ବେଦବର ଜାତକ

       ଡକାୟତମାନେ ସେ ଧନରତ୍ନ ନେଇ ଆଗକୁ ଚାଲିଲେ । ସେମାନେ ବ୍ରାହ୍ମଣଙ୍କୁ ବି ସାଙ୍ଗରେ ନେଇଥିଲେ । କିଛି ବାଟ ଗଲା ପରେ ଏଇ ଡକାୟତ ଦଳ ଉପରେ ଆଉ ଦଳେ ଡକାୟତ ଆକ୍ରମଣ କଲେ । ଏଇ ଦ୍ୱିତୀୟ ଦଳରେ ବି ପାଂଚଶହ ଲୋକ ଥିଲେ । ସେମାନେ ପ୍ରଥମଦଳଠାରୁ ସୁନାରୂପା ଛଡାଇ ନେବାପାଇଁ ଆକ୍ରମଣ କଲେ । ତା’ ଦେଖି ସେ ଦଳର ଦଳପତି କହିଲା – “ତୁମେମାନେ ଆମ ସାଙ୍ଗରେ ଝଗଡା କରନାହିଁ । ଆମ ଆମ ଭିତରେ ଲଢେଇ କରିବା ଦରକାର ନାହିଁ । ତୁମେମାନେ ବି ଟଙ୍କା ସୁନା ଚାହୁଁଚ । ଆମ ସାଙ୍ଗରେ ଜଣେ ବ୍ରାହ୍ମଣ ଅଛନ୍ତି । ସେ ମନ୍ତ୍ର ପଢିଲେ ଆକାଶରୁ ଧନରତ୍ନ ବରଷିବ । ତୁମେମାନେ ତାଙ୍କୁ ନେଇଯାଅ ଯେ ବହୁତ ଟଙ୍କା ସୁନା ପାଇପାରିବ । ସେଇ ବ୍ରାହ୍ମଣ ଆମ ପାଇଁ ଟଙ୍କା ସୁନା ବର୍ଷା କରିଥିଲେ ।”

       ଏହା କହି ପ୍ରଥମଦଳ ଦ୍ୱିତୀୟ ଡକାୟତଦଳ ହାତରେ ବ୍ରାହ୍ମଣଙ୍କୁ ଛାଡିଦେଇ ଚାଲିଗଲେ । ଏହାପରେ ଦ୍ୱିତୀୟ ଡକାୟତଦଳର ଦଳପତି ବ୍ରାହ୍ମଣଙ୍କୁ କହିଲା – “ହେ ବ୍ରାହ୍ମଣ, ଏବେ ମନ୍ତ୍ର ପଢି ଆମମାନଙ୍କ ପାଇଁ ବି ସୁନା ରୂପା ବର୍ଷା କରାଅ ।”

       ଏହା ଶୁଣି ବ୍ରାହ୍ମଣ କହିଲେ – “ସବୁବେଳେ ସୁନା ରୂପା ବରଷେ ନାହିଁ । ସେଥିପାଇଁ ଦିନ ଅଛି । ଭଲ ଦିନ ପଡିଲେ ଯାଇ ଧନ ବରଷିବ । ଏବେ ଆଉ ସେପରି ଯୋଗ ନାହିଁ । ବରଷକ ଭିତରେ ବି ସେ ଯୋଗ ପଡିବନାହିଁ । ତୁମେମାନେ ସେ ଯାଏଁ ଅପେକ୍ଷା କର । ମୁଁ ତୁମପାଇଁ ଭଲ ଦିନ ଦେଖି ଟଙ୍କା ସୁନା ବର୍ଷା କରାଇବି ।”

       ଡକାୟତମାନେ ଏହା ଶୁଣି ରାଗିଯାଇ କହିଲେ – “ତୁ ଆମକୁ ଠକିବା ପାଇଁ ଏମିତି କଥା କହୁଚୁ । ସେମାନଙ୍କ ପାଇଁ ଭଲଦିନ ଥିଲା, ଆଉ ଆମ ପାଇଁ ଭଲଦିନ ନାହିଁ? ଆଉ ମିଛକଥା ନକହି ଜଲ୍ଦି ଧନ ବର୍ଷା କର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ