କଥାଟି ୧୮୯୪ ମସିହା ବେଳର । ସେତେବେଳେ କବିବର ରାଧାନାଥ ରାୟ ଓଡିଶା ସ୍କୁଲ ସମୂହର ଶିକ୍ଷା ବିଭାଗର ପଦାଧିକାରୀ, ଜଏଂଟ ଇନ୍ସପେକ୍ଟର ଥାଆନ୍ତି । ତାଙ୍କର ଅଫିସ ଥାଏ କଟକଠାରେ । ଆଜିକାଲି ଭଳି ସେତେବେଳେ ତ ଆଉ ଚୌକି ଟେବୁଲ ଭଳି ଆସବାବପତ୍ର ନଥିଲା । ତେଣୁ ଅଫିସରମାନେ ମସିଣା ଉପରେ ବସି କାର୍ଯ୍ୟ କରୁଥିଲେ ।
ଦିନକର କଥା । ରାଧାନାଥବାବୁ ଅଫିସ୍ କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ଦ୍ୱି’ପ୍ରହର ବେଳେ ଜଣେ ବିଧବା ମହିଳା ତାଙ୍କୁ ସାକ୍ଷାତ୍ କରିବା ପାଇଁ ଚାହିଁଲେ । ବେଶ ପୋଷାକରୁ ଜଣା ଯାଉଥାଏ ସେ ମହିଳା ଜଣକ ଅତ୍ୟନ୍ତ ଦରିଦ୍ର ଥିଲେ ।
ବାବୁଙ୍କର ଅଫିସ୍ ଆଗରେ ଜଗିଥିବା ଚପରାସୀ ଜଣକ ଆଗନ୍ତୁକା ବିଧବା ମହିଳାକୁ ବାବୁଙ୍କ ସହିତ ଦେଖା କରାଇବା ପାଇଁ ସୁଯୋଗ ଦେଲା ନାହିଁ । ହେଲେ ବିଧବା ଜଣକ ବିକଳରେ କହୁଥାଏ, “ବାବୁ! ମୋତେ ଟିକିଏ ଦୟାକର?” ହେଲେ ଚପରାସୀ ତାଙ୍କ କଥା ମୋଟେ ଶୁଣୁ ନଥାଏ ।