ଯେସାକୁ ତେସା

       ଏବେ ଠିକ୍ ସେହିଭଳି ଉତ୍ତର ବି ଆସିଲା । ଏହା ଦେଖି ସେ କ୍ରୋଧରେ ଜର୍ଜରିତ ହୋଇ କାନ୍ଦି ପକାଇଲା ସିନା, ତା’ ପାଖରେ କିଛି କରିବାର ଉପାୟ ନଥିଲା ।

       ଏହି ସମୟରେ ସାଧୁବାବା ଶିଳ୍ପପତିଙ୍କ ପୁଅକୁ ନୀରବ ରହିବା ପାଇଁ ଇସାରା ଦେଲେ । ତା’ପରେ ଅତି ମଧୁର ସ୍ୱରରେ କହିଲେ, “ମୁଁ ତୁମକୁ ଶ୍ରଦ୍ଧା ଓ ସମ୍ମାନ କରେ ।” ଏବେ ପ୍ରତିଧ୍ୱନିତ ହୋଇ ଠିକ୍ ସେହି ଶବ୍ଦ ଶୁଣାଗଲା ।

       ସାଧୁବାବା ପୁଣି କହିଲେ, “ତୁମେ ତ ମହାନୁଭବ, ତୁମେ ତ ଅଜେୟ ।” ଏବେ ଶିଳ୍ପପତିଙ୍କ ପୁଅ ଠିକ୍ ସେହିକଥା ହିଁ ଶୁଣିଲା ।

       ସାଧୁବାବା ଏଥର କହିଲେ, “ବାବୁରେ ! ପ୍ରକୃତିର ଛୋଟ ଶିକ୍ଷାଟିଏ ମନେରଖ । ତାହା ହେଲା – “ତୁମେ ଯାହା ଦେବ, ସେଇଆ ପାଇବ । ଅନ୍ୟକୁ କଡାକଥା କହିଲେ, ତା’ ଠାରୁ କଡା କଥା ବି ଶୁଣିବ । ଅନ୍ୟକୁ ଶ୍ରଦ୍ଧା ଓ ସମ୍ମାନଦେଲେ, ସେଇୟା’ବି ପାଇବ । ଏଣୁ ତୁମେ ସେଇ ଅନୁସାରେ ତୁମର ଜୀବନକୁ ଗଢ ।”

       ଏଥର ଶିଳ୍ପପତିର ପୁଅ ନିଜ ଭୁଲ୍ ବୁଝି ପାରିଲା ଓ ଭବିଷ୍ୟତରେ ଭଲ ମଣିଷଟିଏ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ