ମହାବୀର

କୀର୍ତ୍ତିଚନ୍ଦ୍ର ଉତ୍ପଳ ଦେଶର ରାଜା ଥିଲେ । ତାଙ୍କର କନ୍ୟା ରାଜକୁମାରୀ ପଦ୍ମାବତୀ ଅତିଶୟ ସୁନ୍ଦରୀ ଓ ଗୁଣବତୀ ଥିଲେ; ପଦ୍ମାବତୀଙ୍କ ପାଇଁ ଉପଯୁକ୍ତ ବର ଖୋଜା ହେଉଥିବା ସମୟରେ ହିଁ ସେ ହଠାତ୍ ହରଣଚାଳ ହୋଇଗଲେ ।

                ପରିଚାରକମାନେ ସମଗ୍ର ଅନ୍ତପୁର ଖୁବ୍ ଭଲଭାବରେ ଖୋଜିଲେ । ତା’ପରେ ରାଜପୁରୋହିତ ଓ ତାନ୍ତ୍ରିକ ମିଶି କୌଣସି ପ୍ରକାର କ୍ରିୟାକର୍ମ କରି ଜାଣିଲେ ଯେ ରାଜକୁମାରୀଙ୍କୁ ଏକ ରାକ୍ଷସ ଉଠାଇ ନେଇଛି । କୌଣସି ଏକ ଘନ ଜଙ୍ଗଲ ମଧ୍ୟରେ ଏକ ଦୁର୍ତେଦ୍ୟ ଦୁର୍ଗ ମଧ୍ୟରେ ତାଙ୍କୁ ରଖା ହୋଇଛି । ଆଜିଠାରୁ ତିନିମାସ ମଧ୍ୟରେ ସେ ରାକ୍ଷସ ତାଙ୍କୁ ବିବାହ କରିବ ।

                ଏକଥା ଶୁଣି ସେ ରାଜା ବଡ ହତାଶ ହୋଇଗଲେ । ସେ କିଂକର୍ତ୍ତବ୍ୟବିମୁଢ ହୋଇଗଲେ । ମନ୍ତ୍ରୀ ରାଜପୁରୋହିତଙ୍କୁ କହିଲେ, “ମହାଶୟ, ଏତକ ଯଦି ମନ୍ତ୍ରପୂତ ଅଞ୍ଜନ ଆଖିରେ ଲଗାଇ ଜାଣିଲେ; ଏବେ ପୁଣି ଚେଷ୍ଟା କରନ୍ତୁ ଯେ ପଦ୍ମାବତୀଙ୍କୁ ପାଇବାର କୌଣସି ମାର୍ଗ ଅଛି କି?”

                ପୁରୋହିତ କହିଲେ, “ଯେତିକି ଜାଣି ହେବ ଓ ଦେଖି ହେବ ସେତିକି କହିଲି, ତା’ ଠାରୁ ଅଧିକ ଜାଣିବା ଆଦୌ ସମ୍ଭବ ନୁହେଁ । ଅଧିକନ୍ତୁ ଆସନ୍ତା ତିନିମାସ ମଧ୍ୟରେ ମୋର ମନ୍ତ୍ରପୂତ ଅଞ୍ଜନ ଆଉ କାମ କରିବ ନାହିଁ ।”

                ସେକଥା ଶୁଣି ମନ୍ତ୍ରୀ ରାଜାଙ୍କୁ କହିଲେ, “ମହାରାଜ ଚିନ୍ତିତ ହେବାରେ, ବା ଦୁଃଖ କରିବାରେ ଆଦୌ କିଛିବି ଲାଭ ହେବ ନାହିଁ । ଏବେ ଆମର ଆଉ କିଛି କରିବାର ନାହିଁ । ତେଣୁ ଭାବନ୍ତୁ ଯେ ଭଗବାନଙ୍କ ଇଚ୍ଛାହିଁ କାର୍ଯ୍ୟକାରୀ ହେଉଛି । କିନ୍ତୁ ଆମେ ଘୋଷଣା କରିଦେବା ଯେ ଯିଏ ରାକ୍ଷସକୁ ମାରି ରାଜକୁମାରୀଙ୍କୁ ଉଦ୍ଧାର କରିବ, ଆମେ ତାକୁହିଁ ରାଜକୁମାରୀଙ୍କୁ ବିବାହ ଦେବୁ ମହାରାଜ, ଭଗବାନ୍ଙ୍କ କୃପା ଉପରେ ଟିକେ ବିଶ୍ୱାସ ରଖନ୍ତୁ ।” ଏକଥା କୀର୍ତ୍ତିଚନ୍ଦ୍ରଙ୍କୁ ବହୁତ ଭଲ ଲାଗିଲା । ସେ ତାଙ୍କ ରାଜ୍ୟରେ ଓ ରାଜ୍ୟ ବାହାରେ ଘୋଷଣା କଲେ କି “ଏକ ରାକ୍ଷସ, ରାଜକୁମାରୀଙ୍କୁ ହରଣ କରି ନେଇଛି । ତିନିମାସ ମଧ୍ୟରେ ସେ ତାଙ୍କୁ ବିବାହ କରିବ । ଯେଉଁ ବୀରପୁରୁଷ ରାକ୍ଷସ ହାତରୁ ପଦ୍ମାବତୀଙ୍କୁ ଉଦ୍ଧାର କରିବ, କେବଳ ସେହିଁ ତାଙ୍କୁ ବିବାହ କରିବ ।” ଏହି ଘୋଷଣା ଶୁଣିବା ପରେ ଅନେକ ରାକ୍ଷସର ଦୁର୍ଗ ଖୋଜିବାରେ ଲାଗିଲେ । ଅରଣ୍ୟ ଦୁର୍ଗମ ଓ ଭୟଙ୍କର ଥିଲା । ସେଥିରେ ପ୍ରବେଶ କରିବାକୁ ଗୋଟିଏ ମାତ୍ର ମାର୍ଗ ଥିଲା । ଉତ୍ପଳ ଦେଶର ମହାବୀର, ସେଠାରେ ଯାଇ ପ୍ରଥମେ ପହଁଚି ସାରିଥିଲେ । ଯେଉଁ ରାଜକୁମାରମାନେ ଅରଣ୍ୟକୁ ଯାଉଥିଲେ ସେ ତାଙ୍କୁ କହୁଥାନ୍ତି, “ରାକ୍ଷସ ବଡ ପରାକ୍ରମୀ ଓ ଭୟଙ୍କର । ପ୍ରଥମେ ଯଦି ମୋତେ ହରାଇ ପାରିବ, ତେବେ ଯାଇ ଭିତରକୁ ଯିବ ।”

                କେହି ହେଲେ ତାଙ୍କୁ ହରାଇ ପାରୁ ନଥିଲେ ତେଣୁ ସେହି ଅରଣ୍ୟକୁ ଆସୁଥିବା ବୀରମାନଙ୍କ ସଂଖ୍ୟା କ୍ରମଶଃ କମ୍ ହେବାକୁ ଲାଗିଲା । ଗୁପ୍ତଚରମାନଙ୍କଠାରୁ ରାଜା ଏହି ଖବର ପାଇଲେ । ମହାବୀରଙ୍କ ବିଷୟରେ ଖବର ନେଇ ରାଜା ବୁଝିଲେ ଯେ ତାଙ୍କ ପିତା ସେନାବାହିନୀରେ ଥିଲେ, ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରିବାବେଳେହିଁ ସେ ପ୍ରାଣତ୍ୟାଗ କରିଛନ୍ତି । ପିତାଙ୍କ ମୃତ୍ୟୁ ପରେ ସେ ଅନ୍ୟ କେଉଁ ଦେଶକୁ ଚାଲିଯାଇଥିଲେ । ସେଠାରେ ସେ ନାନା ପ୍ରକାରର ଯୁଦ୍ଧବିଦ୍ୟା ଓ ଅସ୍ତ୍ରଚାଳନାର କୌଶଳମାନ ଶିକ୍ଷା କରିବା ପରେ ସେଠାରୁ ସେ ମହାବଳବାନ୍ ହୋଇ ଫେରି ଆସିଛନ୍ତି । ରାଜା ସ୍ୱୟଂ ମହାବୀରଙ୍କ ମାତାଙ୍କ ସହିତ ଦେଖା କରିବାକୁ ଗଲେ । ସେ ହଠାତ୍ ରାଜାଙ୍କୁ ଦେଖି ବହୁତ ଆଶ୍ଚର୍ଯ୍ୟ ହେଲେ ।

                ରାଜା କହିଲେ “ତୁମ ପୁଅ ରାଜଦ୍ରୋହୀ । ଏହାର କାରଣ ଜାଣିବା ପାଇଁ ମୁଁ ତୁମ ସହିତ ଦେଖା କରିବାକୁ ଆସିଲି ।”

                ମହାବୀରର ମା’ ଏକଥା ଶୁଣି କହିଲେ “ମହାରାଜ, ଆମବଂଶ ରାଜଭକ୍ତିର ବଂଶ । ରାଜଦ୍ରୋହ ବିଷୟ ତ ଆମେ କେବେବି କଳ୍ପନା ମଧ୍ୟ କରିପାରିବୁ ନାହିଁ । ରାଜବଂଶଙ୍କ ପାଇଁ ଆମେ ପ୍ରାଣ ଦେବାପାଇଁ ସର୍ବଦା ପ୍ରସ୍ତୁତ । ଆପଣ ଏପରି ଏକ ଭୁଲ୍ କଥା କାହିଁକି ଆମ ଉପରେ ଆରୋପ କରୁଛନ୍ତି?”


ଗପ ସାରଣୀ

ତାଲିକାଭୁକ୍ତ ଗପ