ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପରମାର୍ଥ ବିଦ୍ୟା

ଗୋଟିଏ ଗ୍ରାମରେ ବିଜୟ ନାମରେ ଏକ ଲମ୍ବାଚୌଡା ଓ ଭଲ ସ୍ୱାସ୍ଥ୍ୟ ଥିବା ଯୁବକ ଥିଲା । ଯେତେଦିନ ମା’ ବାପା ଜୀବିତ ଥିଲେ ତା’ର କୌଣସି ଚିନ୍ତା ନଥିଲା । ସେମାନେ ହଠାତ୍ ମରିଯିବା ପରେ ସେ ଉପଲବ୍ଧି କଲା ଯେ ଧନ ଅର୍ଜ୍ଜନ କରିବା ଏକ ବଡ ସମସ୍ୟା । କ୍ରମେ ଘରେ ଥିବା ଧନ ସରୁଥାଏ । ବିଜୟ ସବୁ ପ୍ରକାର ବେପାର କଲା କିନ୍ତୁ ସେ ପାରିଲା ନାହିଁ । ଅବଶେଷରେ ଗ୍ରାମ ସୀମାନ୍ତରେ ରହୁଥିବା ଜଣେ ସାଧୁଙ୍କ ପାଖକୁ ସେ ଗଲା ।

ସେତେବେଳେ ତ ସେ ସାଧୁ ଜଣକ ଧ୍ୟାନରେ ବସିଥା’ନ୍ତି । ସେ ଯାଇ ସାଧୁଙ୍କଠାରୁ କିଛି ଦୂରରେ ହାତ ଯୋଡି ଠିଆ ହେଲା । ଧ୍ୟାନ ଭାଙ୍ଗୁ ଭାଙ୍ଗୁ ସାଧୁଙ୍କ ଆଖି ସିଧା ବିଜୟ ଉପରେ ପଡିଲା । ସେ ପଚାରିଲେ, “ତମେ କ’ଣ ଚାହଁ?”

ବିଜୟ ସେ ସାଧୁଙ୍କୁ ପ୍ରଣାମ କରି ନିଜର ଦୁଃଖ ସବୁ ସାଧୁଙ୍କୁ କହିଲା । ସାଧୁ କିଛି ସମୟ ମୌନ ରହି କହିଲେ, “ବତ୍ସ, ମୁଁ ତୁମକୁ ଧନ ଦେବି ନାହିଁ, କିନ୍ତୁ ଜୀବିକା ନିର୍ବାହ କରିବା ପାଇଁ ଦରକାର ଧନ ଅର୍ଜ୍ଜନ କରିବା ପାଇଁ ତୁମକୁ କିଛି ବିଦ୍ୟା ଶିଖାଇ ଦେବି ।”

ବିଜୟ କହିଲା, “ଅନ୍ଧ କ’ଣ ମାଗେ? ମାତ୍ର ଦୁଇଟି ଆଖି । ବେଶ୍ । ସେତିକି କୃପା ମୋ ପାଇଁ ଯଥେଷ୍ଟ ।”

ସାଧୁ କହିଲେ “ମୁଁ ତୁମକୁ ଏପରି ଏକ ବିଦ୍ୟା ଶିକ୍ଷା ଦେବି ଯଦ୍ୱାରା ମାଟିତଳେ ଲୁପ୍ତ ଥିବା ଧନ ତୁମକୁ ଦେଖାଯିବ । କିନ୍ତୁ ସ୍ୱାର୍ଥ ପାଇଁ ଏ ବିଦ୍ୟାକୁ ଉପଯୋଗ କଲେ ସେ ଶକ୍ତି ତୁମଠାରୁ ଦୂରେଇ ଯିବ ।”

ତା’ପରେ ସେ ତାଙ୍କ କମଣ୍ଡଳରୁ କିଛି ପାଣି ତା’ ଉପରେ ପକାଇଲେ ଓ କିଛି ମନ୍ତ୍ର ବୋଲି ଦଣ୍ଡଟିରେ ତା’ର ଆଖି ସ୍ପର୍ଶ କଲେ । ଏବେ ସେ କହିଲେ, “ବତ୍ସ, କହିପାରିବ ବର୍ତ୍ତମାନ ତୁମେ ଯେଉଁଠି ଠିଆ ହୋଇଛ ତୁମ ପାଦତଳେ ଭୁଗର୍ଭରେ କ’ଣ ଅଛି?”

ବିଜୟ ତା’ ପାଦ ପାଖରେ ଥିବା ଜମିକୁ ଦେଖି କହିଲା, “ଏଠାରେ ମାଟିର କେତେକ ସ୍ତର ରହିଛି ତା’ପରେ ଜଳ ରହିଛି ।”

ସାଧୁବାବା କହିଲେ “ଏବେ ତୁମେ ଏଠୁ ଯାଇପାର । କିନ୍ତୁ ଭଲଭାବରେ ମନେରଖ ଯେ ସ୍ୱାର୍ଥ ପାଇଁ କେବେବି ଏ ବିଦ୍ୟା ପ୍ରୟୋଗ କରିବ ନାହିଁ ।”

ବିଜୟ କୃତଜ୍ଞତା ପୂର୍ବକ ସେ ସାଧୁଙ୍କ ଚରଣସ୍ପର୍ଶ କରି ତାଙ୍କୁ ପ୍ରଣାମ କଲା ଓ କୌଣସି ଦୂର ସ୍ଥାନକୁ ଯିବା ଉଦ୍ଧେଶ୍ୟରେ ସେ ବାହାରିଲା । ଯାଉ ଯାଉ ଗୋଟିଏ ଜଙ୍ଗଲ ପଡିଲା । ଦେଖିଲା ଦଳେ ଲୋକ ଜଙ୍ଗଲ ଭିତରୁ ବାହାରି କୁଆଡେ ଚାଲିଛନ୍ତି । ହଠାତ୍ ବିଜୟ ପାଟିକଲା, “ରହିଯା’ନ୍ତୁ, ଆଗକୁ ଯାଆନ୍ତୁ ନାହିଁ ବିପଦ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ