ରାଜା ମଦନ ପାଳ କଥା

         ସେଇ ଜଙ୍ଗଲରେ ଜଣେ ଠକ ରହୁ ଥାଏ । ଯାହାଙ୍କର ଚାରି ଗୋଟି ପୁଅ । ଆଉ ଦୁଇଟି ଝିଅ । ବଡ ଝିଅ ଜ୍ୟୋତିଷ ଶାସ୍ତ୍ର ଜାଣି ଥାଏ । ସେ ଜାଣି ଗଲା ଏଠାରୁ କିଛି ଦୂରରେ ଜଣେ ମାଲ୍ଦାର୍ ବାଟୋଇ ଶୋଇଛି । ସେ ନିଜର ବାପ ଭାଇଙ୍କୁ ସାଥିରେ ନେଇ ଆସିଲା । ମଦନ ପାଳକୁ ଧରି ଘରକୁ ନେଇ ଗଲା ।

         ରାତିରେ ବିଷ ମିଶାଇ ଖାଇବାକୁ ଦେଲା । ଖାନା ଖାଇବା ବେଳେ ସାଧୁଙ୍କର ଦ୍ୱିତୀୟ ଉପଦେଶ ମଦନ ପାଳର ମନେ ପଡି ଗଲା । ବିଦେଶରେ କିଏ କିଛି ଖାଦ୍ୟ ଦେଲେ ପ୍ରଥମେ ପଶୁକୁ ଖୁଆଇ ତାପରେ ଖାଇବ । ସେ ଲୁଚି କରି ବାହାରକୁ ଆସିଲା ହାତରେ କିଛି ଖାଦ୍ୟ ଆଣି କୁକୁରକୁ ଦେଇ ଦେଲା । କୁକୁର ଖାଦ୍ୟ ଖାଉ ଖାଉ ମରି ଗଲା । ମଦନ ପାଳ ସେଇ ଖାଦ୍ୟ ଖାଇଲା ନାହିଁ । ମନେ ମନେ ଭାବିଲା ସାଧୁଙ୍କର ଦ୍ୱିତୀୟ କଥା ବି ସତ ହେଲା ।

         ତାପରେ ସେଇ ଡକାୟତ ଝିଅ କୂଅ ଭିତରେ ନିଆଁ ଜାଳି କୂଅ ଉପରେ ପୋରିହାଁ ସୁତା ଟାଣି ତା ଉପରେ ଖେଦ ପକାଇଲା । ମଦନ ପାଳକୁ ତା ଉପରେ ଶୋଇ ବାକୁ କହିଲା । ମଦନ ପାଳଙ୍କ ସାଧୁଙ୍କର ତୃତୀୟ ଉପଦେଶଟି ମନେ ପଡି ଗଲା ଯେ ପରା ହୋଇଥିବା ଶେଯକୁ ପରୀକ୍ଷା କରି ଶୋଇବ । ସେ ଶେଯଟିକୁ ଝାଡି ଦିଏ ତ ସୁତା ଗୁଡାକ ସବୁ ଛିଡି ଗଲା । କୂଅ ଭିତରେ ଥିବା ନିଆଁ ଦାଉ ଦାଉ ହୋଇ ଦେଖା ଗଲା । ସେଇଠୁ ଉଠି ଅନ୍ୟ ସ୍ଥାନରେ ଶେଯ ପାରି କରି ଶୋଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ