ପ୍ରକୃତ ପୂଜକ

                ଏହାପରେ ସେ ପୂଜକ ତ୍ରାଣ ଦେଖିଲେ ତାଙ୍କ ପାଣିରେ ମଧ୍ୟ ଛୋଟ ସାପ ଛୁଆଟିଏ ଖେଳୁଛି । ତହୁଁ ସେ ତ୍ରାଣ ଭାବିଲେ ଏହା କେତେ ସୁନ୍ଦର ଜୀବଟିଏ । ଏତେ କମ୍ ବୟସରୁ ଭଗବାନଙ୍କ ଜଳାଭିଷେକ ଦେଖିବାକୁ ଯାଉଛି । ଏହା ଭାବି ତ୍ରାଣ ପାଣିନେଇ ଆଗକୁ ବଢିଲେ । କିନ୍ତୁ ସେ ଆର୍ତ୍ତ ଏସବୁ ଦେଖି କହିଲେ – କେତେ ମୂର୍ଖ ଆପଣ ପୂଜକ ମହାଶୟ ! ଏହି ଅପବିତ୍ର ପାଣିରେ କ’ଣ ଭଗବାନଙ୍କର ଜଳାଭିଷେକ କରିବେ । ଧର୍ମ ଆଉ ରହିବ ତ! ଦିଅ ମୁଁ ଏ ସାପ ଛୁଆଟିକୁ ମାରିଦିଏ! ଏହା ଶୁଣି ପୂଜକ ତ୍ରାଣ କହିଲେ – ନାଁ ମୁଁ କେବେବି ଏହାକୁ ମାରି ପାରିବିନି । ଏହି ଟିକିଛୁଆଟିର ମା ତାକୁ ଖୋଜୁଥିବ । ତେଣୁ ମୁଁ ଏହାକୁ ନେଇ ପ୍ରଥମେ ପାଣିରେ ଛାଡିବି ଆଉ ତା’ ପରେ ଯାଇ ଜଳାଭିଷେକ କରିବି । ତାପରେ ତ୍ରାଣ ସେ ସାପ ଛୁଆଟିକୁ ନେଇ ନଈରେ ଛାଡିଦେଲେ ।

                ସାପଛୁଆଟିକୁ ପାଇ ସାପର ମା’ ବହୁତ ଖୁସି ହେଲା ମାତ୍ର ଆଉ ଗୋଟିଏ ଛୁଆକୁ ସେ ପାଇଲା ନାହିଁ । ତାପରେ ସେ ସାପଛୁଆର ମା’ ତ୍ରାଣଙ୍କ ଠାରୁ ସବୁ କଥା ଶୁଣିଲା । ତାପରେ ସେ  ସାପ ମା’ ଆର୍ତ୍ତଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ମନେ ମନେ ଶପଥ କଲା ।

                ପୂର୍ଣ୍ଣମୀ ତିଥି ଆସିଗଲା । ତହୁଁ ସେ ଦୁଇ ପୂଜକ ନଈରୁ ପାଣି ଆଣିବାକୁ ଚାଲିଲେ । ନଈରୁ ପାଣି ଆଣୁଥିବା ସମୟରେ ସେ ସାପ ମା’ ଆସି ପହଁଚିଗଲା । କହିଲା – ‘ହେ ପୂଜକ ଆର୍ତ୍ତ, ତୁମେ ମୋ ଛୁଆକୁ ମାରିଛନା । ତେଣ ଆଜି ମୁଁ ତୁମକୁ ଦଂଶନ କରି ବିଷଜ୍ୱାଳାରେ ମାରିଦେବି ।’ ଏକଥା ଶୁଣି ହଠାତ୍ ପୂଜକ ଆର୍ତ୍ତଙ୍କ ଭାଳେଣି ପଡିଗଲା । ଏବେ ଆଉ ସେ ବିଚରା କରିବେ ବା କ’ଣ? ଅପରାଧ ତ କରିଛନ୍ତି । ତାପରେ ସାପ ସେ ପୂଜକ ଆର୍ତ୍ତଙ୍କୁ ଚୋଟ ମାରିଦେଲା । ସାପଚୋଟ ମାରିବା ପରେ ପୂଜକ ଭଗବାନଙ୍କୁ ଡାକିଲେ ମାତ୍ର ଭଗବାନ ତ ସର୍ବଦା ତାଙ୍କ ଭକ୍ତର ହିଁ ଡାକ ଶୁଣନ୍ତି । ତେଣୁ ସେ ପୂଜକ ଆର୍ତ୍ତ ଯେତେ ଡାକିଲେ ମଧ୍ୟ ଭଗବାନ ଆସିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ