ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

Tag - odia kahani

ଦୁଃଶ୍ଚରିତ୍ରା ନାରୀ

ରାଜା ବିକ୍ରମ! ମୁଁ ତୁମକୁ ବର୍ତ୍ତମାନ ଏକ ସତ୍ୟ ଘଟଣା ସଂପର୍କରେ କହିବାକୁ ଯାଉଛି । ସ୍ୱର୍ଣ୍ଣ ଦେଶରେ ଜଣେ ଧନୀକ ବ୍ୟକ୍ତି ବାସ କରୁଥିଲେ । ସେ ସବୁ ସମୟରେ ଗରୀବମାନଙ୍କର ସହାୟତା କରୁଥିଲେ । ତେଣୁ ତାଙ୍କର ପ୍ରଶଂସା ସବୁଆଡେ ବ୍ୟାପୁଥାଏ । ସ୍ୱର୍ଣ୍ଣ ଦେଶର ରାଜା ମଧ୍ୟ ଧନୀ ବ୍ୟକ୍ତିକୁ ଖୁବ୍ ପ୍ରଶଂସା କରୁଥାଆନ୍ତି । ସେହି ଧନୀ ବ୍ୟକ୍ତିଙ୍କର ଗୋଟିଏ ବୋଲି...

Read More

ଉତ୍ତରାଧିକାରୀର ଅଧିକାର

 “ଶୁଣ ରାଜା ବିକ୍ରମ! ବାତୀ ଦ୍ୱୀପରେ ମଦନ ଏବଂ ରତନ ନାମକ ଦୁଇଜଣ ଯୁବକ ବାସ କରୁଥିଲେ । ଦୁଇଜଣ ଯାକ ବହୁତ ସାଂଗ ଥିଲେ । ଦୁଇଜଣଯାକ ମଧ୍ୟ ଯୋଗ୍ୟ, ଜ୍ଞାନୀ ଥିଲେ । ଦୁଇଜଣଯାକ ସାଂଗ ହୋଇ ବ୍ୟବସାୟ ମଧ୍ୟ କରୁଥାଆନ୍ତି । ବେପାରରେ ମଧ୍ୟ ସେମାନଙ୍କର ବହୁତ ଲାଭ ହେଉଥିଲା । ଦିନେ ସେମାନେ ଗୋଟିଏ ବୃକ୍ଷ ମୂଳରେ ବସି ବେପାରରୁ ବଳିଥିବା ଜିନିଷକୁ ହିସାବ କରିବାକୁ...

Read More

ଗନ୍ଧର୍ବ ଅଂଶଜାତ ରାଜା ବିକ୍ରମାଦିତ୍ୟ

 ବହୁ ବର୍ଷ ପୂର୍ବେ ଉଜ୍ଜୟିନୀ ରାଜ୍ୟରେ ଜଣେ ରାଜା ରାଜତ୍ୱ କରୁଥିଲେ । ସେ ନ୍ୟାୟବନ୍ତ, ଧର୍ମବନ୍ତ ଥିଲେ । ସେ ପ୍ରଜାମାନଙ୍କୁ ପୁତ୍ର ସମାନ ଲାଳନ ପାଳନ କରୁଥିଲେ । ତାଙ୍କର ନାମଥିଲା ବିକ୍ରମାଦିତ୍ୟ । ସକଳ ଶାସ୍ତ୍ରରେ ସେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । ବେଦ, ବେଦାନ୍ତ ସ୍ତୁତି ସିଂହା ଜ୍ୟୋତିଷ ଶାସ୍ତ୍ର, ଚିକିତ୍ସା ଶାସ୍ତ୍ର, ମନ୍ତ୍ର, ଯନ୍ତ୍ର, ତନ୍ତ୍ର ଆଦିରେ...

Read More

ଶନି ଓ ଧନ ଦେବୀଙ୍କ କଳହ

ଦିନକର କଥା । ବିକ୍ରମାଦିତ୍ୟ ତାଙ୍କର ମନ୍ତ୍ରୀ ଅମାତ୍ୟଙ୍କ ସହିତ ରାଜ ସଭାରେ ଥିଲେ । ନବରତ୍ନ ପଣ୍ଡିତଙ୍କ ମଧ୍ୟରେ ବିକ୍ରମାଦିତ୍ୟ ଅରୁଣଙ୍କ ପରି ଦେଖାଯାଉଥିଲେ । ରାଜାଙ୍କର ଉପସ୍ଥିତି ଜାଣି ନାନା ଦେଶର ଦୂତମାନେ ଆସି ବାର୍ତା ଦେଉଥିଲେ । ପ୍ରଜାମାନଙ୍କର ହାନିଲାଭ ଭଲମନ୍ଦ ଶୁଣୁଥିଲେ ରାଜା ବିକ୍ରମାଦିତ୍ୟ ।         ବୈକୁଣ୍ଠ ପୁରରେ ଜଗତମାତ କମଳିନୀ ଥିଲେ ।...

Read More

ଶନି କୋପ ଓ ଧନ ଦେବୀଙ୍କ କୃପା

ପରମ ଧାର୍ମିକ ରାଜା ବିକ୍ରମାଦିତ୍ୟ । ସଦାସର୍ବଦା ବିକ୍ରମାଦିତ୍ୟଙ୍କ ଶରୀରରେ ପ୍ରବେଶ କରିବା ନିମିତ୍ତ ଚେଷ୍ଟା କରନ୍ତି ମାତ୍ର ପାରନ୍ତିନି । ନିଜ ମନେ ମନେ ଗ୍ରହରାଜ ବିଚାର କରନ୍ତି କ’ଣ ସତରେ ରାଜାର ଧର୍ମବଳ ନିକଟରେ ମୁଁ ହାର ମାନିବି । ରାଜା ବିକ୍ରମାଦିତ୍ୟଙ୍କର ଏକଥା କିଛି ମନେ ନାହିଁ । ଭୋଜନ ପୂର୍ବରୁ ରାଜା ପାଦଧୌତ କରନ୍ତି । ଦିନେ ପଦଧୌତ କରୁଛନ୍ତି...

Read More

ବିକ୍ରମାଦିତ୍ୟଙ୍କ ବିବାହ

 ନ୍ୟାୟବନ୍ତ ଧାର୍ମିକ ରାଜା ବିକ୍ରମାଦିତ୍ୟ ମରାଠା ରାଜ୍ୟରେ ପହଁଚିଗଲେ । ଏକ କୁସୁମ ଉଦ୍ୟାନ । ତା’ ନିକଟରେ ସୁନ୍ଦର ପୁଷ୍କରିଣୀ, ଅମୃତ ତୁଲ୍ୟ ତା’ର ଜଳ । ସେହି ପୁଷ୍କରିଣୀ ନିକଟରେ ସଦାଶିବଙ୍କ ମନ୍ଦିର । ରାଜା ବିକ୍ରମାଦିତ୍ୟ ଭାବିଲେ ଆଜି ରାତ୍ରି ଏଠାରେ କଟାଇ କାଲି ଅନ୍ୟସ୍ଥାନକୁ ଯିବି । ଏକ ବୃକ୍ଷମୂଳେ ତୃଣ ବିଛଣା କରି ଶୋଇଲେ । ମରାଠା ରାଜାଙ୍କର କନ୍ୟା...

Read More

ବିକ୍ରମାଦିତ୍ୟଙ୍କ ବନଗମନ

ମରାଠା ଦେଶର ରାଜାଙ୍କର ସୁତମାନେ ଅରଣ୍ୟକୁ ମୃଗୟା କରି ଗଲେ । ଅନେକ ମୃଗମାରି ଭାର ଭାର କରି ଗୃହକୁ ଫେରୁଥିବା ବେଳେ ମନୋରମା ତାଙ୍କୁ ଦେଖିଲେ । ବିକ୍ରମାଦିତ୍ୟ କହିଲେ ସଖୀ ମୃଗମାଂସରେ ଭାରି ଶ୍ରଦ୍ଧା ବଳିଛି । ତୁମ୍ଭେ ତୁମ୍ଭ ଭାଇମାନଙ୍କଠାରୁ କିଛି ମାଂସ ଯାଇ ଆଣ । ମନୋରମା କହିଲେ ହେ ନାଥ ତୁମ୍ଭଙ୍କୁ ବରଣ କରିବାରୁ ସେମାନେ ମୋ ଉପରେ କ୍ଷୁବ୍ଧ । ସେମାନେ କ’ଣ...

Read More

ପିତୃଙ୍କର ଶ୍ରାଦ୍ଧ ଭୋଜି

କିଛିଦିନ ଗତ ହୋଇଗଲା । ମରାଠା ରାଜାଙ୍କର ପିତୃଶ୍ରାଦ୍ଧ ଦିବସ ପ୍ରବେଶ । ରାଜା ବହୁତ ରାଜାମାନଙ୍କୁ ପିତୃଶ୍ରାଦ୍ଧ ଦିବସ ଦିନ ନିମନ୍ତ୍ରଣ କଲେ । ନିଜର ପୁତ୍ରମାନଙ୍କୁ ଡକାଇ କହିଲେ ପିତୃଙ୍କର ଶ୍ରାଦ୍ଧଯୋଗୁଁ ମୁଁ ବଡ ଭୋଜି ଆୟୋଜନ କରୁଛି । ତୁମ୍ଭେମାନେ ଯାଇ ବନରୁ ମୃଗମାରି ଆଣ । ପିତାଙ୍କର ଆଦେଶ ପାଇ ପୁତ୍ରମାନେ ସସୈନ୍ୟେ ଘୋର ବନକୁ ମୃଗୟାର୍ଥେ ଗମନ କଲେ ।...

Read More

ଶୁକ ପକ୍ଷୀ ପ୍ରାପ୍ତି

ରାଜା ବିକ୍ରମାଦିତ୍ୟ ମନେକଲେ ଦିନେ ମୃଗୟାକୁ ଯିବା ନିମିତ୍ତ ଆଦେଶ ପାଇ ସୈନ୍ୟମାନେ ପ୍ରସ୍ତୁତ ହେଲେ । ଶିକାରୀ ବେଶଧରି ରାଜା ବିକ୍ରମାଦିତ୍ୟ ଅଶ୍ୱପୃଷ୍ଠରେ ବସି ଚାଲନ୍ତେ ସୈନ୍ୟମାନେ ତାଙ୍କର ଅନୁଗମନ କଲେ । ନାନା ପ୍ରକାର ବାଦ୍ୟ ବଜାଇଣ ଅରଣ୍ୟ ମଧ୍ୟରେ ପ୍ରବେଶିଲେ । ବିକ୍ରମାଦିତ୍ୟଙ୍କ ଲକ୍ଷ୍ୟ ଅବ୍ୟର୍ଥ । ସମ୍ମୁଖରୁ ଭୟଭୀତ ହୋଇ ମୃଗଟିଏ ପବନ ବେଗରେ ପଳାଇଲା ।...

Read More

ତିଳୋତମା ବିବାହ

କିଛିଦିନ ବିତିଗଲା । ଶୁକକଥା ମାନି ରାଜା ବିକ୍ରମାଦିତ୍ୟ ରାଜ୍ୟଶାସନ କରନ୍ତି । ପ୍ରତ୍ୟେକ ଦେଶରେ ତାଙ୍କର ଯଶ ସୁନାମ ଉଡିଲା । ଦିନେ ରାଜା ସଭାକରି ବସିଥିଲେ । ଶୁକମନ୍ତ୍ରୀକୁ ପ୍ରଶ୍ନକଲେ ହେ ଶୁକମନ୍ତ୍ରୀ ଭବିଷ୍ୟତ ବର୍ତ୍ତମାନ କଥା କିଛି ପ୍ରଶ୍ନ କରୁଛି କୁହ । ରାଣୀ ଭାନୁମତୀ ଆମ୍ଭର ପାଟରାଣୀ ଅନ୍ତଃପୁରେ ସେ କ’ଣ କରୁଛନ୍ତି । ଶୁକ କହିଲା ହେ ରାଜନ ସେ ଏକାକି...

Read More

ତିଳୋତମା କଥା

ବିବାହ ଶେଷ ହେଲା । ଭାନୁମତି ଚିନ୍ତା କଲେ ଏବେ ମୋ ଗୃହକୁ ପ୍ରତ୍ୟାବର୍ତନ କରିବି । ସ୍ୱାମୀ ଜାଣିଲେ ମୁଁ ଦୋଷୀ ହେବି । ଏସନ ଚିନ୍ତା କରି ମାତାପିତାଙ୍କ ପାଶରୁ ମେଲାଣି ମାଗି ବୃକ୍ଷରେ ବସିଲେ । ଯୋଗ୍ନୀମାନେ ବୃକ୍ଷକୁ ଧରି ଶୂନ୍ୟ ମାର୍ଗରେ ଉଡି ଆସିଲେ । ଖୁବ୍ ଶିଘ୍ର ନିଜ ରାଜ୍ୟରେ ପହଁଚିଲେ । ଭାନୁମତୀ ରାଣୀ ବୃକ୍ଷରୁ ଓହ୍ଲାଇ ଚାଲିବା ସମୟରେ ବିକ୍ରମାଦିତ୍ୟ...

Read More

ବିଟପି ରାଜକୁମାରୀ କାହାଣୀ

 ଅନେକବର୍ଷ ଅତୀତ ହେଲା । ଦିନେ ଅଗତ୍ୟା ଶୁକର ଶାରୀକଥା ମନରେ ପଡିଲା । ହେ ରାଜାଧିରାଜ ବିକ୍ରମାଦିତ୍ୟ ବର୍ତ୍ତମାନ ମୋ ପ୍ରିୟ କଥା ମନେ ପଡୁଛି । ସେ କିପରି ଏକାକିନୀ ନିର୍ଜନ ବନରେ ରହିଛି । ଆଦେଶ କଲେ ମୁଁ ଯାଇ ତାଙ୍କୁ ଦେଖି ଆସିବି । ଶୁକ ଯିବା କଥାଶୁଣି ବିକ୍ରମାଦିତ୍ୟ କହିଲେ ଶୁକ ତୁମ୍ଭକୁ ତ୍ୟାଗ କରିବାପାଇଁ ମନ ବଳୁନାହିଁ । ତୋରି ଯୋଗୁଁ ମୁଁ ଆଜି ବହୁତ...

Read More

କମଳିନୀ ବିବାହ

 ରାଜା ବିକ୍ରମାଦିତ୍ୟଙ୍କୁ ଶାରୀ ଏପରି ଅଭିଶାପ ଦେଇ ପ୍ରାଣ ତ୍ୟାଗ କଲେ । ଶାରୀ ମୃତ୍ୟୁପରେ ରାଜା ଶାରୀ ମାଂସ ଭାଜି ଶୁକ ମାଂସ ସାଙ୍ଗରେ ମିଶାଇ ଏକତ୍ର କରି ରଖିଲେ । ଶୁକ ପକ୍ଷୀର ଗୁଣ ରାଜା ଭୁଲି ପାରୁନଥାନ୍ତି । ତା’କଥା ଭାବି କ୍ରନ୍ଦନ କରନ୍ତି । ଏହିପରି ଦୁଃଖରେ କିଛିଦିନ ବିତିଗଲା । ରାଜା ବିକ୍ରମାଦିତ୍ୟ ଦିନେ ନିର୍ଜନରେ ବସିଥିଲେ । ଶାରୀର ଅଭିଶାପ ତାଙ୍କ...

Read More

ତାଳବେତାଳ ଓ କମଳିନୀ

ରାଜା ବିକ୍ରମାଦିତ୍ୟଙ୍କ ଆଦେଶ ପାଇ ତାଳ ବେତାଳ ଅନବରତ ଜଗିଥାନ୍ତି । ଶେଯ ଚଉପାଶେ ଆଲୋକ ସଜ୍ଜିତ ହେଲା । କର୍ପୁର କସ୍ତୁରୀ ଚନ୍ଦନ ରଖିଥାଏ । ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥ ଏହି ସମୟରେ ଦ୍ୱାର ଦେଶରେ ପ୍ରବେଶ ହେଲା । ଦ୍ୱାର ଖୋଲି ଚିତ୍ରରଥର ପଦ ଧୌତକରି ସୁନ୍ଦର ବସନରେ ପୋଛି ଦେଲା । ଚିତ୍ରରଥ ରାଜଜେମାକୁ ଆଲିଙ୍ଗନ କରି ଶଯ୍ୟାରେ ବସାଇଲା । ଖୁଆଇଦେଲା, ଉଭୟେ...

Read More

ବେତାଳ ଗୁପ୍ତ ରହଣୀ

ସନ୍ଧ୍ୟା ଆଗମନ ହୋଇ ରାତ୍ରି ହେଲା । ଦାସୀମାନଙ୍କୁ ନିଜ ନିକଟରୁ କମଳିନୀ ବିଦାୟ ଦେଲା । ତାପରେ ସ୍ୱର୍ଗର ଗନ୍ଧର୍ବ ଚିତ୍ରରଥପାଇଁ ନାନା ପ୍ରକାର ସୁଖାଦ୍ୟ ସଜାଡି ରଖିଲା । ନିଜର ଶୟନ ମନ୍ଦିରର ଏସମସ୍ତ ଦରବ ଠୁଳ କଲା । ନିଜେ ଅଭିସାରିକା ବେଶରେ ସଜାଇ ହୋଇ ଚିତ୍ରରଥର ଆଗମନକୁ ପ୍ରତିକ୍ଷା କଲା । ତାଳ, ବେତାଳ ଗୃହ ମଧ୍ୟରେ ଲୁଚିଥିଲେ । ରାଜଜେମାର ବ୍ୟଭିଚାରିଣୀ...

Read More

ଗପ ସାରଣୀ

ତାଲିକାଭୁକ୍ତ ଗପ