ଶ୍ରେଷ୍ଠ ଉପହାର

ତହୁଁ ସେ ଶବର ପିଲା ସାଧୁଙ୍କ ଉପହାର ନେଇ ରାଜଦରବାରରେ ପହଁଚିଲା । ରାଜାଙ୍କ ସମ୍ମୁଖରେ ଛିଡା ହୋଇ ଶବର ପିଲାଟି ନିଜର ପରିଚୟ ଦେଲା ଓ ସାଧୁଙ୍କ ତରଫରୁ ପଠାଯାଇଥିବା ଉପହାରକୁ ଗ୍ରହଣ କରିବା ପାଇଁ ମଧ୍ୟ ରାଜାଙ୍କୁ କହିଲା । ସାଧୁଙ୍କ ତରଫରୁ ଏକ ବଡ କାଚ ବୋତଲ ଉପହାର ପଠାଯିବା ଦେଖି ରାଜା ଅତ୍ୟନ୍ତ କ୍ରୋଧରେ ଜଳିବାକୁ ଲାଗିଲେ । ଏହା ଦେଖି ସମସ୍ତ ପାରିଷଦ ବର୍ଗ ମଧ୍ୟ ଖାଲି ଠୋଠୋ ମାରି ହସିବାକୁ ଲାଗିଲେ । ତାପରେ ସେ ଶବର ପିଲା କହିଲା – “ସାଧୁ ମଧ୍ୟ କହିଛନ୍ତି ରାଜା କେବଳ ଅତି ଆବଶ୍ୟକ ହେଲେ ଏଇ ଉପହାର ଖୋଲିବେ ନଚେତ୍ ଏ ଉପହାରର ମୂଲ୍ୟ କିଛି ବି ରହିବ ନାହିଁ ।” ସେ ଶବର ପିଲା କଥା ଶୁଣି ରାଜା ବି ଆହୁରି ଜୋର୍ରେ ରାଗିଲେ । ତାପରେ ରାଜା କହିଲେ – “ହେ ମୂର୍ଖ ଶବର ପିଲା । ତୁମେ ତ ମୋର ଅପମାନ କରିଛ । ତେଣୁ ଆଜିଠାରୁ ତୁମେ ବନ୍ଦୀ ହୋଇ କାରାଗାରରେ ଦିନ କଟାଇବ । କେବଳ ଏହା ହିଁ ତୁମର ଶାସ୍ତି ।” ଏଣେ ସେ ଶବର ପିଲାକୁ ବନ୍ଦୀ ହବା କଥା ଶୁଣି ସାଧୁ ଟିକେ ମୁରୁକି ମୁରୁକି ହସିଲେ ।

ଏମିତି କିଛି ବର୍ଷ ବିତିଗଲା । ତାପରେ ସେ ରାଜାଙ୍କ ଶରୀର ବି  ଧିରେ ଧିରେ ଅସୁସ୍ଥ ହେବାକୁ ଲାଗିଲା । ଏକ ଅଦ୍ଭୁତ ରୋଗରେ ପଡି ରାଜାଙ୍କ ଶରୀର ଦୁର୍ବଳ ଓ ରୋଗାଗ୍ରସ୍ଥ ହୋଇଗଲା । ରାଜା ହଠାତ୍ ଘୋଷଣା କଲେ ଯେ କେହିବି ରାଜାଙ୍କୁ ସୁସ୍ଥ କରିଦେବ ରାଜା ତାଙ୍କୁ ଏକ ଲକ୍ଷ ସ୍ୱର୍ଣ୍ଣମୁଦ୍ରା ଦେବେ । ମାତ୍ର ସେ ରାଜାଙ୍କୁ କେହିବି ଆଦୌ ଠିକ୍ କରିପାରିଲେ ନାହିଁ । ତେଣୁ ଦିନକୁ ଦିନ ସେ ରାଜାଙ୍କ ଶରୀର ଆହୁରି ଖରାପ ହେବାକୁ ଲାଗିଲା ।

ରାଜାଙ୍କ ଶରୀର ଅସୁସ୍ଥ ହେବାର ଖବର ଶୁଣି ଆଶ୍ରମରେ ଥିବା ସାଧୁ ଯାଇ ରାଜମହଲରେ ପହଁଚିଲେ । ସାଧୁ ଆସୁଥିବାର ଜାଣି ରାଜା ତୁରନ୍ତ ତାଙ୍କ ରୋଗଶଯ୍ୟାରୁ ଉଠି ବସିଲେ । ରାଜା ସାଧୁଙ୍କୁ ପ୍ରଣାମ କଲେ । ତାପରେ ସାଧୁ କହିଲେ – ହେ ରାଜା, ତୁମେ ସେ ଶବର ପିଲା ପ୍ରତି ଯେଉଁ ଅନ୍ୟାୟ କରିଛ ଏହା ତାହାରହିଁ ଫଳ । ତୁମେ ସେ ଉପହାର ଗ୍ରହଣ ନ କରି ନିଜର ତ ଯାହା କ୍ଷତି କଲ କଲ ଶେଷରେ ପୁଣି ସମଗ୍ର ରାଜ୍ୟବାସୀଙ୍କର ମଧ୍ୟ କ୍ଷତି କଲ ।


ଗପ ସାରଣୀ

ତାଲିକାଭୁକ୍ତ ଗପ