଶତ ଧନ୍ୟବାଦ । ମୁଁ ଏଥର ଚାଲିଲି ।” ଏହାପରେ ଶେଖର ତା ଗ୍ରାମକୁ ଫେରିବାର ରାସ୍ତା ଧରିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ