ରାଜପୁତ୍ର ଓ ମନ୍ତ୍ରୀପୁତ୍ର

ପଂଚମ ଦେବକନ୍ୟା କହିଲା “ଯଦି କେହି ଆମକଥା ସବୁ ଶୁଣି ତାକୁ କହିଦେବ ତ ତା’ର ମଧ୍ୟ ମୃତ୍ୟୁ ହୋଇଯିବ ।” ମନ୍ତ୍ରୀପୁତ୍ର ଏସବୁ କଥା ଯୁବରାଜଙ୍କୁ ତ କହିପାରିଲେ ନାହିଁ, ହେଲେ ସେ ତାଙ୍କ ମନ ମଧ୍ୟରେ ସ୍ଥିର କଲେ ଯେଣ ତେଣ ପ୍ରକାରେଣ ତାଙ୍କୁ ସେ ନିଶ୍ଚୟ ରକ୍ଷା କରିବେ ।

ସକାଳୁ ଉଠି ଯୁବରାଜ ଚନ୍ଦ୍ରହାରଟି ଦେଖି ତାକୁ ଉଠାଇବାକୁ ଗଲେ ମାତ୍ର ମନ୍ତ୍ରୀ ପୁତ୍ର ବାରଣ କରି ତାଙ୍କୁ କହିଲେ, “ମିତ୍ର, ସେଇଟିକୁ ସ୍ପର୍ଶ କରନାହିଁ, କାହିଁକିନା ଏହା କୌଣସି କଳାଯାଦୁ ଦ୍ୱାରା ପ୍ରସ୍ତୁତ ।”

ରାଜପୁତ୍ର ତାଙ୍କ କଥା ମାନିଲେ । ତା’ପରେ ସମସ୍ତେ ଆଗକୁ ଚାଲିଲେ କିଛିଦୂର ଯିବା ପରେ ଆମ୍ବଗଛକୁ ଦେଖିବାକୁ ମିଳିଲା । ରାଜପୁତ୍ର ଆମ୍ୱଟି ତୋଳିବାକୁ ଯାଉଛନ୍ତି, ଠିକ୍ ଏହି ସମୟରେ ମନ୍ତ୍ରୀପୁତ୍ର ତାଙ୍କୁ ବାରଣ କରି କହିଲେ, “ମିତ୍ର ଏହି ଆମ୍ବ ଅଖାଦ୍ୟ ବୋଲି ଜଙ୍ଗଲ ଭିତରେ ଅଛି ଓ ପଶୁପକ୍ଷୀ ସୁଦ୍ଧା ବି ଏହାକୁ ଖାଉନାହାଁନ୍ତି । ତେଣୁ ତମେ ସେଥିରେ ମୋଟେ ହାତ ଦିଅନାହିଁ ।” ଯୁବରାଜ ତାଙ୍କ କଥା ମାନିଲେ ଓ ଆଗକୁ ଚାଲିଲେ ।

ଅଳ୍ପସମୟ ମଧ୍ୟରେ ଯୁବରାଜ, ମନ୍ତ୍ରୀପୁତ୍ର ଓ ଅନ୍ୟମାନେ ପ୍ରାୟ ସିଂହଦ୍ୱାର ପାଖରେ ପହଁଚିଗଲେ । ଯୁବରାଜ ସିଂହଦ୍ୱାରରେ ପ୍ରବେଶ କରିବାକୁ ଯାଉଛନ୍ତି ଠିକ୍ ସେତିକିବେଳେ ମନ୍ତ୍ରୀପୁତ୍ର ତାଙ୍କ ହାତ ଧରି ତାଙ୍କୁ ପଛକୁ ଟାଣି ଆଣିଲେ । ତତକ୍ଷଣାତ୍ ସିଂହଦ୍ୱାରଟି ଭୁଷୁଡି ପଡିଲା । ଯୁବରାଜ ବଂଚି ଯାଇଥିବାରୁ ସେ ମନ୍ତ୍ରୀପୁତ୍ର ପାଖରେ କୃତଜ୍ଞ ରହିଲେ ।

ଯୁବରାଜଙ୍କର ବିବାହ ହୋଇଗଲା । ମନ୍ତ୍ରୀପୁତ୍ର ଆଗରୁ ଯୁବରାଜଙ୍କ ଶୟନ କକ୍ଷରେ ପହଁଚି ପଲଙ୍କ ତଳେ ଲୁଚି ରହିଲେ । ଯୁବରାଜ ପଲଙ୍କ ଉପରେ ବସିବା ମାତ୍ରେ ଛିଙ୍କିବାକୁ ଲାଗିଲେ ଓ ମନ୍ତ୍ରୀପୁତ୍ର ପଲଙ୍କ ତଳୁ “ଦୀର୍ଘାୟୁଭବ” ବୋଲି ପ୍ରତ୍ୟେକ ଥର କହିଲେ । ଛିଙ୍କ ବନ୍ଦ ହେବାରୁ ମନ୍ତ୍ରୀ ପୁତ୍ର ପଲଙ୍କ ତଳୁ ବାହାରି ବାହାରକୁ ଚାଲି ଆସିଲେ ।

କିନ୍ତୁ ଯୁବରାଜ ମନ୍ତ୍ରୀପୁତ୍ରଙ୍କୁ ନିଜ ଶୟନକକ୍ଷ ଭିତରେ ଦେଖି ଭୀଷଣ ମାତ୍ରାରେ ରାଗିଗଲେ ଓ ସୈନିକ ମାନଙ୍କୁ ତାଙ୍କୁ ବନ୍ଦୀ ବନାଇ, ପରେ ଫାଶୀ ଦେବାକୁ ଆଦେଶ ଦେଲେ ।

ପରଦିନ ମନ୍ତ୍ରୀପୁତ୍ରଙ୍କୁ ଫାଶୀ ହେବା ପୂର୍ବରୁ ସେ କହିଲେ, “ମୋତେ ଯୁବରାଜଙ୍କ ପାଖକୁ ନେଇଯାଅ କାହିଁକିନା ମୋର ତାଙ୍କୁ କିଛି ଜରୁରୀ କଥା କହିବାର ଅଛି ।” ଯୁବରାଜଙ୍କ ପାଖକୁ ଯାଇ ମନ୍ତ୍ରୀପୁତ୍ର ସବୁକିଛି କହିଦେଲେ ଯେ, କାହିଁକି ସେ ଏପରି ବ୍ୟବହାର କରୁଥିଲେ । ମନ୍ତ୍ରୀପୁତ୍ର ଭାବିଚିନ୍ତି ଠିକ୍ କଲେ ଯେ ସେ ସବୁକଥା ରାଜପୁତ୍ରଙ୍କୁ କହିବେ । କାରଣ ନ କହିଲେ ତ ଫାଶୀରେ ମୃତ୍ୟୁ । କହିଲେ ଅଭିଶାପ ଯୋଗୁଁ ମୃତ୍ୟୁ । କିନ୍ତୁ ସବୁ କହିବା ପରେ ମଧ୍ୟ ତାଙ୍କର ମୃତ୍ୟୁ ହେଲା ନାହିଁ ଯେହେତୁ ଘଟଣାସବୁ ଘଟିସାରିବା ପରେ ସେ କହିଥିଲେ । ଏବେ ରାଜପୁତ୍ର ସମସ୍ତ କିଛି ଉପଲବ୍ଧି କରି ମିତ୍ରଙ୍କ ପାଖରେ କ୍ଷମା ମାଗିଲେ । ପୁଣି ସେ ଦୁହେଁ ଦୁହିଁଙ୍କର ଅନ୍ତରଙ୍ଗ ବନ୍ଧୁ ହୋଇ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ