ଶ୍ରେଷ୍ଠ ଉପହାର

ଏ କଥା ଶୁଣି ରାଜା କହିଲେ – ଆତ୍ମନ୍, ସେ ବଡ ଖାଲିକାଚ ବୋତଲ ମଧ୍ୟରେ ଏମିତି କେଉଁ ଉପହାର ଥିଲା କି? ତହୁଁ ସେ ସାଧୁ କହିଲେ – ତାହା ଭିତରେ ଏକ ପ୍ରକାରର ଅଦ୍ଭୁତ ପବନ ଅଛି । ସେହି ପବନ ଏକ ଅଲୌକିକ ଉପାଦାଦରେ ଗଢା । ତୁମକୁ ମିଳିଥିବା ସବୁ ଉପହାର ମଧ୍ୟରୁ ସେ ଥିଲା ଗୋଟିଏ ଶ୍ରେଷ୍ଠ ଉପହାର । ସେହି କାଚ ବୋତଲ ମଧ୍ୟରେ ଥିବା ପବନକୁ ନାକ ବାଟେ ନିଶ୍ୱାସରେ ନେଲେ ଆପଣଙ୍କ ଶରୀର ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯିବ ।

ଏକଥା ଶୁଣି ରାଜା ସେ ଶବର ପିଲାକୁ ତୁରନ୍ତ ମୁକ୍ତ କଲେ ଓ ତା ପାଖରୁ ସେ ଅଲୌକିକ ପବନ ଥିବା କାଚ ବୋତଲ ଆଣିଲେ । ସାଧୁ ଯେପରି କହିଲେ ରାଜା ବି ଠିକ୍ ସେହିପରି କଲେ । ତାପରେ ଖୁବ୍ ଅଳ୍ପ ଦିନ ମଧ୍ୟରେ ସେ ରାଜା ସମ୍ପୂର୍ଣ୍ଣ ଭାବରେ ଠିକ୍ ହୋଇଗଲେ । ମାତ୍ର ସେତେବେଳେ ରାଜା ଅସୁସ୍ଥ ଥିବା ଖବର ଜାଣି ପଡୋଶୀ ରାଜ୍ୟର ରାଜାମାନେ ମିଶି ରାଜା ପଦ୍ମଦେବଙ୍କ ଉପରେ ଆକ୍ରମଣ କଲେ ।

ରାଜା ନିଜେ ଯୁଦ୍ଧ କରିବାକୁ ସମ୍ପୂର୍ଣ୍ଣ ଭାବରେ ଅକ୍ଷମ ବୋଲି ସାଧୁଙ୍କୁ ଜଣାଇ ଦେଲେ । ଏହା ଶୁଣି ସାଧୁ କହିଲେ – ‘ମୋର ଏ ଶବର ପିଲା ମଧ୍ୟ ଆପଣଙ୍କ ପାଇଁ ଏକ ଶ୍ରେଷ୍ଠ ଉପହାର ଥିଲା । କାହିଁକିନା ସେ ବି ସବୁ ଯୁଦ୍ଧକଳାରେ ଦକ୍ଷ । ତେଣୁ ତାକୁ ଆପଣଙ୍କ ସ୍ଥାନରେ ଯୁଦ୍ଧ କ୍ଷେତ୍ରକୁ ପଠାନ୍ତୁ । ତାପରେ ଆପଣଙ୍କର ବିଜୟ ସୁନିଶ୍ଚିତ ହେବ ।’ ଏକଥା ଶୁଣି ସେ ରାଜାଙ୍କ ମୁହଁ ହଠାତ୍ ଚମକି ଉଠିଲା । ତହୁଁ ସେ ଶବର ପିଲାକୁ ଯୁଦ୍ଧ କ୍ଷେତ୍ରକୁ ପଠାଇଲେ । ଶେଷରେ ରାଜା ପଦ୍ମଦେବଙ୍କର ହିଁ ବିଜୟ ହେଲା । ଶତ୍ରୁ ରାଜାମାନେ ପରାସ୍ତ ହେଲେ । ଶବର ପିଲା ସେମାନଙ୍କୁ ବନ୍ଦୀ କରି ନେଇ ଆସିଲା ।

ରାଜା ସେ ଶବର ପିଲାଟିକୁ କହିଲେ – “ବତ୍ସ, ତୁମେ ଆଉ ଶବର ପିଲା ହୋଇ ନାହଁ । ତୁମେ ଚାରି ଚାରିଟା ରାଜ୍ୟ ଉପରେ ବିଜୟ ପ୍ରାପ୍ତ କରି ସମ୍ରାଟ ହୋଇପାରିଛ । ଏହାହିଁ ତୁମ ପାଇଁ ଶ୍ରେଷ୍ଠ ଉପହାର ।” ତାପରେ ସାଧୁ ଓ ରାଜା ଦୁହେଁ ହସି ହସି ସେ ଶବର ପିଲାକୁ ବିଦାୟ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ