ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରାଜା ଓ ବିଦ୍ୱାନ

ଚନ୍ଦ୍ରଗିରିର ରାଜା ମୃତ୍ୟୁଶଯ୍ୟାରେ ଶାୟିତ ଥିବା ଅବସ୍ଥାରେ ସେ ତାଙ୍କ ମନ୍ତ୍ରୀ ଓ ସଭାସଦ୍ମାନଙ୍କୁ ଡାକି କହିଲେ, “ମୋର ତ ସନ୍ତାନସନ୍ତତି କେହି ବି ନାହାଁନ୍ତି । ମୋର ମୃତ୍ୟୁ ପରେ ମୋର ଜ୍ଞାତି କୁଟୁମ୍ବଙ୍କ ଭିତରୁ ବୋଧହୁଏ ଆପଣମାନେ ଜଣେ ଯୁବକକୁ ରାଜଗାଦିରେ ବସାଇବେ । ସେମାନଙ୍କ ଭିତରେ ସେଭଳି ଯୋଗ୍ୟ ଯୁବକ କେହି ଅଛନ୍ତି ବୋଲି ମୋର ମନେ ହୁଏନା । ଖାଲି ମୋର ଆତ୍ମୀୟ ବୋଲି ଯୋଗ୍ୟତା ନଥାଇ ମଧ୍ୟ ଜଣେ ରାଜା ହେବ, ଏକଥା ମୁଁ ଚାହେଁନା ।”

                ତହୁଁ ମନ୍ତ୍ରୀ ପଚାରିଲେ “ତେବେ ଆମର କର୍ତ୍ତବ୍ୟ କ’ଣ ହେବ?”

                “ଯିଏ ସବୁ ପ୍ରକାର ସାମରିକ ବିଦ୍ୟାରେ ପାରଙ୍ଗମ ହୋଇଥିବ, ସେହିଭଳି ଜଣେ ବ୍ୟକ୍ତି ରାଜା ହେଉ । ତାହାହେଲେ ଯାଇ ଏ ରାଜ୍ୟ ସୁରକ୍ଷିତ ରହିବ ।” ରାଜା ଏହା କହି ପ୍ରାଣତ୍ୟାଗ କଲେ ।

                ତା’ପରେ ମନ୍ତ୍ରୀମାନେ ସ୍ଥିର କଲେ ଯେ ଗୋଟିଏ ପ୍ରତିଯୋଗିତା କରି କିଏ ସବୁ ପ୍ରକାର ସାମରିକ ବିଦ୍ୟାରେ ଧୁରନ୍ଧର, ତାହା ସେମାନେ ସ୍ଥିର କରିବେ । ପ୍ରଥମେ ରାଜ୍ୟର ପ୍ରତି ତାଲୁକାରେ ପ୍ରତିଯୋଗିତା ହେଲା । ସେ ସବୁରେ ଯେଉଁମାନେ ଉତୀର୍ଣ୍ଣ ହେଲେ, ସେମାନେ ରାଜ୍ୟର ରାଜଧାନୀକୁ ଆସିଲେ । ସେଠାରେ ଦରବାରରେ ଅମାତ୍ୟ, ମନ୍ତ୍ରୀ ତଥା ସେନାପତିଙ୍କ ଆଗରେ ସେମାନଙ୍କ ଭିତରେ ପ୍ରତିଯୋଗିତା ହେଲା । ବୀରେନ୍ଦ୍ର ନାମକ ଜଣେ ଯୁବକ ସେଥିରେ ଶ୍ରେଷ୍ଠ ବିବେଚିତ ହେଲେ । ରାଜା ବୀରେନ୍ଦ୍ର ବୀରଭଦ୍ରବର୍ମା ନାମ ଗ୍ରହଣ କରି ସେ ସିଂହାସନ ଆରୋହଣ କଲେ । ଯେ ପର୍ଯ୍ୟନ୍ତ ବୀରେନ୍ଦ୍ର ରାଜା ହୋଇ ନଥିଲେ, ସେ ପର୍ଯ୍ୟନ୍ତ ସେଥିପାଇଁ ତାଙ୍କର ଯୋଗ୍ୟତା ଅଛି କି ନାହିଁ ସେକଥା ବିଚାର କରିବାର ଦାୟିତ୍ୱ ପାତ୍ର ମିତ୍ର ମନ୍ତ୍ରୀ ସେନାପତିଙ୍କ ଉପରେ ନ୍ୟସ୍ତ ଥିଲା । ଥରେ ତାଙ୍କର ଅଭିଷେକ ହୋଇ ସାରିବା ପରେ ଅବସ୍ଥା ବଦଳିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ