ନିଶ୍ରାଗ୍ରସ୍ତ

      ଏହିପରି ଭାବେ ସମସ୍ତିଙ୍କୁ ତାଚ୍ଛଲ୍ୟ ଭାବରେ ଦେଖି ହସି ଉଡାଇବା ଥିଲା ସେ ମୁଖିଆଙ୍କର ଦୈନନ୍ଦିନ ଅଭ୍ୟାସ । ତେବେ ଲୋକମାନେ ଚୁପ୍ ରହିଯା’ନ୍ତି ଓ କହନ୍ତି, “ହେଉ ସେ ଗାଁର ମୁଖିଆ ଯେତେବେଳେ ଯାହା କୁହନ୍ତୁ ଟିକେ ସହିଗଲେ ଗଲା, ତାଙ୍କ ସଙ୍ଗେ ଶତୃତା କରି ଲାଭ ବା କ’ଣ?”

      ସେ ଗାଁରେ ଗୋଟିଏ ରାମ ମନ୍ଦିର ଥିଲା । ସେଠାରେ ଗୋପାଳ ଶର୍ମା ନାମକ ଜଣେ ପୂଜକ ଥିଲେ । ଥରେ ତାଙ୍କ ଘରକୁ ଗୋବିନ୍ଦ ନାମକ ଜଣେ ବନ୍ଧୁ ଆସି ପହଁଚିଲେ । ଦିନେ ସେ ଦୁଇଜଣ ବସି ଖୁସିଗପ କରୁଥାନ୍ତି, ଠିକ୍ ସେତିକିବେଳେ ସେଠାରେ ବୀରସିଂହ ଆସି ପହଁଚିଲେ । ସେ ତ କାହାର ବି ଆନନ୍ଦ ମୋଟେ ଦେଖି ସହିପାରନ୍ତି ନାହିଁ, ତେଣୁ ସେ କହିଲେ, “ଆରେ ପୂଜକ, ତୁମର ଏମିତି କ’ଣ ବିପଦ ଆସି ପଡିଲା ଯେ ତୁମ ମୁହଁଟା ଏକବାରେ ଶୁଖି ଯାଇଛି?”

ବୀରସିଂହଙ୍କ ବ୍ୟଙ୍ଗୋକ୍ତି ସେ ପୂଜକଙ୍କୁ ଯେତେ ଖରାପ ଲାଗିଲେ ବି ସେ ଚୁପ୍ ରହିଲେ । କିନ୍ତୁ ଗୋବିନ୍ଦ ଆଶ୍ଚର୍ଯ୍ୟ ହୋଇ କହିଲା, “ବାଃ ମହାଶୟ, ଗୋପାଳ ହସୁଛି ଆଉ ଆପଣଙ୍କୁ ଦେଖାଗଲା ସେ ଦୁଃଖୀ? ଆଜ୍ଞା ଆପଣ କିଏ?”

ତାଙ୍କ କଥା ଶୁଣି ବୀରସିଂହ ମୁହଁ ମୋଡି କହିଲେ, “ଓହୋ, କ୍ଷମା କରିବେ । ଗୋପାଳ ହସୁଥିଲେ ମଧ୍ୟ ଯେପରି ଲାଗେ ସେ କାନ୍ଦୁଛି ।” ଏତିକି କହି ସେ ମୁଖିଆ ସେଠାରୁ ଚାଲିଗଲେ ।

      ସେ ସେଠାରୁ ଚାଲିଯିବା ପରେ ଗୋବିନ୍ଦ ଗୋପାଳକୁ ପଚାରିଲା, “ପ୍ରକୃତରେ ଏ ଲୋକଟି କିଏ? ମୋର କାହିଁ ମନେ ହେଉଛି ଯେ ଯେମିତି ଭଦ୍ର ଭାବରେ କଥା କହିବା ବୋଧହୁଏ ତାଙ୍କ ଜାତକରେ ହିଁ ନାହିଁ ।”

      ଗୋପାଳ ଶର୍ମା ଗୋବିନ୍ଦକୁ କହିଲେ, “ସେ ଆମ ଗ୍ରାମର ମୁଖିଆ । ସେ ଟିକିଏ ଦୁଷ୍ଟ ସ୍ୱଭାବର । ଏବେ ସେକଥା ଛାଡ ।”

      କିନ୍ତୁ ଏସବୁ କଥା ଏତେ ଶିଘ୍ର ଭୁଲିଯିବା ଗୋବିନ୍ଦଙ୍କ ବଶରେ ନଥିଲା । ପରଦିନ ଗ୍ରାମରେ ଏକ ଭୋଜି ହେଲା । ପରେ ସମସ୍ତେ ଭୋଜି ଖାଇସାରି ଚଉତ୍ତରା ଉପରେ ବସି ମଦିରାପାନ କରନ୍ତି । ଏ ପ୍ରଥା ତ କାହିଁ କେଉଁ କାଳୁ ଚଳି ଆସୁଛି । ଅନେକେ ମଦିରା ପାନ କଲେ । ଗୋବିନ୍ଦ ଯାଇ ବୀରସିଂହ ପାଖରେ ବସିପଡି କହିଲେ, “ମୁଖିଆ ବାବୁ, କାଲି ମୁଁ ଆପଣ କିଏ ବୋଲି ଆଦୌ ଜାଣି ନଥିଲି ତେଣୁ ମୋ କଥାବାର୍ତ୍ତାରେ ବହୁତ ଏପଟ ସେପଟ ହୋଇ ଯାଇଛି । ତେଣୁ ଆପଣ ମୋତେ କ୍ଷମା କରିବେ । ମୁଁ କାଲି ବି ମଦିରାପାନ କରିଥିଲି । ଏବେ ଆପଣ ସବୁ ଭଦ୍ରଲୋକଙ୍କ ସାମନାକୁ ଆସନ୍ତୁ ମୁଁ ସେଇଠି ହିଁ ଆପଣଙ୍କୁ କ୍ଷମା ମାଗିବି ।”

      ଏହି କଥାରୁ ସେ ମୁଖିଆ ଭାବିଲେ, “ଗତ ରାତ୍ରିରେ ତ ଅଳ୍ପ କେତେକ ଲୋକଙ୍କ ସମ୍ମୁଖରେ ଗୋବିନ୍ଦ କିଛି ବି ବାଜେକଥା ସତରେ କହି ନଥିଲେ । କିନ୍ତୁ ନିଶାଗ୍ରସ୍ତ ଥିବା ଯୋଗୁଁ ଭାବିଥିବା କଥା ସତ ମନେ ହେଉଛି ବୋଲି ସେ କ୍ଷମା ଚାହୁଁଛି । ବଡ ବଡ ଭଦ୍ରଲୋକଙ୍କ ସମ୍ମୁଖରେ ସେ କ୍ଷମା ମାଗିବ ଏହା କେଡେ ଆନନ୍ଦର କଥା ହେବ ।” ତେଣୁ ସେ ତାଙ୍କ ମନେ ମନେ ଖୁସି ହୋଇ ଭଦ୍ରଲୋକଙ୍କ ଆଗକୁ ଗଲେ । ତା’ପରେ ଗୋବିନ୍ଦ କହିଲେ, “ମୁଁ ଅନ୍ୟ ଗ୍ରାମରୁ ଆସିଛି ଏବଂ ଆଜି ଆପଣମାନଙ୍କ ସମ୍ମୁଖରେ ମୋର ଦୋଷ ମାନୁଛି ମୋତେ ସମସ୍ତେ କ୍ଷମା କରିବେ । ଗତ କାଲି ରାତିରେ ମୁଁ ମୁଖିଆ ବୀରସିଂହଙ୍କୁ କହିଲି ଯେ ସେ ଦୀନୁଙ୍କୁ କ୍ରୀତଦାସ ପରି ନିଜ ଘରେ ଖଟାଉଛନ୍ତି; ପୁଣି ବୈଦ୍ୟଜୀଙ୍କ ପରି ସାଧୁ ଲୋକଙ୍କୁ ପାପୀ କହି ତାଙ୍କର ହସ ଉଡାଉଛନ୍ତି । ପୁଣି ଆହୁରି ବି ମୁଁ କହିଲି ସରଳ ତଥା ଭଦ୍ର ଶିକ୍ଷକଙ୍କୁ ପିଶାଚ କହି ପିଲାଙ୍କ ମନରେ ତାଙ୍କ ପ୍ରତି ଶତୃତା ଆଣୁଛନ୍ତି – ଏହା ମୋର ଭୁଲ୍, କାରଣ ନିଶାଗସ୍ତ ହୋଇ କାଲି ମୁଁ ଏପରି କହିଛି; ସେଥିଲାଗି ଆପଣମାନେ ମୋତେ କ୍ଷମା କରିବେ ।”

      ଗୋବିନ୍ଦଙ୍କ କଥା ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତ ଭଦ୍ର ବ୍ୟକ୍ତିମାନେ ପରସ୍ପର ମୁହଁକୁ ଚାହିଁ ହସିଲେ । ତା’ପରେ ସେମାନଙ୍କ ମଧ୍ୟରୁ ଜଣେ କହିଲେ, “ଆରେ ତାହେଲେ ତମେ କ’ଣ ପାଇଁ କ୍ଷମା ମାଗୁଛ? କାହିଁକିନା ତୁମେ ତ ଏପରି କିଛି ଅସଙ୍ଗତ କଥା କହିନାହଁ? ହୁଏତ ନିଶାରେ ଥାଇ ତୁମେ ଭାବିଛ ଯେ ତୁମେ କିଛି ଭୁଲ୍ଭାଲ୍ କଥା କହିଛ ବୋଲି ।”

      ଏବେ ବୀରସିଂହ ଭୀଷଣ ଲଜ୍ଜାରେ ସେ ତାଙ୍କ ମୁଣ୍ଡ ତଳକୁ କଲେ । ଏସବୁ ଦେଖି ଗୋବିନ୍ଦ ତା’ ମନେ ମନେ ବହୁତ ଖୁସି; କାରଣ “ତାଙ୍କର ବିଶ୍ୱାସ ଥିଲା ଯେ ଭବିଷ୍ୟତରେ ଦିନେନା ଦିନେ ବୀରସିଂହଙ୍କ ସ୍ୱଭାବ ନିଶ୍ଚୟ ବଦଳି ଯିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ