ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମନ କିଣିନେଲା ଜନମ ମାଟି

ବରପାଟରା ଗାଁରେ ପିଲା କୁଟୁମ୍ବ ଧରି ରହି ଆସୁଥିଲା ବାସୁଆ । ତେଜରାତି ଦୋକାନରେ ଗୁମାସ୍ତାଗିରି କରି ସେ ତା ପାଂଚ ପ୍ରାଣୀ କୁଟୁମ୍ବ ପୋଷୁଥିଲା । ଗାଁର ମନମତାଣିଆ ପରିବେଶ ସାଙ୍ଗକୁ ନିଜର କର୍ମରେ ସେ ଖୁବ୍ ସନ୍ତୁଷ୍ଟ ରହୁଥିଲା । ସେ ତାର ତିନୋଟି ଝିଅକୁ ଗାଁ ସ୍କୁଲରେ ପଢାଉଥିଲା । ହେଲେ ତା; ମନରେ ପୁଅଟିଏ ପାଇବାର ପ୍ରବଳ ଇଚ୍ଛା ସଦାବେଳେ ଘାରୁଥିଲା । ନିଇତି ସକାଳୁ ସେ ବାସୁଆ ତା ସାଇ ମୁଣ୍ଡରୁ ବାହାରିଲା ବେଳକୁ ଗାଁ ମୁଣ୍ଡ ରାମଚଣ୍ଡୀ ଠାକୁରାଣୀଙ୍କୁ ମୁଣ୍ଡିଆ ମାରି କହୁଥିଲା – “ମାଆଲୋ ! ମୋର ଆଉ କିଛିବି ଲୋଡା ନାହିଁ, କେବଳ ପୁଅଟିଏ ହିଁ ଲୋଡା, ଜୀବନରେ ମୋର ଆଉ କିଛିବି ଦରକାର ନାହିଁ ।” ବାସୁଆ ସବୁଦିନ ଏମିତି ମନେ ମନେ ପୁତ୍ର ଲାଭ ପାଇଁ ସୁମରଣ କରି ଦୋକାନକୁ ଚାଲିଯାଏ । କିଛି ଦିନ ଗଲା ପରେ ବାସୁଆର ପୁଅଟିଏ ହେଲା, ଗାଁର ସବୁ ଲୋକଙ୍କୁ ଡକାଇ ସେ ଭୋଜିଭାତ ଦେଲା । ସତ୍ୟନାରାୟଣ ପାଲା କରାଇଲା ସେ ବାସୁଆ । ଠାକୁରାଣୀଙ୍କ କୃପାରୁ ପୁଅକୁ ପାଇଲା ବୋଲି ସେ ବାସୁଆ ତା ପୁଅଟିର ନାମ ରଖିଲା ଦେବଦତ୍ତ । ଏବେ ବାସୁଆର ଆଉ ଦୁଃଖ କହିଲେ କିଛି ବି ନାହିଁ । କାରଣ ସେ ବାସୁଆର ଯାହାତ କିଛି ଅଭାବ ଥିଲା ତାକୁ ତ ମା’ ପୂରଣ କରେଇଲେ । ଖାଲି ଏବେ ଯାହା ପୁଅର ଭବିଷ୍ୟତ କଥା ହିଁ ସେ ଚିନ୍ତା କଲା । ପାଠ ପଢା ବେଳ ହେବାରୁ ବାସୁଆ କଲା କ’ଣ ନା, ଦେବଦତ୍ତକୁ ନେଇ ସେ ସହରରେ ପାଠ ପଢାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ