ବେଦବର ଜାତକ

       ବ୍ରାହ୍ମଣ ସେମାନଙ୍କୁ ବହୁତ କରି ବୁଝାଇଲେ, କିନ୍ତୁ ସେମାନେ କିଛି ଶୁଣିଲେ ନାହିଁ – ଧନ ବର୍ଷା କର ବୋଲି ଜିଦ୍ ଧରିଲେ । ବ୍ରାହ୍ମଣଙ୍କୁ ଏବେ ଆଉ କିଛି ବୁଦ୍ଧିବାଟ ଦେଖାଗଲା ନାହିଁ । ସେ ଧନ ବର୍ଷା କରିପାରିଲେନାହିଁ । ଡକାୟତମାନେ ରାଗିଯାଇ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଦେଲେ । ତାପରେ ସେମାନେ ପୁଣି ପ୍ରଥମଦଳ ପଛରେ ଗୋଡାଇଲେ । ଦୁଇ ଡକାୟତ ଦଳ ଭିତରେ ଲଢେଇ ହେଲା । ପ୍ରଥମଦଳର ସବୁ ଡକାୟତ ଲଢେଇରେ ମଲେ । ଦ୍ୱିତୀୟ ଦଳର ଡକାୟତମାନେ ସେମାନଙ୍କର ସବୁ ଧନ ନେଇ ପଳାଇଲେ ।

       ସେମାନେ ପାଇଥିବା ଧନକୁ ନିଜ ଭିତରେ ବାଂଟିବାକୁ ବସିଲେ । ବଂଟା ହେଲାବେଳେ ସେମାନଙ୍କ ଭିତରେ କଳହ ହେଲା । ଏଇ କଳହରୁ ଲଢେଇ ଲାଗିଗଲା । ଲଢେଇରେ ଦୁଇଜଣ ଡକାୟତଙ୍କ ଛଡା ଆଉ ସମସ୍ତେ ମଲେ ।

       ବଂଚିଥିବା ଦୁଇଜଣ ଡକାୟତ ସବୁ ଧନ ନେଇ ସେଠାରୁ ଚାଲିଗଲେ । ସେ ଦୁହେଁ କିଛି ଦୂର ଯାଇ ଗୋଟିଏ ଗଛ ମୂଳରେ ଧନତକ ଥୋଇ ବିଶ୍ରାମନେଲେ । କଥାହେଲା ଯେ, ଜଣେ ସେଠାରେ ଜଗିରହିବ ଓ ଆଉଜଣେ ପାଣି ଓ କିଛି ଖାଇବା ଜିନିଷ ଆଣିବାକୁ ପାଖ ଗାଁକୁ ଯିବ ।

      ଜଣେ ଡକାୟତ ଧନକୁ ଜଗି ବସିଲା ଓ ଆରଜଣକ ଗାଁ ଭିତରକୁ ଗଲା । ଜଗିରହିଥିବା ଡକାୟତ ମନେମନେ ଭାବିଲା – ମୋ ଭାଗୁଆଳି ଫେରିଲେ ତ ଏଥିରୁ ଅଧେ ଧନ ନେଇଯିବ । ମୁଁ ଯଦି ତାକୁ ମାରିଦିଏ ତେବେ ସବୁତକ ଧନ ମୋର ହବ । ଭାଗୁଆଳି ଯେମିତି ଫେରିଆସିବ, ମୁଁ ତାକୁ ସାଂଗେ ସାଂଗେ ଆକ୍ରମଣ କରି ମାରିଦେବି । ଏପରି ଭାବି ସେ ପ୍ରସ୍ତୁତ ହୋଇ ବସିରହିଲା ।

       ଗାଁକୁ ଯାଇଥିବା ଡକାୟତ ବି ଭାବିଲା – ମୋ ଭାଗୁଆଳିତ ଅଧେ ଧନ ନେବ । ତାକୁ କେମିତି ମାରିଦେଲେ ସବୁତକ ଧନ ମୋର ହବ । ତା’ର ଖାଇବା ଜିନିଷରେ ବିଷ ମିଶାଇ ମୁଁ ତାକୁ ମାରିଦେବି । ଏକଥା ସେ ମୋଟେ ଜାଣିପାରିବନି । ସହଜରେ ମୋର କାମ ହୋଇଯିବ । ଏମିତି ବିଚାରକରି ସେ ଭଲ ଭଲ ଜିନିଷ କିଣି ନିଜେ ପେଟଭରି ଖାଇଲା । ସାଙ୍ଗ ପାଇଁ ଆଣିଥିବା ଖାଦ୍ୟରେ ବିଷ ମିଶାଇଦେଲା । ତା’ପରେ ସେ ଗଛ ପାଖକୁ ଫେରିଆସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ